Advertisment

Monsoon Forecast: ମୌସୁମୀ ବର୍ଷା ନେଇ IMD ଡିଜିଙ୍କ ସୂଚନା, ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷିବ

ଚଳିତ ବର୍ଷ ଆଗୁଆ ଆସିଛି ମୌସୁମୀ । ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି IMD ଡିଜି । ଜୁନ୍‌ରେ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ମେ ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
More than normal rainfall this year

More than normal rainfall this year

ମୌସୁମୀ ବର୍ଷା ନେଇ ସୂଚନା ଦେଲେ  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଡିଜି କହିଛନ୍ତି, "ଆସନ୍ତା ଜୁନ ମାସରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଜୁନ୍‌ରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ପ୍ରାକ୍‌ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିଛି । ମେ ମାସରେ ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ି ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଛି । କେରଳକୁ ୮ ଦିନ ଆଗୁଆ ମୌସୁମୀ ପ୍ରବେଶ କରିଛି। ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ମଧ୍ୟ ମୌସୁମୀ ଆଗୁଆ ପହଞ୍ଚିଛି ।"

Advertisment

ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦିଆଯାଇଛି । ଏହାକୁ ନଜରରେ ରଖି ସତର୍କ କରାଇଛନ୍ତି SRC । ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବଜ୍ରପାତ ଅଘଟଣ ଏଡ଼ାଇବାକୁ ଲୋକଙ୍କୁ ସଚେତନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ମଧ୍ୟ SRC ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ : ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ କରାଇଲେ SRC

IMD Weather Update Monsoon
Advertisment
Related Articles
Advertisment