ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ବୁଧବାର ସକାଳେ ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କେନ୍ଦ୍ରୀୟ କମିଟିର ଜଣେ ଶୀର୍ଷ ସଦସ୍ୟଙ୍କ ସମେତ ୩ ଟପ କ୍ୟାଡ଼ର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏନକାଉଣ୍ଟରରେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ଗଜରାଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟ ଓରଫ ଅରୁଣା ଓ ଅଞ୍ଜୁ ନିହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ବର୍ବରକାଣ୍ଡ: ଗଳାକାଟି ୩ ଜଣଙ୍କୁ ହତ୍ୟା, ଆକ୍ରମଣରେ ୭ ଜଣ ଗୁରୁତର
ମିଳିଥିବା ସୂଚନା ଅନୁଯାୟୀ, ଅରୁଣା ହେଉଛନ୍ତି ସେଣ୍ଟ୍ରାଲ କମିଟି ସଦସ୍ୟ ପ୍ରତାପରେଡ୍ଡୀ ରାମଚନ୍ଦ୍ର ରେଡ୍ଡୀ ଓରଫ ଚଲାପତିଙ୍କ ସ୍ତ୍ରୀ, ଯିଏ କି ଓଡିଶା ସୀମାନ୍ତ ଛତିଶଗଡର ଗାରିଆବନ୍ଦରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ । ରବି ହେଉଛି ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ । ଏହି କମିଟିର ସଦସ୍ୟ ହେଉଛନ୍ତି ଅରୁଣା । ଉଭୟ ଜାତୀୟ ତଦନ୍ତକାରୀ ସଂସ୍ଥାର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିଲେ । ରବି ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଅରୁଣା ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ତିନୋଟି AK-47 ରାଇଫଲ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆହୁରି ଅନେକ ମାଓବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି ।