/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748346202.jpg)
Trump Hotel Rental
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ବି ହେଲା ଠକେଇ । ପାଖାପାଖି ୨୦୦ ଲୋକଙ୍କ ଠାରୁ ପ୍ରାୟ ୨ କୋଟି ଟଙ୍କା ଠକେଇ ହୋଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଏକ ଆପ୍ କରି ଏହି ଆପ୍ ଜରିଆରେ ଲୋକଙ୍କୁ ଠକିଛନ୍ତି ଠକ ଦଳ । ଏହି ଆପର ନାଁ ହେଉଛି ‘ଟ୍ରମ୍ପ ହୋଟେଲ୍ ରେଣ୍ଟାଲ୍’ । ଏହି ଆପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ AI ତିଆରି ଭିଡିଓ ବ୍ୟବହାର କରାଯାଇଛି । ଏହି ଆପ୍ ଜରିଆରେ ଟଙ୍କା ଜମା କରିବାକୁ ଠକମାନେ କହୁଥିଲେ । ଏହି ଟଙ୍କା ଖୁବଶୀଘ୍ର ଭଲ ରିଟର୍ଣ୍ଣ ଦେବ ଓ ଡବଲ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । AI ରେ ପ୍ରସ୍ତୁତ ଟ୍ରମ୍ପଙ୍କ ଭାଷଣ ମଧ୍ୟ ଆପରେ ଛଡା ଯାଇଥିଲା । ଭଲ ରିଟର୍ଣ୍ଣ ମିଳିବ ବୋଲି ଟ୍ରମ୍ପ କହୁଥିବାର ଦେଖି ଲୋକମାନେ ସହଜରେ ବିଶ୍ୱାସ କରିଯାଇଥିଲେ ।
ପ୍ରାୟ ୬ ମାସ ହେବ ଲୋକମାନେ ଟଙ୍କା ଜମା କରିଛନ୍ତି । କିନ୍ତୁ ପ୍ରତିଶ୍ରୁତି ମୁତାବକ ଟଙ୍କା ନପାଇବାରୁ ସେମାନଙ୍କର ସନ୍ଦେହ ହୋଇଥିଲା । କେହି କେହି ଟଙ୍କା ଡବଲ୍ ଆଶାରେ ୧୦ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜମା କରିଛନ୍ତି । ଅନେକ ନିବେଶକ ଏ ନେଇ ପୋଲିସକୁ ଜଣାଇଥିଲେ । ପୋଲିସ ସାଇବର୍ ଏକ୍ପପର୍ଟଙ୍କ ସହାୟତାରେ ଜାଣିପାରିଥିଲା ଯେ, ଏହି ଆପ୍ ଜରିଆରେ ଲୋକମାନଙ୍କୁ ଠକାଯାଇଛି । ଧିରେ ଧିରେ କ୍ଷତିଗସ୍ତ ଲୋକମାନେ ଆସି ଥାନାରେ ଅଭିଯୋଗ କରୁଛନ୍ତି । କର୍ଣ୍ଣାଟକର ବିଭିନ୍ନ ଥାନାରେ ଏତଲା ରୁଜୁ ହୋଇଛି । ବେଙ୍ଗାଲୁରୁ ସହରରେ ଲୋକମାନେ ମଧ୍ୟ ଏହି ଘଟଣାରେ ଠକାମୀର ଶିକାର ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: କେଶ ପ୍ରତିରୋପଣ ସର୍ଜରୀ କଲେ ଦାନ୍ତ ଡାକ୍ତର; ଚାଲିଗଲା ଦୁଇ ଇଞ୍ଜିନିୟରଙ୍କ ଜୀବନ
ଜଣେ ଓକିଲ କହିଛନ୍ତି, ଗତ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ସେ ୬ ଲକ୍ଷ ଟଙ୍କା ଜମା କରିଛନ୍ତି । ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ମୁଁ ପ୍ରତି ମାସରେ ୫ ହଜାର ଜମା କରୁଥିଲି । ଏକ ଲକ୍ଷ ହେବା ପରେ ଆଉ ଜମା କରିନାହିଁ । ଠକମାନେ କିନ୍ତୁ ମୋତେ ଅଧିକ ଜମା କରିବାକୁ କହୁଥିଲେ, ମୁଁ ଆଉ ଜମା କରିନାହିଁ । ଆପରେ ଏକ ଫର୍ମ ପୂରଣ ସହ ବ୍ୟାଙ୍କ ଡିଟେଲ୍ସ ଦେବାକୁ ପଡୁଥିଲା । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଟଙ୍କା ଠକି ନେଇଛନ୍ତି ଠକ ଦଳ । ପୋଲିସ ଘଟଣାର ତଦନ୍ତ କରୁଛି । ଏବେ ଏହି ଆପ୍ କାମ କରୁନାହିଁ ।
ସାଇବର୍ ଠକେଇ ନେଇ ସରକାରଙ୍କ ଠାର ଆରମ୍ଭ କରି ବିଭିନ୍ନ ସଂସ୍ଥା ଲୋକମାନଙ୍କୁ ସଚେତନ କରୁଛନ୍ତି । କିନ୍ତୁ ଅଧିକ ଟଙ୍କା ପାଇବା ଲୋଭରେ ସରଳ ଲୋକମାନେ ପ୍ରଲୋଭିତ ହୋଇ କଷ୍ଟ ଅର୍ଜିତ ଟଙ୍କା ହରାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)