Advertisment

International cricket in Barabati: ୩ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ

ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର । ଦ୍ବିତୀୟ ଥର ପାଇଁ ଓସିଏ ମହିଳାଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଫେବ୍ରୁଆରୀ ୫ ତାରିଖ ଦିନ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି ଧାଡିର ବ୍ୟବସ୍ଥା କରାଯାଇଛି ।

ଅଦ୍ୟତନ ହୋଇଛି
barabati

barabati

Advertisment

ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଦେଖିବାକୁ ଗଲେ ବାରବାଟୀରେ ଟେଷ୍ଟ ମ୍ୟାଚ ପାଇଁ ଅନୁମତି ମିଳୁନି। ବହୁ ବ୍ୟବଧାନରେ ଗୋଟିଏ କି ଦୁଇଟି ଦିନିକିଆ ଓ ଟି୨୦ ମ୍ୟାଚ ମିଳୁଛି। ଦୀର୍ଘ ୬ ବର୍ଷ ପରେ ବାରବାଟୀକୁ ଫେରିଛି ଦିନିକିଆ କ୍ରିକେଟ। ଏପରିକି ୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ। ଶେଷ ଥର ପାଇଁ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚକୁ ୪ ଉଇକେଟରେ ହାରି ଯାଇଥିଲା ଭାରତ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ନେଇ ପ୍ରସଂଶକଙ୍କ ମଧ୍ୟରେ ଉତ୍ସାହ ପ୍ରବଳ।

Advertisment

ବାରବାଟୀ ଦିନିକିଆରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର । ଦ୍ବିତୀୟ ଥର ପାଇଁ ଓସିଏ ମହିଳାଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଫେବ୍ରୁଆରୀ ୫ ତାରିଖ ଦିନ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି ଧାଡିର ବ୍ୟବସ୍ଥା କରାଯାଇଛି । ମହିଳାଙ୍କ କାଉଣ୍ଟରରେ ବି ଏହି ବ୍ୟବସ୍ଥା କରାଯାଇଛି। ଜଣକୁ ଦିଆଯିବ ସର୍ବାଧିକ ୨ଟି ଟିକେଟ। ଅଫଲାଇନରେ ଏଥର ୧୧ ହଜାର ଟିକେଟ ବିକ୍ରି ହେବ। ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

Advertisment

ଶେଷ ଥର ପାଇଁ ୨୦୧୭ରେ ଉଭୟ ଭାରତ ଓ ଇଂଲଣ୍ଡ ବାରବାଟୀରେ ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ୧୫ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଯୁବରାଜ ସିଂ କ୍ୟାରିୟର ଶ୍ରେଷ୍ଠ ୧୫୦ ରନ କରିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ୧୩୪ ରନ କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୩୮୧ ରନ ସ୍କୋର କରିଥିବା ବେଳେ ଇଂଲଣ୍ଡ ୮ ଉଇକେଟ ହରାଇ ୩୬୬ ରନ କରିଥିଲା। ଉକ୍ତ ମ୍ୟାଚରେ ଭାରତୀୟ ଦଳର ସଦସ୍ୟ ରହିଥିବା ଖେଳାଳିଙ୍କ ମଧ୍ୟରୁ ବିରାଟ କୋହଲି, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା ଭାରତୀୟ ଦଳରେ ସାମିଲ ଅଛନ୍ତି।

ଅନ୍ତର୍ଜାତୀୟ ତାରକାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ କ୍ରେଜ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫ୍ୟାନ ବୋଧହୁଏ ଶେଷଥର ପାଇଁ ଓଡିଶାରେ ତାଙ୍କୁ ଦେଖିବାକୁ ସୁଯୋଗ ପାଇବେ। ତେବେ ସୋମାବାର ଓସିଏ ସହ ଅନୁବନ୍ଧିତ ଥିବା ସବୁ ସଂଗଠନ ଗୁଡିକ ଆସି ଟିକେଟ ନେଉଛନ୍ତି। ସବୁ ଜିଲ୍ଲା ପାଇଁ ୯ ହଜାର ଟିକେଟ ରହିଛି ।

Advertisment

ରବିବାର ୪ ହଜାର ଟିକେଟ ୧ ମିନିଟରେ ଶେଷ ହୋଇଥିଲା। ଆହୁରି ୬୦ ହଜାର ଲୋକ କ୍ୟୁରେ ରହିଥିଲେ। ତେଣୁ ଲୋକଙ୍କ ଏତେ କ୍ରେଜ ରହିଛି ଅଫଲାଇନ ଟିକେଟ ବିକ୍ରି ଓସିଏ ପାଇଁ ଚିନ୍ତାର କାରଣ। ତେବେ ମାତ୍ରାଧିକ ଟିକେଟ ପାଶରେ ବଣ୍ଟା ଯାଉଥିବା ବେଳେ ଏହା ବାସ୍ତବ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି।

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !

India India England ODI Series Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ