/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748536506.jpg)
ଫାଇନାଲରେ RCB
ଆଇପିଏଲ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୮ ୱିକେଟ୍ରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଆରସିବି । ଆଇପିଏଲ ସିଜିନ୍-୧୮ରେ ପ୍ରଥମ ଦଳ ଭାବେ RCB ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେପଟେ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବେଙ୍ଗାଲୁରୁ । ଶେଷ ଥର ପାଇଁ ୨୦୧୬ ଆଇପିଏଲ ଫାଇନାଲକୁ ଯାଇଥିଲା ଆରସିବି । କିନ୍ତୁ ଫାଇନାଲ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦଠାରୁ ପରାଜୟ ବରଣ କରିଥିଲା । ଆଉ ଏବେ ୯ ବର୍ଷ ପରେ ପୁଣି ଥରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ବେଙ୍ଗାଲୁରୁ । ତେବେ ଏହା ପୂର୍ବରୁ ୨୦୦୯ ଓ ୨୦୧୧ ମସିହାରେ ମଧ୍ୟ ଆଇପିଏଲ ଫାଇନାଲରେ ଆରସିବି ପ୍ରବେଶ କରିଥିବା ବେଳେ ଉଭୟ ମ୍ୟାଚ୍ରେ ପରାଜୟର ସ୍ୱାଦ ଚାଖିଥିଲା ।
ଅଧିକ ପଢ଼ନ୍ତୁ: ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି
ତେବେ ଆଜି ଆଇପିଏଲର ସିଜିନ୍-୧୮ର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଚଣ୍ଡିଗଡ଼ର MYS କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । ତେବେ ଆରମ୍ଭରୁ ହିଁ ଆରସିବିର ଶାଣିତ ବୋଲିଂ ଆଟାକ୍ ପଞ୍ଜାବକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା । ପାୱାର ପ୍ଲେରେ ୪ ୱିକେଟ୍ ଅକ୍ତିଆର କରି ପଞ୍ଜାବକୁ ଅଡ଼ୁଆରେ ପକାଇଥିଲା ବେଙ୍ଗାଲୁରୁ । ଏହା ପରେ ଳଗାତର ବ୍ୟବଧାନରେ ଆରସିବି ବୋଲର ୱିକେଟ ଅକ୍ତିଆର କରି ପଞ୍ଜାବକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ । ପଞ୍ଜାବ ମାତ୍ର ୧୪.୧ ଓଭରରେ ହିଁ ୧୦୧ ରନ୍ରେ ଅଲଆଉଟ୍ ହୋଇଥିଲା । ପଞ୍ଜାବ ପକ୍ଷରୁ ମାର୍କସ ଷ୍ଟୋଇନିକ୍ସ ସର୍ବାଧିକ ୨୬ ରନ୍ କରିଥିଲେ । ସେହିପରି ବେଙ୍ଗାଲୁରୁ ପକ୍ଷରୁ ଶୁୟେଶ ଶର୍ମା ଓ ଜୋଶ୍ ହେଜେଲଉଡ୍ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ୟଶ୍ ଦୟାଲ ୨ଟି ୱିକେଟ୍ ହାତେଇଥିଲେ ।
ତେବେ ୧୦୨ ରନ୍ର ଏହି ବିଜୟ ଲକ୍ଷ୍ୟକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୧୦ ଓଭରରେ ହାସଲ କରି ନେଇଥିଲା । ଆରସିବି ପକ୍ଷରୁ ଫିଲ୍ ସଲ୍ଟ ଅପରାଜିତ ୫୬ ରନ୍ କରିଥିଲେ । ଏହି ବିଜୟ ସହ ବାଙ୍ଗାଲୋର ଆଇପିଏଲ ସିଜିନ୍-୧୮ରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଜୁନ୍ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।
Punjab Kings top IPL points table: ଆଇପିଏଲ୍ ପଏଣ୍ଟ ଟେବୁଲ୍ ଶୀର୍ଷରେ PBKS; ନାଚିଲେ ପ୍ରୀତି ଜିଣ୍ଟା, ଭାଇରାଲ ହେଲା ଭିଡ଼ିଓ...

Rishabh Pant's Form: ଫର୍ମକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଫାଇନ ଭରିବେ ସମସ୍ତ ଲକ୍ଷ୍ନୌ ଖେଳାଳି

Virat Kohli Records in IPL:ଆଇପିଏଲରେ ବିରାଟଙ୍କ ଐତିହାସିକ ମାଇଲଷ୍ଟୋନ, ପ୍ରଥମ ଖେଳାଳି ଭାବେ କଲେ ଏମିତି ରେକର୍ଡ

First Ball Wicket : ପ୍ରଥମ ବଲରେ ଉଇକେଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)