/odishatv-khabar/media/post_attachments/uploadimage/library/16_9/16_9_0/pant_1750600599.jpg)
pant
ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପନ୍ତ ପ୍ରସିଦ୍ଧ। ଏହା ସହିତ ପଡିଆ ଭିତରେ ନିଜର ମଜାଳିଆ ବ୍ୟବହାର ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ଟେଷ୍ଟ କ୍ରିକେଟ ବୋରିଂ ହେଇ ଯାଉଥିବା ବେଳେ ପନ୍ତଙ୍କ ମଜାଳିଆ କଥାବାର୍ତ୍ତା ସମସ୍ତଙ୍କ ହସର ଖୋରାକ ଯୋଗାଇଥାଏ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: ଭାରତ ଫେରିଲେ ରୋହିତ ଶର୍ମା, କ୍ୟାପଟେନ୍ଙ୍କୁ ଦେଖିବାକୁ ଫ୍ୟାନଙ୍କ ପ୍ରବଳ ଭିଡ଼
ଏହାର ଏକ ଭିଡିଓ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଏହାର ଏକ ଭିଡିଓ କ୍ଲିପ ପୋଷ୍ଟ କରାଯାଇଥିଲା । ଏହି ଭିଡିଓ କ୍ଳିପକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ଏହା ବେଶ ଭାଇରାଲ ହୋଇଥିଲା। ରବୀନ୍ଦ୍ର ଜାଡେଜାଙ୍କ ଏକ ୱାଇଡ ବଲ ଉପରେ ପନ୍ତ ଏମିତି ପ୍ରତିକ୍ରିୟା ରଖିଥିଲେ। ଇଂଲଣ୍ଡର ଷ୍ଟାଇଲିସ ଓପନର ବେନ ଡକେଟ ବ୍ୟାଟିଂ କରିବା ସମୟରେ ଏହି ଘଟଣା ଘଟିଥିଲା।
ଡକେଟ ବ୍ୟାଟିଂ କରିବା ସମୟରେ ଅଚାନକ ରିଭର୍ସ ସ୍ବିପ ମାରିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ଜାଡେଜା ଅଚାନକ ବଲକୁ ଲେଗ ଷ୍ଟମ୍ପ ବାହାରେ ରଖିଥିଲେ। ବଲଟି ଲେଗ ଷ୍ଟମ୍ପର ବହୁତ ବାହାରେ ରହିଥିବା ବେଳେ ୱିକେଟ କିପର ଋଷଭ ପନ୍ତଙ୍କୁ ଡାଇଭ ମାରି ବଲ ଅଟକାଇବାକୁ ପ୍ରୟାସ କରିଥିଲେ। ବଲ ଅଟକାଇବା ପରେ ପନ୍ତଙ୍କ ରିଆକ୍ସନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
.@RishabhPant17 + @ShubmanGill = Absolute cinema! ✨
These two don’t play the game, they put on a show! 🍿#ENGvIND 👉 1st TEST, Day 3 | SUN, 22nd JUNE, 2:30 PM Streaming On JioHotstar! pic.twitter.com/ZQHkO5QGjv
— Star Sports (@StarSportsIndia) June 21, 2025
ପନ୍ତ କହିଥିଲେ ଭାଇ ମୁଁ ବି ଖେଳୁଛି, ଟିକେ ଧ୍ୟାନ ରଖ। ତୁମେ ନିଜ ଚୌକା ବଞ୍ଚାଇବାକୁ ଯାଇ ଏଭଳି ବାଇ ଚୌକା ଦେବାକୁ ଚେଷ୍ଟା କରୁଛ। ପରେ ଭିଡିଓରେ କ୍ୟାପଟେନ୍ସି ଡେବ୍ୟୁ କରିଥିବା ଶୁବମନ ଗିଲ ମଧ୍ୟ ଦେଖା ଯାଇଥିଲେ। ଡକେଟ ବିଟ ହେବା ପରେ ଗିଲ କହିଥିଲେ ସେ ବଲ ବୁଝି ପାରୁ ନାହାନ୍ତି। ସେ ଆଉଟ ହେବାର ଚାନ୍ସ ରହିଛି। ଯଦିଓ ଡକେଟ ସେ ଓଭରରେ ଆଉଟ ହୋଇ ନ ଥିଲେ ତେବେ ୬୨ ରନ କର ବୁମରାଙ୍କ ବଲରେ ଆଉଟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)