Advertisment

Suryakumar Yadav: ପଞ୍ଚମ ଭାରତୀୟ ଭାବେ ଏଲିଟ କ୍ଲବରେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋମବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିଥିବା ମ୍ୟାଚ୍ ସମୟରେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ। ଏଥିରେ ସୂର୍ଯ୍ୟକୁମାର ୯ଟି ବଲରୁ ବିସ୍ଫୋରକ୨୭ ରନ୍ ସ୍କୋର କରି ଅପରାଜିତ ରହିଥିଲେ। ଦଳକୁ ଫିନିଶ ଲାଇନ ପାର କରିଥିବା ସୂର୍ଯ୍ୟକୁମାରଙ୍କ ଇନିଂସରେ ସାମିଲ ଥିଲା ୩ଟି ଚୌକା ଏବଂ ୨ଟି ଛକା। ଏହି ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଥିଲା

ଅଦ୍ୟତନ ହୋଇଛି
sky

sky

Advertisment

ଭାରତୀୟ ଜାତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ନିଆରା ରେକର୍ଡ କରିଛନ୍ତି। ଭାରତୀୟ କ୍ରିକେଟ୍ ଇତିହାସରେ ଏଲିଟ ତାଲିକାରେ ସାମିଲ ହୋଇଛନ୍ତି। ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଏଲିଟ ତାଲିକାରେ ଯୋଗ ଦେଇ ପଞ୍ଚମ ଭାରତୀୟ ଖେଳାଳି ଭାବେ ଟି-୨୦ ଫର୍ମାଟରେ ୮୦୦୦ ରନ୍ ସ୍କୋର କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋମବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିଥିବା ମ୍ୟାଚ୍ ସମୟରେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ। ଏଥିରେ ସୂର୍ଯ୍ୟକୁମାର ୯ଟି ବଲରୁ ବିସ୍ଫୋରକ୨୭ ରନ୍ ସ୍କୋର କରି ଅପରାଜିତ ରହିଥିଲେ। ଦଳକୁ ଫିନିଶ ଲାଇନ ପାର କରିଥିବା ସୂର୍ଯ୍ୟକୁମାରଙ୍କ ଇନିଂସରେ ସାମିଲ ଥିଲା ୩ଟି ଚୌକା ଏବଂ ୨ଟି ଛକା। ଏହି ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଥିଲା।

Advertisment

ସୂର୍ଯ୍ୟକୁମାର ତାଙ୍କ ଦମଦାର ପ୍ରଦର୍ଶନ ବଳରେ ବିରାଟ କୋହଲି, ରୋହିତ ଶର୍ମା, ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ପରେ ଏହି ମାଇଲଖୁଣ୍ଟ ଛୁଇଁଥିବା ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ ପାଲଟି ଯାଇଛନ୍ତି। ୩୪ ବର୍ଷୀୟ ଏହି ଖେଳାଳି ଏପର୍ଯ୍ୟନ୍ତ ୩୧୨ଟି ଟି-୨୦ ମ୍ୟାଚ୍ ଖେଳି ୮୦୦୭ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୬ଟି ଶତକ ଏବଂ ୫୪ଟି ଅର୍ଦ୍ଧଶତକ ରହିଛି। ଏହି ମ୍ୟାଚରେ ସେ ଆନ୍ଦ୍ରେ ରସେଲଙ୍କ ଓଭରରେ ନିଜର ୮୦୦୦ତମ ରନ୍ ପୂରଣ କରିଥିଲେ।

ମ୍ୟାଚରେ କୋଲକାତା ୧୧୬ ରନ୍ ସ୍କୋର କରିଥିବା ବେଳେ ମୁମ୍ବାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା। ସୂର୍ଯ୍ୟକୁମାରଙ୍କ ସହ ରାୟାନ ରିକେଲଟନଙ୍କ ୬୨ ରନରେ ଅପରାଜିତ ରହିଥିଲେ। ମୁମ୍ବାଇ ୮ ଓ୍ଵିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲ। ଏହା ପୂର୍ବରୁ ସେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ମଧ୍ୟ ଆଇପିଏଲରେ ଖେଳିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

IPL Suryakumar Yadav IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ