• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ମୁହାଁମୁହିଁ ଯାତ୍ରା ମାଲିକ । ପୁଣି ୫ ବର୍ଷ ପାଇଁ ସିଂହବାହିନୀରେ ରହିବା ଚର୍ଚ୍ଚାକୁ ନେଇ ବର୍ଷିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ । ପୂର୍ବରୁ ବର୍ଷେ ବିଶ୍ରାମ ନେବାକୁ ଘୋଷଣା କରିଥିଲେ ପୀୟୂଷ । ବର୍ତ୍ତମାନ ସିଂହବାହିନୀ ସହ ରହିବା ନେଇ ପୀୟୂଷ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରେସମିଟ୍ ଯୋଗେ ସେ ସୂଚନା ଦେଇଛନ୍ତି ।

ଏହି ପ୍ରସଙ୍ଗରେ ପୀୟୂଷ କହିଛନ୍ତି, "ଯେତେବେଳେ ମୁଁ ଅପେରା ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ଥିଲି ସେତେବେଳେ ବିବାଦ ଉପୁଜିଥିଲା ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମଧ୍ୟରେ ମୋ ପାଇଁ । ଅର୍ଥ କାରବାରକୁ ନେଇ ଏହି ବିବାଦ ହୋଇଥିଲା । ଯାହାର ସମାଧାନର ବାଟ ନପାଇ ମୁଁ ବର୍ଷେ ବିଶ୍ରାମ ନେବାକୁ ଘୋଷଣା କରିଥିଲି । ଘରେ ରହିବାକୁ ନିଷ୍ପତ୍ତି ନେଇଥିଲି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବିଶ୍ରାମ ନେବି କହିଥିଲି । ଯଦି ମାଲିକମାନେ ନିଷ୍ପତ୍ତି ନିଅନ୍ତି ତାହେଲେ କାମ କରିବି କହିଥିଲି । ହେଲେ ଦୁଇ ପାର୍ଟିର ମାଲିକ ବର୍ତ୍ତମାନ କହୁଛନ୍ତି ପୀୟୁଷ ସୁସ୍ଥ ହେଲେ ଆମ ପାର୍ଟିକୁ ଆସିବ । ଯେଉଁ ସମସ୍ୟା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଥିଲି ଆଜି ପୁଣି ସେହି ସମସ୍ୟା ଉପୁଜିଛି ।"

ଯେଉଁମାନଙ୍କୁ ନେଇ ବିବାଦ ଉପୁଜିଛି, "ସେମାନେ ମୁଁ ଶବ୍ଦ ଛାଡିଦେଲେ ସବୁ ସମାଧାନ ହୋଇଯିବ । ମୁଁ ଛାଡି ଆମେ ଶବ୍ଦ ବ୍ୟବହାର କରିବା ଦରକାର । ମୋ ଯାତ୍ରା ପାର୍ଟି ନୁହେଁ, ଆମ ଯାତ୍ରା ପାର୍ଟି ବୋଲି ସେମାନେ ଭାବିବା ଆବଶ୍ୟକ । ମାଲିକ ସଂଘକୁ ସମ୍ମାନ ଦେବା କଳାକାରର ଧର୍ମ । ଯେଉଁଥିପାଇଁ ମୁଁ ଗୋଟିଏ ବର୍ଷ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲି । ଆସନ୍ତା ୨୦୨୬-୩୦ ଯାଏଁ ମୁଁ ସିଂହବାହିନୀ ସହ ଅନୁବନ୍ଧିତ ହୋଇଛି । ଯଦି ମାଲିକ ସଂଘ କିଛି ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବି ।"

ସେପଟେ ଫିଲ୍ମରେ ଅଭିନୟ କରିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଉତ୍ତର ରଖିଛନ୍ତି ପୀୟୁଷ । ସେ କହିଛନ୍ତି, "ଯାତ୍ରା ଓ ଫିଲ୍ମ ଭିନ୍ନ ଜିନିଷ । ଯଦି ଦର୍ଶକଙ୍କ ଭଲପାଇବା ଥିବ ଓ ପ୍ରଯୋଜକ ମୋତେ ନେଲେ ଯଦି ଲାଭବାନ ହେବେ ଭାବିବେ, ମୋର ଅଭିନୟ କରିବାରେ ଅସୁବିଧା କ'ଣ?"

ଅଧିକ ପଢନ୍ତୁ: ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ନୂଆ ତାମସା

ଓଟିଭି ବିଜ୍ଞାପନ