Advertisment

Prisoner Swallows Mobile: ଧରାପଡ଼ିବା ଭୟରେ ମୋବାଇଲ ଗିଳିଦେଲା କଏଦୀ, ପେଟ ଚିରି ବାହାର କଲେ ଡାକ୍ତର

ସେ କହିଥିଲା, ମୁଁ ଖଣ୍ଡେ ପଥର ଗିଳି ଦେଇଛି । ମୋତେ ଭଲ ଲାଗୁନି । ଯନ୍ତ୍ରଣା ହେଉଛି । ଏହା ପରେ ଡାକ୍ତରଖାନାରେ ତାର ଏକ୍ସ-ରେ କରାଯାଇଥିଲା । ଜଣାପଡିଥିଲା, ପେଟରେ ପଥର ଖଣ୍ଡ ନୁହେଁ ଗୋଟିଏ ମୋବାଇଲ୍ ଫୋନ୍ ଅଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
prisoner

prisoner

ଜେଲରେ ଥିବା ଜଣେ କଏଦୀ ହଠାତ୍ ଏକ ମୋବାଇଲ୍ ଫୋନ୍ ଗିଳିଦେଲା । ଯାଞ୍ଚ ବେଳେ ଧରାପଡିଯିବା ଭୟରେ ତା ପାଖରେ ସେ ଲୁଚାଇ ରଖିଥିବା ଏହି ମୋବାଇଲ୍‌ ଫୋନ୍ ଗିଳି ଦେଇଥିଲା । କିନ୍ତୁ ତାପରେ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ଡାକ୍ତର ପାଖକୁ ଯିବା ପରେ ଜଣାପଡିଥିଲା ପେଟରେ ମୋବାଇଲ୍ ଫୋନ୍ ଅଛି ବୋଲି ।

Advertisment

ଜଣେ କଏଦୀର ପେଟରୁ ମୋବାଇଲ୍ ଫୋନ୍ ବାହାର କଲେ ଡାକ୍ତର । କର୍ଣ୍ଣାଟକର ଶିବମୋଗା କେନ୍ଦ୍ରୀୟ ଜେଲ୍‌ରେ ଏହି ଘଟଣା ଘଟିଛି । ଗତ ୨୪ ତାରିଖରେ କଏଦୀ ଜଣକ ମୋବାଇଲ୍ ଫୋନ୍ ଗିଳି ଦେଇଥିଲା । ସେ ଭାବିଥିଲା ଫୋନଟି ବାହାରିଯିବ ବୋଲି । କିନ୍ତୁ ଏହା ଗିଳିବା ପରେ ତାର ଯନ୍ତ୍ରଣା ବଢ଼ିଯାଇଥିଲା । ତେଣୁ ସେ କହିଥିଲା, ମୁଁ ଖଣ୍ଡେ ପଥର ଗିଳି ଦେଇଛି । ମୋତେ ଭଲ ଲାଗୁନି । ଯନ୍ତ୍ରଣା ହେଉଛି । ଏହା ପରେ ଡାକ୍ତରଖାନାରେ ତାର ଏକ୍ସ-ରେ କରାଯାଇଥିଲା । ଜଣାପଡିଥିଲା, ପେଟରେ ପଥର ଖଣ୍ଡ ନୁହେଁ ଗୋଟିଏ ମୋବାଇଲ୍ ଫୋନ୍ ଅଛି ।

ଏହି କଏଦୀର ନାଁ ହେଉଛି ଦୌଲତ ଖାନ୍ ଓରଫ ଗୁଣ୍ଡା । ତାର ବୟସ ୩୦ ବର୍ଷ । ସେ ଗଞ୍ଜେଇ ଚୋରା କାରବାର ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ଭୋଗୁଛି । ସେ ୨୦୨୪ ଜୁନ୍ ୧୫ରୁ ସେ ଶିବମୋଗା କେନ୍ଦ୍ରୀୟ ଜେଲ୍‌ରେ ଅଛି ।

Advertisment

ମୋବାଇଲ୍ ଗିଳିବା ପରେ ଦୌଲତକୁ ଶିବମୋଗାର ମ୍ୟାକଗାନ୍ ଟିଚିଂ ଡିଷ୍ଟ୍ରିକ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତିନି ଜଣ ଡାକ୍ତରଙ୍କ ଏକ ଟିମ୍ ସର୍ଜରୀ କରି ଏକ ମୋବାଇଲ୍ ଫୋନ୍ ତା ପେଟରୁ ବାହାର କରିଥିଲେ । ଏହି ଫୋନର ଲମ୍ୱ ୩ ଇଞ୍ଚ ଓ ଚଉଡା ଇଞ୍ଚେ ଥିଲା । ଏହି ଫୋନ୍ ତା ପେଟରେ ପ୍ରାୟ ଦୁଇ ସପ୍ତାହ ରହିଥିଲା ।

ବାହାର କରାଯିବା ପରେ ଫୋନଟି ଗତ ଜୁଲାଇ ୮ ତାରିଖରେ ସିଲ୍ କରାଯାଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ଜେଲରେ ମୋବାଇଲ୍ ନିଷେଧ । କିନ୍ତୁ ଦୌଲତ ତା ପାଖରେ ଏହି ମୋବାଇଲ୍ ରଖିଥିଲା । ଜେଲ୍ ୱାର୍ଡ ଯାଞ୍ଚ ସମୟରେ ସେ ମୋବାଇଲଟିକୁ ଗିଳି ଦେଇଥିଲା । ଏହି ଘଟଣା ପରେ ଶିବମୋଗା କେନ୍ଦ୍ରୀୟ ଜେଲ୍‌ର ମୁଖ୍ୟ ସୁପରିଣ୍ଟେଣ୍ଡେଣ୍ଟ ଡ଼. ପି. ରଙ୍ଗନାଥ ତୁଙ୍ଗା ନଗର ପୋଲିସ ଷ୍ଟେସନରେ ଏକ ଏତଲା ଦାୟର କରିଛନ୍ତି । ଦୌଲତ ନାଁରେ ଏହି କେଶ୍ କରାଯାଇଛି । ଯେଉଁଥିରେ ମୋବାଇଲ୍ ଫୋନ୍ କିପରି ଜେଲ୍ ଭିତରେ ପହଞ୍ଚିଲା ତାହାର ତଦନ୍ତ ମଧ୍ୟ କରାଯିବ।

ଏହି ଘଟଣା ଜେଲ୍‌ର ସୁରକ୍ଷା ବ୍ୟବସ୍ଥାରେ ଥିବା ଗୁରୁତର ତ୍ରୁଟିକୁ ସାମ୍ନାକୁ ଆଣିଛି। ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ ଜେଲ୍ କର୍ମଚାରୀଙ୍କ ସହଯୋଗରେ ହିଁ ଏହି ମୋବାଇଲ୍ ଜେଲ୍ ଭିତରେ ପହଞ୍ଚିଥାଇପାରେ। ମୋବାଇଲ୍ ମିଳିବା ଘଟଣାରେ ଦୌଲତ ନାଁରେ ଆଉ ଏକ କେଶ୍ ହେବା ପରେ ତା ପାଇଁ ପୁଣି ଅଡୁଆ ସୃଷ୍ଟି ହୋଇଛି । କେମିତି ମୋବାଇଲ୍ ଜେଲ୍ ଭିତରକୁ ଆସିଲା, ସେ ନେଇ ପୋଲିସ ତାକୁ ପଚରାଉଚରା କରିବ । ଏହି ମୋବାଇଲ୍ ପାଇଁ ଜେଲ୍ ବିଭାଗ କାଠଗଡାରେ ଛିଡା ହୋଇଛି । ତଦନ୍ତ ପରେ ସଂପୃକ୍ତ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପରପୁରୁଷ ପାଇଁ ସ୍ୱାମୀଙ୍କୁ ମାରିଦେଲା, ପୁଅକୁ କହିଲା… 

Karnataka Mobile Phone Jail Inmates
Advertisment
Advertisment