Advertisment

Virat Kohli: ପରିବାର ନ ଯିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିରାଟ କୋହଲି

ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ। ତେବେ ୪୫ ଦିନରୁ ଅଧିକ ଦିନର ଟୁର ରହିଥିଲେ ପରିବାର ଅଥବା ପତ୍ନୀ ଯୋଗ ଦେଇ ପାରିବେ।

ଅଦ୍ୟତନ ହୋଇଛି
virat kohli

virat kohli

Advertisment

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଅଣା ଯାଇଥିବା ନିୟମକୁ ବିରୋଧ କରିଛନ୍ତି ବିରାଟ କୋହଲି। ଖେଳାଳିଙ୍କ ସହିତ ପରିବାର ଲୋକଙ୍କ ଯିବା ଉପରେ କଟକଣା ଜାରି କରାଯାଇଥିବା ବେଳେ କୋହଲି ନିରାଶା ଜାହିର କରିଛନ୍ତି। ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଆରସିବିର କାର୍ଯ୍ୟକ୍ରମ ଅବସରରେ କୋହଲି ଏଭଳି ବୟାନ ଦେଇଛନ୍ତି। ପ୍ରତ୍ୟୋକ ଖେଳାଳି ପରିବାର ସହ ସମୟ ବିତେଇବାକୁ ଚାହିଁଥାନ୍ତି। ଏ ନେଇ ସମସ୍ତ ଖେଳାଳିଙ୍କୁ ପଚରାଗଲେ ସମସ୍ତେ ହଁ କହିବେ। ମାତ୍ର ବିସିସିଆଇର ଉପରିସ୍ଥ ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

Advertisment

ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ। ତେବେ ୪୫ ଦିନରୁ ଅଧିକ ଦିନର ଟୁର ରହିଥିଲେ ପରିବାର ଅଥବା ପତ୍ନୀ ଯୋଗ ଦେଇ ପାରିବେ। ତେବେ ୧୪ ଦିନରୁ ଅଧିକ ସମୟ ପରିବାର ଲୋକଙ୍କୁ ରହିବାକୁ ସୁଯୋଗ ମିଳିବ ନାହିଁ। ନିକଟରେ ଭାରତୀୟ କ୍ରିକେଟ ଦଳ ଲଗାତାର ଦୁଇଟି ଟେଷ୍ଟ ସିରିଜ୍ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ବାଇଟ ୱାଶ ପରେ ବର୍ଡର ଗାଭାସ୍କର ଟ୍ରଫିରେ ଦଳ ୩-୧ରେ ପରାଜିତ ହୋଇଥିଲା। ଏହା ସହିତ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପ୍ରବେଶରେ ବିଫଳ ହୋଇଥିଲା।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ ଖେଳାଳିଙ୍କ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏହାର ଆଭିମୁଖ୍ୟ ଅଧିକ ଶକ୍ତ କରିଥିଲା। ପୂର୍ବରୁ ଖେଳାଳିଙ୍କ ସହିତ ପରିବାର ଲୋକ ଓ ପତ୍ନୀ ଯିବାର ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହି ନିୟମକୁ ବଦଳାଇଛି ବିସିସିଆଇ। ନିକଟରେ ଦେବଜିତ ସାଇକିଆ ବିସିସିଆଇ ସମ୍ପାଦକ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସାଇକିଆ ଦାୟିତ୍ବ ଗ୍ରହଣ କରିବା ପରେ ବିସିସିଆଇର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଥିଲା। ପରିବାର ଲୋକଙ୍କ ଉପସ୍ଥିତିକୁ ନେଇ କ୍ରିକେଟର ମାନେ ଜିଦ କରିଥିବା ବେଳେ ବିସିସିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା।

Advertisment

ପରିବାର ସହ ବିଦେଶ ଗସ୍ତରେ ଯିବା ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଥିବା ବେଳେ ଆଗାମୀ ଦିନରେ କୌଣସି ଖେଳାଳି ନିଜର ପତ୍ନୀ ଓ ପରିବାର ବର୍ଗଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ। ଅଷ୍ଟ୍ରେଲିଆ ସିରିଜରେ ଏକାଧିକ ଭାରତୀୟ ଖେଳାଳି ନିଜର ପତ୍ନୀ ମାନଙ୍କ ସହିତ ଭିନ୍ନ ଭିନ୍ନ ସହର ବୁଲିଥିଲେ। ଏପରିକି ଖେଳାଳି ମାନେ ଟିମ ବସ ବଦଳରେ ବ୍ୟକ୍ତିଗତ ଯାତ୍ରା କରିଥିଲେ।ଏହି ନିୟମ ଫଳରେ ସମସ୍ତ ଖେଳାଳି ଟିମ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି।

ଏହି ନୂତନ ନିୟମ ଲାଗୁ ହେବା ଫଳରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ସିନିୟର ଖେଳାଳିଙ୍କ ପାଇଁ ସମସ୍ୟା ବଢିବା ନେଇ ଅନୁମାନ କରାଯାଉଛି। କୋହଲି ପ୍ରାୟ ସମସ୍ତ ଟୁରରେ ଅନୁଷ୍କା ଶର୍ମାଙ୍କ ସହିତ ରହୁଥିବା ବେଳେ ରୋହିତ ନିଜ ପତ୍ନୀ ରୀତିକାଙ୍କ ସହିତ ଯାଇଥାନ୍ତି। ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଅନୁଷ୍କା ଶର୍ମାଙ୍କୁ ବିରାଟ କୋହଲିଙ୍କ ସହ ଦେଖିବାକୁ ମିଳିଥିଲା। ସେହିପରି ରୋହିତ ଶର୍ମାଙ୍କ ପତ୍ନୀ ରୀତିକା ସଜଦେହ ମଧ୍ୟ ଚାମ୍ପିୟନ୍ସ ଟ୍ରଫିକୁ ଆସିଥିଲେ। ଉଭୟ ରୀତିକା ଓ ଅନୁଷ୍କା ଦର୍ଶକ ଷ୍ଟାଣ୍ଡରୁ ମ୍ୟାଚର ମଜା ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?

Virat Kohli BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ