Advertisment

Shubman Gill: ଶୁବମନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଟେଷ୍ଟ ରାଙ୍କିଙ୍ଗରେ ମାରିଲେ ଲମ୍ବା ଡିଆଁ

ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନକୁ ଯାଇଛନ୍ତି । ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନକୁ ଆସିଛନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Shubman Gill

Shubman Gill

ଶୁବମନ ଗିଲଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାକିଂରେ ଏକ ଲଙ୍ଗ ଜମ୍ପ ମାରିବା ସହିତ  ୨୧ ନମ୍ବର ସ୍ଥାନରୁ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦମଦାର ପାରିରୁ ଏହି ସଫଳତା ମିଳିଛି ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଶୁବମନଙ୍କୁ ।

Advertisment

ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ବିଶତକ ଓ ଦ୍ବିତୀୟ ଇଂନିସରେ ଶତକ ମାରିଥିଲେ ଗିଲ୍ । ଏହି ଇନିଂସ ବଳରେ ସେ ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି।ତେବେ ଇଂଲଣ୍ଡ ପ୍ରତିଭାବାନ ହ୍ୟାରୀ ବ୍ରୁକ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନକୁ ଯାଇଛନ୍ତି । ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନକୁ ଆସିଛନ୍ତି । ଅନ୍ୟ ପକ୍ଷରେ ଭାରତର ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଗିଲ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।

ଅଧିକ ପଢ଼ନ୍ତୁ: ଆଗକୁ ନବଢ଼ିଲେ ମୁଁ ନିରାଶ ହେବି...ଆହୁରି ଅନେକ କଥା କହିଲେ ଶାସ୍ତ୍ରୀ

ଇଂଲଣ୍ଡର ଏହି ଖେଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ବିତୀୟ ଇଂନିସରେ ଶତକ ମାରିଥିଲେ । ଯାହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି । ଦୁଇଟି ଟେଷ୍ଟରେ ଜୋ ରୁଟ୍ ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

Advertisment

କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବେଳେ ୟଶସ୍ବୀ ଜଶଓ୍ବାଲ ଚତୁର୍ଥ ଏବଂ ଷ୍ଟିଭ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି । ଟେମ୍ବା ବାଭୁମା ୭ମ ସ୍ଥାନରେ ରହିଛନ୍ତି । ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି । ନବମ ସ୍ଥାନରେ କାମିନ୍ଦୁ ମେଣ୍ଡିସ୍ ଓ ୧୦ମ ସ୍ଥାନରେ ଜେମି ସ୍ମିଥ ଅଛନ୍ତି ।

ବର୍ମିଂହାମ୍‌ ଟେଷ୍ଟରେ ଅଧିନାୟକ ଶୁବମନ ଗିଲ୍‌ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦ୍ବିଶତକ ପରେ ଦ୍ବିତୀୟ ଇନିଂସରେ ଶତକ କରିଥିଲେ । ବିଶ୍ବର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ବିଶତକ ପରେ ଶତକ କରି ରେକର୍ଡ଼ କରିଛନ୍ତି । ଭାରତର ତୃତୀୟ ଅଧିନାୟକ ଭାବେ ଏପରି ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି ।

ଗାଭାସ୍କର ଓ କୋହଲିଙ୍କ ପରେ ରେକର୍ଡ ବୁକ୍‌ରେ ଗିଲ୍ ନିଜ ନାମ ଯୋଡ଼ିଛନ୍ତି । ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଛନ୍ତି ଶୁବମନ ଗିଲ୍‌ । ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଛନ୍ତି ଗିଲ୍‌ ।

୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍‌ ସ୍ପେନ୍‌ରେ ୩୪୪ ରନ୍‌ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍‌ କରିଥିଲେ ।

ଅଧିକ ପଢ଼ନ୍ତୁ: ମଣିଷ ନା ଟଙ୍କା ଛାପିବାର ମେସିନ, ଏହି ଚୁକ୍ତିରୁ ମିଳିବ ଆହୁରି ଅନେକ କିଛି

ICC Test Rankings Shubman Gill
Advertisment
Related Articles
Advertisment