Advertisment

Rinku Singh-Priya Saroj Wedding: ଅଟକିଲା ରିଙ୍କୁ-ପ୍ରିୟାଙ୍କ ବିବାହ ! ଜାଣନ୍ତୁ କାହିଁକି...

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ...

author-image
Sujit kumar Swain
ଅଦ୍ୟତନ ହୋଇଛି
Rinku Singh-Priya Saroj Wedding

Rinku Singh-Priya Saroj Wedding

ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କଙ୍କୁ ନେଇ ବଡ଼ ଖବର...ଅଟକିଲା ବିବାହ । ନଭେମ୍ବର ୧୮ରେ ହେବନି ବିବାହ...କାହିଁକି ବିବାହ ବିଳମ୍ବ ? କଣ ପାଇଁ ନଭେମ୍ବର ୧୮ରେ ହେବନି ବିବାହ ? ଆସନ୍ତୁ ଜାଣିବା...

Advertisment

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ସୂଚନା ଅନୁଯାୟୀ  ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହ ସ୍ଥଗିତ ହୋଇଯାଇଛି। ଏତିକି ନୁହେଁ, ଉଭୟ ପରିବାର ବିବାହର ପ୍ରସ୍ତୁତି ମଧ୍ୟ ବନ୍ଦ କରିଦେଇଛନ୍ତି। 

ଏହି ମାସରେ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଥିଲା। ଉଭୟେ ଲକ୍ଷ୍ନୌର ଏକ ହୋଟେଲରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ଏହି ବର୍ଷ ନଭେମ୍ବର ୧୮ରେ ଉଭୟଙ୍କ ବିବାହ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହି ବିବାହକୁ ସ୍ଥଗିତ କରାଯାଇଛି। ବିବାହ ସ୍ଥଗିତ ହେବା ପଛରେ ରିଙ୍କୁ ସିଂହଙ୍କ କ୍ରିକେଟ୍‌ ସମ୍ପର୍କିତ ବ୍ୟସ୍ତତାକୁ କାରଣ ଭାବେ କୁହାଯାଉଛି।

Advertisment

ଖବର ମୁତାବକ, ନଭେମ୍ବରରେ କ୍ରିକେଟ ଟୁର୍ନାମେଣ୍ଟ କାରଣରୁ ରିଙ୍କୁ ସିଂ ବ୍ୟସ୍ତ ରହିବେ, ତେଣୁ ଉଭୟଙ୍କ ବିବାହକୁ ସ୍ଥଗିତ କରାଯାଇଛି। ବାରାଣସୀର ତାଜ ହୋଟେଲରେ ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ବର୍ତ୍ତମାନ ହୋଟେଲର ବୁକିଂକୁ ଫେବୃଆରୀ ମାସର ଶେଷଆଡ଼କୁ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ଯଦିଓ ଏପର୍ଯ୍ୟନ୍ତ ଉଭୟଙ୍କ ବିବାହର ନୂଆ ତାରିଖ ନିର୍ଦ୍ଧାରଣ ହୋଇନାହିଁ। 

ଉଲ୍ଲେଖଯୋଗ୍ୟ ଯେ, ଏହି ମାସରେ ହୋଇଥିବା ପ୍ରିୟା ସରୋଜଙ୍କ ଓ ରିଙ୍କୁ ସିଂଙ୍କ ନିର୍ବନ୍ଧରେ କେବଳ ଖେଳ ଜଗତରୁ ନୁହେଁ, ବରଂ ରାଜନୀତି ସହ ଜଡ଼ିତ ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ। ନିର୍ବନ୍ଧରେ ସାଂସଦ ପ୍ରିୟା ସରୋଜଙ୍କର ଏକ ଭାବବିହ୍ୱଳ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ପ୍ରିୟା ସରୋଜଙ୍କ ଆଖିରେ ଲୁହ ଦେଖାଯାଇଥିଲା। ଲୋକମାନେ ରିଙ୍କୁ ସିଂ ଏବଂ ପ୍ରିୟା ସରୋଜଙ୍କର ଯୋଡିଙ୍କୁ ବହୁତ ପସନ୍ଦ କରିଥିଲେ। 

ଅଧିକ ପଢ଼ନ୍ତୁ: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...

Cricket Wedding Rinku Singh
Advertisment
Related Articles
Advertisment