ମୃତ୍ୟୁ କେବେ ଓ କେମିତି ଆସିବ ତାହା କେହି ଜାଣି ନାହାଁନ୍ତି । ଜନ୍ମ ହୋଇଛନ୍ତି ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ଏଭଳି ବି ଆସିବ କେହି କଳ୍ପନା କରିନଥିଲେ । ପଞ୍ଜାବ ଫିରୋଜପୁରରେ କ୍ରିକେଟ୍ ମ୍ୟାଚ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ସ୍ଥାନୀୟବାସୀ ସହଜରେ ବିଶ୍ବାସ କରିପାରୁନାହାନ୍ତି ।
ଘଟଣା ସମୟର ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଖେଳାଳି ଜଣକ ବ୍ୟାଟିଂ କରୁଛନ୍ତି । ଗୋଟିଏ ବଲରେ ସେ ଛକା ମାରିଛନ୍ତି । ଏହାପରେ ଚାଲି ଚାଲି ପିଚରେ ଆଗକୁ ଆସୁଛନ୍ତି । ହଠାତ ପିଚ୍ ଉପରେ ବସିପଡୁଛନ୍ତି । ପାଖରେ ଥିବା ଖେଳାଳି ଜଣକ କିଛି ବୁଝିପାରିନଥିଲେ ।
ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି
Also Read
ଏହାପରେ ହୃଦଘାତର ଶିକାର ଖେଳାଳି ଜଣକ ମାଟିରେ ଲୋଟି ପଡିଥିଲେ । ସାଙ୍ଗେ ସାଙ୍ଗେ ଅନ୍ୟ ଖେଳାଳିମାନେ ପାଖକୁ ଦୌଡି ଆସିଥିଲେ । ସେମାନେ ସିପିଆର ବି ଦେଇଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ ।
ପୁରା ଘଟଣା ଫିରୋଜପୁରର ଗୁରୁହର ସହାୟ ଅଞ୍ଚଳର । ସୂଚନା ଅନୁସାରେ ରବିବାର ସକାଳେ କ୍ରିକେଟ୍ ଖେଳିବା ସମୟରେ ଛକା ମାରିବା ପରେ ହରଜିତ ସିଂ ହୃତଘାତର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଡିଏଭି ସ୍କୁଲ ଗ୍ରାଉଣ୍ଡରେ ଘଟିଛି । ଏହି ଘଟଣାର ପୁରା ଭିଡିଓ ସାଥୀ ଖେଳାଳି ମାନେ ମୋବାଇଲରେ ରେକଡିଂ କରିଛନ୍ତି ।
A local cricketer in Ferozepur hit a six off a delivery, but just moments later, he suffered a heart attack and tragically collapsed on the ground, losing his life. pic.twitter.com/7j4WXolkFf
— Vipin Tiwari (@Vipintiwari952) June 29, 2025
ଏଭଳି ଘଟଣା ପ୍ରଥମ ନୁହଁ । ପୂର୍ବରୁ ୨୦୨୪ରେ ପୁନେରେ ଏଭଳି ଘଟଣା ଘଟିଛି । ଗରୱାରେ ଷ୍ଟାଡିୟମରେ ୩୫ବର୍ଷିୟ ଇମ୍ରାନ ପଟେଲ କ୍ରିକେଟ୍ ଖେଳିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁରା ଫିଟ୍ ଥିବା ସତ୍ତ୍ବେ ହୃଦଘାତର ଶିକାର ହୋଇଥିଲେ ଇମ୍ରାନ ।
ଆଜିର ସମୟରେ ଯୁବପିଢି ହୃତଘାତର ଶିକାର ହେବା ବଡ଼ ଚିନ୍ତାର ବିଷୟ ପାଲଟିଛି । କେବଳ ଯୁବପିଢି ନୁହଁନ୍ତି ଅନେକ ସେଲିବ୍ରିଟି ଓ ଖେଳାଳି ବି ହାର୍ଟ ଆଟାକର ଶିକାର ହେଉଛନ୍ତି ।