Advertisment

Punjab Kings top IPL points table: ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ ଶୀର୍ଷରେ PBKS; ନାଚିଲେ ପ୍ରୀତି ଜିଣ୍ଟା, ଭାଇରାଲ ହେଲା ଭିଡ଼ିଓ...

ଗତକାଲି ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଉଠିବା ସହ ୧/୨ ସ୍ଥାନରେ ରହିବା ନିଶ୍ଚିତ କରିଛି। ଏହାରି ଭିତରେ ପଞ୍ଜାବ କିଙ୍ଗସର ସହ-ମାଲିକ ଓ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ଭିନ୍ନ ମୁଡ୍‌ରେ ଦେଖିବାକୁ ମିଳିଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Punjab Kings top IPL points table

Punjab Kings top IPL points table

ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ପଞ୍ଜାବ କିଙ୍ଗ୍ସ । ୧୧ ବର୍ଷ ପରେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ କ୍ବାଲିଫାୟାର୍‌ ଖେଳିବ । ତେବେ ଗତକାଲି ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଉଠିବା ସହ ୧/୨ ସ୍ଥାନରେ ରହିବା ନିଶ୍ଚିତ କରିଛି। ଏହାରି ଭିତରେ ପଞ୍ଜାବ କିଙ୍ଗସର ସହ-ମାଲିକ ଓ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ଭିନ୍ନ ମୁଡ୍‌ରେ ଦେଖିବାକୁ ମିଳିଥିଲା । ଷ୍ଟାଡ଼ିୟମ୍‌ରେ ନାଚି ଉଠିଥିଲେ ପ୍ରୀତି ଜିଣ୍ଟା  । ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଯିବାକୁ ବହୁତ ଖୁସି ଅଛନ୍ତି ପ୍ରୀତି ଜିଣ୍ଟା ।  

Advertisment

ଏମିତିକି ଯାହାକୁ ନେଇ ତାଙ୍କ ଫ୍ୟାନ୍‌ ମଧ୍ୟ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣ ଫ୍ୟାନ୍‌ ଲେଖିଛନ୍ତି, ପ୍ରୀତି ଜିଣ୍ଟା ଜଣେ ଏମିତିକା ମାଲିକ ଆଇପିଏଲ୍‌ ଟ୍ରଫି ଜିତିବା ନିହାତି ଦରକାର। 

Advertisment

ତେବେ ଗତକାଲି ୫ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟ୍‌ରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଉଠିବା ସହ ୧/୨ ସ୍ଥାନରେ ରହିବା ନିଶ୍ଚିତ କରିଛି। ଏଥିସହ ଗୁରୁବାର କ୍ବାଲିଫାୟାର୍‌-୧ରେ ଖେଳିବା ମଧ୍ୟ ସ୍ପଷ୍ଟ ହୋଇଛି। ପରାଜୟ ସହ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିବା ବି ନିଶ୍ଚିତ ହୋଇଛି। ଗତକାଲି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮୪ ରନ୍‌ରେ ସୀମିତ ରହିଯାଇଥିଲା। ୧୮୫ ରନ୍‌ର ଲକ୍ଷ୍ୟକୁ ହାସଲ କରିବା ପଞ୍ଜାବ କିଙ୍ଗ୍ସ ପାଇଁ ଆଦୌ କଷ୍ଟକର ହୋଇନଥିଲା। ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ ୩୫ ବଲ୍‌ରୁ ୬୨ ରନ୍ ଓ ଜୋସ୍ ଇଙ୍ଗ୍‌ଲିସ୍ ୪୨ ବଲ୍‌ରୁ ୭୩ ରନ୍‌ଙ୍କ ଅର୍ଦ୍ଧଶତକ ପାଳି ପଞ୍ଜାବ ପାଇଁ ଯଥେଷ୍ଟ ହୋଇଥିଲା। 

ଅନ୍ୟପଟେ ମଙ୍ଗଳବାର ଶେଷ ଲିଗ୍‌ରେ ଆର୍‌ସିବି-ଏଲ୍‌ଏସ୍‌ଜି ମୁହାଁମୁହିଁ ହେବେ। ଆର୍‌ସିବି ବିଜୟୀ ହେଲେ ପଞ୍ଜାବକୁ କ୍ବାଲିଫାୟାର୍‌-୧ରେ ଭେଟିବ। ହାରିଗଲେ ମୁମ୍ବାଇ ଇଣ୍ଡିଆନ୍ସ ସହ ଶୁକ୍ରବାର ଏଲିମିନେଟ୍‌ର ଖେଳିବ। ଦ୍ବିତୀୟ କ୍ବାଲିଫାୟାର୍‌ ରବିବାର ଖେଳାଯିବା ପରେ ଜୁନ୍‌ ୩ ତାରିଖରେ ଫାଇନାଲ୍ ଖେଳାଯିବ।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

ସୋମବାର ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଡାକିଥିଲେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର। ରିୟାନ ରିକେଲଟନ୍‌ ୨୦ ବଲ୍‌ରୁ ୨୭ ରନ୍ ଓ ରୋହିତ ଶର୍ମା ୨୧ ବଲ୍‌ରୁ ୨୪ ରନ୍‌ ସତର୍କତାର ସହ ବ୍ୟାଟିଂ କରିବାରୁ ମୁମ୍ବାଇ ପାୱାର ପ୍ଲେ ୬ ଓଭର ଭିତରେ ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ଉଭୟ କିନ୍ତୁ ଲମ୍ବା ଖେଳିପାରିନଥିଲେ। ତିଳକ ବର୍ମା (୧) ବିଫଳ ହେବା ମୁମ୍ବାଇକୁ ଚାପରେ ପକାଇଥିଲେ ମଧ୍ୟ ସୂର୍ଯ୍ୟକୁମାର ୟାଦବ ୩୯ ବଲ୍‌ରୁ ୫୭ ରନ୍ ଶେ‌ଷ ବଲ୍‌ରେ ଆଉଟ୍ ହେବା ପୂର୍ବରୁ ପାଳିକୁ ଏକପ୍ରକାର ସଜାଡ଼ି ନେଇଥିଲେ। ଶେଷ ଭାଗରେ ହାର୍ଦିକ ପାଣ୍ଡ୍ୟା ୧୫ ବଲ୍‌ରୁ ୨୬ ରନ୍ ଏବଂ ନମନ ଧୀର ୧୨ ବଲ୍‌ରୁ ୨୦ ରନ୍ ଭଲ ଅବଦାନ ରଖିଥିଲେ। ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ମାର୍କୋ ୟାନସେନ୍‌, ବିଜୟ କୁମାର ବୈଶାକ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।

IPL Punjab Kings Preity Zinta
Advertisment
Related Articles
Advertisment