• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଆପେ ଆପେ ବାଲାନ୍ସ ହେବ ଗାଡ଼ି । ସୁଇଚ୍‌ ଚିପିଲେ ଆଗକୁ ଯିବ । ପୁଣି ସୁଇଚ୍‌ ଚିପିଲେ ପଛକୁ ଆସିବ । ଆମେ କୌଣସି ଚାରି ଚକିଆ ବଡ଼ ଗାଡ଼ି କଥା କହୁନୁ । ଆମେ କହୁଛୁ ଦୁଇ ଚକିଆ ସ୍କୁଟର କଥା । ଯାହାକୁ ଆମେ ସ୍କୁଟି ବି କହୁ । ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହେବାକୁ ଯାଉଛି ଅଟୋମେଟିକ୍ ବାଲାନ୍ସ ସ୍କୁଟି । ଗାଡ଼ି ବିନା ଷ୍ଟାଣ୍ଡରେ ଛିଡ଼ା ହେଲେ ବି ତଳେ ପଡ଼ିବ ନାହିଁ କି କୌଣସି ସାଇଡ୍‌କୁ ନଇଁବ ନାହିଁ । ଏହାର ଏକ ଭିଡିଓ ବି ଭାଇରାଲ ହେଉଛି ।

ଭାଇରାଲ ଭିଡିଓ କୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ, ଏକ ସୋ କେସ୍‌ ଭିତରେ ଜଣେ ବ୍ୟକ୍ତି ସ୍କୁଟି ଉପରେ ବସିଛନ୍ତି । ଆଉ ସେ ତାକୁ ଚଲାଉଛନ୍ତି । ଟିକେ ଆଗକୁ ଯାଉଛନ୍ତି ଟିକେ ପଛକୁ ଆସୁଛନ୍ତି । ହାତ ଛାଡ଼ି ମଧ୍ୟ ଗାଡ଼ି ଉପରେ ବସି ରହୁଛନ୍ତି । ଗୋଡ଼ ତଳେ ନଲାଗିଥିଲେ ବି ଗାଡ଼ି ସେମିତି ଛିଡ଼ା ହୋଇ ରହୁଛି । ଏମିତିକି ଗାଡ଼ିକୁ ପଛକୁ ନେଲା ବେଳେ ତାଙ୍କ ଗୋଡ଼ ବି ତଳେ ଲାଗୁନି । 

ଗାଡ଼ି ରଖିବା ପରେ ସେ ହାତ ଛାଡ଼ି ଦେଉଛନ୍ତି । କିନ୍ତୁ ଗୋଡ଼ ଗାଡ଼ି ଉପରେ ହିଁ ଥାଉଛି । ତଥାପି ଗାଡ଼ି କୌଣସି ପାଖକୁ ନଉଁ ନାହିଁ କିମ୍ବା ପଡ଼ିବାର ଭୟ ବି ନାହିଁ । ତେବେ ଏହି ଟେକ୍ନୋଲୋଜିର ସ୍କୁଟି ପ୍ରଥମ ଥର ପାଇଁ ଭାରତରେ ଲଞ୍ଚ କରିବ । ଏହାକୁ ନେଇ ଗ୍ରାହକମାନେ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଇ-ସ୍କୁଟର ସାହାଯ୍ୟରେ କ୍ରିକେଟ୍‌ କମେଣ୍ଟ୍ରି! ଓଡ଼ିଆ ଯୁବକଙ୍କ ବୁଦ୍ଧିକୁ ତାରିଫ୍‌ କଲେ ଓଲା ସିଇଓ

ତେବେ ଦେଖନ୍ତୁ ଭିଡିଓ...