ମେକ୍ ଇନ୍ ଇଣ୍ଡିଆକୁ ବଡ଼ ସଫଳତା । ଚୀନରେ ଭାରତରେ ପ୍ରସ୍ତୁତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । ଭାରତ ପାଲଟିଛି ପ୍ରଡକ୍ସନ ହବ୍ । ପୂର୍ବରୁ ଦେଶରେ ଚାଇନିଜ୍ ସ୍ମାର୍ଟ ଫୋନର ଚାହିଦା ରହିଥିଲା । ଏହା ଚୀନରେ ପ୍ରସ୍ତୁତ କରାଯାଇ ଭାରତକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ମୋବାଇଲ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭାରତରେ ପ୍ରସ୍ତୁତ କରୁଛି ଚୀନ । ଏଥିପାଇଁ ଚୀନ ନିର୍ମାତାମାନେ ଭାରତ ଆସି ପାର୍ଟନରସିପ୍ କରୁଛନ୍ତି । ଭାରତରେ ପ୍ରସ୍ତୁତ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଛି । ବାଣିଜ୍ୟ କାରବାରରେ ଭାରତକୁ ବଡ଼ ସଫଳତା ମିଳିଛି ।
ସୂଚନା ଅନୁସାରେ, ବର୍ତ୍ତମାନ ଚାଇନିଜ୍ ସ୍ମାର୍ଟଫୋନ ଓ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚର କମ୍ପାନୀ ଗୁଡ଼ିକ ଏବେ ଭାରତ ଆସି ମୋବାଇଲ ଓ ଅନ୍ୟ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଯାହାକି ପଶ୍ଚିମ ଏସିଆ, ଆଫ୍ରିକା ଓ ଯୁକ୍ତ ରାଷ୍ଟ୍ର ଆମେରିକାର ସାମଗ୍ରୀ ରପ୍ତାନୀ କରାଯାଉଛି । ଚୀନ ଏବଂ ଭିଏତନାମ ଭଳି ଦେଶ ନିଜ ଦେଶର ସାମଗ୍ରୀ ପରିବର୍ତ୍ତେ ଭାରତରେ ପ୍ରସ୍ତୁତ ସାମଗ୍ରୀକୁ ପ୍ରାଧାନ୍ୟ ଦେଇ ରପ୍ତାନି କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଚୀନରେ ପ୍ରସ୍ତୁତ ଫୋନ୍ ଏବଂ ବିଦ୍ୟୁତିକ ସରଞ୍ଜାମର ଚାହିଦା ଢେର ଅଧିକ ଥିଲା । ଏବେ ଭାରତରେ ପ୍ରସ୍ତୁତ ସାମଗ୍ରୀ ଚୀନକୁ ଟକ୍କର ଦେଲାଣି । ଚୀନ ମଧ୍ୟ ଭାରତରେ ପ୍ରସ୍ତୁତ ସାମଗ୍ରୀକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି ।
Also Read
ପୂର୍ବରୁ ଚୀନ ନିଜ ସ୍ୱଦେଶ ନିର୍ମିତ ସାମଗ୍ରୀ ବିକ୍ରି କରୁଥିବାବେଳେ ଏବେ ଭାରତରେ ନିର୍ମିତ ସାମଗ୍ରୀକୁ ରପ୍ତାନି କରି ବାଣିଜ୍ୟିକ କାରବାର ବୃଦ୍ଧି କରୁଛି । ଚୀନର କେତେକ ସଂସ୍ଥା ଭାରତୀୟ ବ୍ୟବସାୟୀଙ୍କଠାରୁ ପରାମର୍ଶ ନେଉଛନ୍ତି । ଭାରତୀୟ ବ୍ୟବସାୟୀଙ୍କ ସହ ପାର୍ଟନରସିପ୍ କରିବାକୁ ପସନ୍ଦ କରୁଛନ୍ତି ଚୀନ ବ୍ୟବସାୟୀ ।
ଉଦାହରଣ ସ୍ୱରୂପ, ଓପୋ ମୋବାଇଲ ପ୍ରସ୍ତୁତ କରି ଭାରତ ଆର୍ଥିକ ବର୍ଷ ୨୦୨୪ରେ ବିଦେଶରେ ବ୍ୟବସାୟ ଦ୍ୱାରା ୨୭୨ କୋଟି ଟଙ୍କାର ଲାଭ ହାସଲ କରିଥିଲା । ସେହିପରି ରିଏଲ ମି ଯୋଗୁ ଭାରତକୁ ମେ ୧୨ ସୁଦ୍ଧା ୧୧୪କୋଟି ଟଙ୍କା ଲାଭ ମିଳିଛି । ଚଳିତ ଆର୍ଥିକ ବର୍ଷ ୨୦୨୫ରେ ଭାରତୀୟ ସ୍ମାର୍ଟ ଫୋନ୍ ବହୁ ପରିମାଣରେ ରପ୍ତାନି କରାଯାଉଛି । ଯାହାକି ପୂର୍ବ ତୁଳନାରେ ୫୫ ପ୍ରତିଶତ ବୃଦ୍ଧି ପାଇଛି । ଆପଲ୍ର ଆଇଫୋନ ରପ୍ତାନି ୧୭.୪ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହା ପଛକୁ ରହିଛି ସାମସଙ୍ଗ ।