• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୁବପିଢ଼ିଙ୍କୁ ରୋଜଗାର ଯୋଗାଉଛି ୟୁଟ୍ୟୁବ୍‌ । ରିଲ୍‌ସ ହେଉ କି ଭିଡିଓ ମାଧ୍ୟମରେ ଅନେକ ଯୁବକ-ଯୁବତୀ ପପୁଲାର ହେବା ସହ ଟଙ୍କା ରୋଜଗାର କରୁଛନ୍ତି । ରିପୋର୍ଟ ଅନୁଯାୟୀ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ୍‌ ଯୋଗୁଁ ଭଲ ରୋଜଗାର ପାଇଛନ୍ତି । ୟୁଜର୍ସମାନେ ସେମାନଙ୍କର ପ୍ରତିଭା ଏବଂ ପାରଦର୍ଶିତା ପ୍ରଦର୍ଶନ ପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି । ଯଦି ଆପଣ ଜଣେ ୟୁଟ୍ୟୁବର ହେବାକୁ ଚାହାନ୍ତି ଓ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି । ତେବେ ଆପଣଙ୍କ ଚ୍ୟାନେଲ୍‌ କିପରି ମନିଟାଇଜ୍ ହୋଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା ।

ରୁଚି ଅନୁଯାୟୀ ୟୁଟ୍ୟବ୍‌ ଚ୍ୟାନେଲ୍‌ କରନ୍ତୁ:

ୟୁଟ୍ୟୁବ୍‌ ଚ୍ୟାନେଲ୍‌ କରିବାକୁ ହେଲେ ଆପଣ ନିଜର ରୁଚି ଅନୁସାରେ ଏକ ଚ୍ୟାନେଲ ବନାନ୍ତୁ । ଯେପରିକି ରୋଷେଇ, ଯୋଗ, ଫିଟନେସ୍, ଭ୍ରମଣ, କିମ୍ବା ଫ୍ୟାଶନ୍ ଭଳି ବିଭିନ୍ନ ସମ୍ପର୍କରେ ଚ୍ୟାନେଲ୍‌ ବନାଇପାରିବେ ।

ଅଧିକ ପଢ଼ନ୍ତୁ: ଚାକିରି ପାଇଁ ନୋ ଟେନ୍‌ସନ୍‌; ସୋସିଆଲ ମିଡିଆ ଦେବ ଭଲ ରୋଜଗାର...ପଢ଼ନ୍ତୁ ଟିପ୍ସ...

ଭଲ ବିଷୟ ବସ୍ତୁ ବାଛନ୍ତୁ:

ଭଲ ବିଷୟ ବସ୍ତୁ ହେଉଛି ଏକ ୟୁଟ୍ୟୁବ୍‌ ଚ୍ୟାନେଲର ମୂଳଦୁଆ । ଏହାକୁ ବୃତ୍ତିଗତ କରିବାକୁ ହେଲେ ସୁନ୍ଦର ସୁନ୍ଦର କଣ୍ଟେଣ୍ଟ ତିଆରି କରନ୍ତୁ । ତାହାସହ ସୁନ୍ଦର ଭିଡିଓ ପ୍ରସ୍ତୁତ ପାଇଁ ଭଲ କ୍ୟାମେରା, ମାଇକ୍ରୋଫୋନ୍, ଏବଂ ଭିଡିଓ ଏଡିଟିଂ ସଫ୍ଟୱେୟାରରେ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । କାରଣ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଦ୍ୱାରା ଆପଣଙ୍କ ଭିଡିଓ ଭଲ ହୋଇପାରିବ ।

ଟାଇଟେଲ ଓ ଥମ୍ବନେଲ ଉପରେ ଧ୍ୟାନ ଦିଅନ୍ତୁ:

ୟୁଟ୍ୟୁବ୍‌ ହେଉଛି ଏକ ସର୍ଚ୍ଚ ଇଞ୍ଜିନ୍‌ । ଯାହା ଆପଣଙ୍କ ଭିଡିଓକୁ ଅପ୍ଟିମାଇଜ୍ କରିଥାଏ । ତେଣୁ ଆପଣଙ୍କ ଭିଡିଓରେ ଭିନ୍ନତା ରହିବା ନିହାତି ଜରୁରୀ । ତାହା ସହିତ ଭିଡିଓଟିର ଟାଇଟଲ୍ ଏବଂ ଷ୍ଟୋରୀ ଲୋକଙ୍କୁ ଆକୃଷ୍ଟ କରିବା ପରି ହେବା ଆବଶ୍ୟକ । ସେହିପରି ଆଖିଦୃଶିଆ ଥମ୍ବନେଲ କରାଯିବା ଆବଶ୍ୟକ ରହିଛି ।

ଅଧିକ ପଢ଼ନ୍ତୁ: ସ୍ୱଳ୍ପ ନିବେଶରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସକୁ ୫-୬ ଲକ୍ଷ କରିବେ ରୋଜଗାର

କିପରି ହେବ ୟୁଟ୍ୟୁବ ମନିଟାଇଜେସନ୍ ?

୧. ଆପଣଙ୍କର ଭିଡିଓଗୁଡିକରେ ବିଜ୍ଞାପନ କରାଇବାକୁ ହେଲେ ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମ (YPP)ରେ ଯୋଗ ଦିଅନ୍ତୁ । ଫଳରେ ଆପଣଙ୍କ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ବିଜ୍ଞାପନରୁ ଉତ୍ପାଦିତ ଅଂଶ ଆପଣ ନିକଟକୁ ଆସିବ ।

୨. ଲାଇଭ୍ ଷ୍ଟ୍ରିମ୍ ସମୟରେ ସୁପର ଚାଟ୍ ଏବଂ ସୁପର ଷ୍ଟିକର୍ ଉପରେ ଧ୍ୟାନ ଦିଅନ୍ତୁ ।