• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଓଲାର ଇ-ସ୍କୁଟର (Ola Electric Scooter) ଲଞ୍ଚ ହେବା ପରଠାରୁ ଚର୍ଚ୍ଚାରେ ଅଛି । କେତେବେଳେ ସ୍କୁଟରରେ ନିଆଁ ଲାଗୁଛି ତ ପୁଣି କେତେବେଳେ ସ୍କୁଟର ବୁକ୍‌ କରିବା ପରେ ଗାଡ଼ି ପାଇବା ପାଇଁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଏବେ ପୁଣି ଥରେ ଓଲା ଇ-ସ୍କୁଟର ଚର୍ଚ୍ଚାର ପରିଧିକୁ ଆସିଛି, ତେବେ ଏଥର କାରଣ ସମ୍ପୂର୍ଣ୍ଣ ଭିନ୍ନ । ଏଥର ନିଆଁ ଲାଗିବା ପାଇଁ ନୁହେଁ ଇ-ସ୍କୁଟରକୁ କ୍ରିକେଟ୍ କମେଣ୍ଟ୍ରି ପାଇଁ ବ୍ୟବହାର କରାଯାଇଛି । ଜଣେ ଯୁବକ କ୍ରିକେଟ୍‌ ମ୍ୟାଚ୍‌ ବେଳେ ଓଲା ଇ-ସ୍କୁଟରକୁ ଏପରି ଭାବରେ କାମରେ ଲଗେଇଛନ୍ତି ଯେ ସମସ୍ତେ ତାଙ୍କ ବୁଦ୍ଧିକୁ ତାରିଫ୍‌ କରିଛନ୍ତି ।

କଟକ ର ଜଣେ ଯୁବକ କମେଣ୍ଟ୍ରି କରିବା ପାଇଁ ଓଲା ଇ-ସ୍କୁଟରକୁ ବ୍ୟବହାର କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେଉଛି । ଯୁବକ ଜଣକ ସ୍କୁଟରର ବ୍ଲୁଟୁଥକୁ ଫୋନ୍ ସହିତ ସଂଯୋଗ କରି ଏପରି କରିଛନ୍ତି । ଆଉ ତା’ପରେ ନିଜ ଫୋନର ସ୍ପିକରରେ କମେଣ୍ଟ୍ରି କରୁଛନ୍ତି, ଯାହା ଓଲା ସ୍କୁଟର ୱୟାରଲେସ୍‌ ସହ ଯୋଡ଼ା ହୋଇଥିବା ଜଣାପଡ଼ୁଛି । ଆଉ ଏଥିରେ ସେ ମ୍ୟାଚ୍‌ର ସ୍କୋର ଜଣାଉଛନ୍ତି ।

ଅଧିକ ପଢ଼ନ୍ତୁ: OLAର ଇଲେକ୍ଟ୍ରିକ୍ କାର୍: ୪ ସେକେଣ୍ଡରେ ୧୦୦ କିମି

ଏହି ଭାଇରାଲ ଭିଡିଓ କୁ ବିକାଶ ନାମକ ଜଣେ ୟୁଜର ସେୟାର କରିଛନ୍ତି । କ୍ୟାପସନରେ ଲେଖାହୋଇଛି, 'ଓଲା ଇଲେକ୍ଟ୍ରିକ୍ ସ୍କୁଟରର ସ୍ପିକରରେ କ୍ରିକେଟ୍ ମ୍ୟାଚର ସ୍କୋର କୁହାଯାଉଛି । ଭିଡିଓଟିକୁ ଏବେ ସୁଦ୍ଧା ଅନେକ ଭିୟୁ ମିଳି ସାରିଥିବା ବେଳେ ଅନେକ ଲୋକ ଏହାର ପସନ୍ଦ ମଧ୍ୟ କରୁଛନ୍ତି ।

ତେବେ ଏହି ଭିଡିଓରେ ନିଜେ ଓଲାର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ ମଧ୍ୟ ନିଜର ପ୍ରକିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ଓଲା ଇ-ସ୍କୁଟରର ସମସ୍ତ ବ୍ୟବହାର ମଧ୍ୟରୁ ଏହା ହେଉଛି ସବୁଠାରୁ ସୃଜନଶୀଳ ତଥା ଅନନ୍ୟ । ଲୋକମାନେ ଏହା ଭିଡିଓ ଦେଖି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଏପରି ଜୁଗାଡ଼ ଦ୍ୱାରା ଅନେକ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି ।