/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750221989.jpg)
maoists killed 3 people
ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି ହତ୍ୟାକଲେ ମାଓବାଦୀ । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା-କରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପରିବାରର ଦୁଇ ଜଣଙ୍କ ସହ ଜଣେ ଛାତ୍ରଙ୍କୁ ଅପହରଣ କରି ହତ୍ୟା କରିଛନ୍ତି ମାଓବାଦୀ। ମୃତକଙ୍କ ମଧ୍ୟରୁ ଜଣେ ଛାତ୍ର ଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ପୁଣି ଚାଲିବ 'ଆନାକୋଣ୍ଡା 2.0', ମୂଳପୋଛ ହେବେ ନକ୍ସଲ !
ସୂଚନା ଅନୁସାରେ, ଗାଁର ୧୦ ଜଣଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରିଥିବାବେଳେ ୭ ଜଣଙ୍କୁ ନିସ୍ତୁକ ପିଟି ଗୁରୁତର ଭାବେ ଛାଡ଼ିଦେଇଛନ୍ତି ମାଓବାଦୀ । ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ବସ୍ତର ରେଞ୍ଜ ଆଇଜିପି ସୁନ୍ଦର ରାଜ ।
ମିଳିଥିବା ସୂଚନା ମୁତାବକ, ପୋଲିସ୍ ପାଖରେ ଆତ୍ମସମର୍ପଣ କରିଥିବା ଦୁଇ ଜଣ ମାଓବାଦୀଙ୍କ ପରିବାର ସଦସ୍ୟଙ୍କୁ ସେମାନେ ଅପହରଣ କରି ନେଇଥିଲେ । ଗତ ମାର୍ଚ୍ଚ ମାସରେ ଅସ୍ତ୍ରଶସ୍ତ୍ର ଛାଡି ଆତ୍ମସମର୍ପଣ କରିଥିବା ମାଓ କମାଣ୍ଡର ଦିନେଶ ମୋଦିୟାମଙ୍କ ପରିବାର ସଦସ୍ୟ ଏବଂ ଗଙ୍ଗଲୁର କମିଟିର ସମ୍ପାଦକ ଦିନେଶଙ୍କ ପରିବାର ସଦସ୍ୟ ଥିବା ସୂଚନା ମିଳିଛି । ଦିନେଶ ପୂର୍ବରୁ ଜଣେ ହାର୍ଡକୋର ମାଓବାଦୀ ଥିବା ବେଳେ ତାଙ୍କ ନାଁରେ ବହୁ ହତ୍ୟାକାଣ୍ଡ ଭଳି ଅଭିଯୋଗ ରହିଥିଲା । ମଙ୍ଗଳବାର ମାଓ କମାଣ୍ଡର ଭେଲ୍ଲା ତାର ସ୍କ୍ୱାର୍ଡକୁ ନେଇ ପେଦା କୋରମା ଗାଁରେ ପହଞ୍ଚି ଏହି କାଣ୍ଡ ଭିଆଇଥିଲା । ଏହି ଘଟଣାରେ ପୋଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି ।
ଅନେକ ସମୟରେ ମାଓବାଦୀମାନେ ତାଙ୍କ ମୂଳ ଲକ୍ଷ୍ୟ ଛାଡି ହିଂସାପଥକୁ ବାଛୁଛନ୍ତି । ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଅନିଷ୍ଟ କରିବାକୁ ଚାହୁଁଛନ୍ତି । ଯାହାର ଉଦାହରଣ ସଦ୍ୟତମ ଘଟଣାବଳୀରୁ ଦେଖିବାକୁ ମିଳିଛି । ଗତ ୨୦୨୩ ସେପ୍ଟେମ୍ବର ୧ ତାରିଖରୁ ଚଳିତ ବର୍ଷ ମେ ୨୦ ତାରିଖ ଭିତରେ ମାଓହିଂସାରେ ମୋଟ ୮୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)