Advertisment

ବିଶ୍ୱରେ ଚମକିଲେ ବିରାଟଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ

ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଏଠି ବି ତାଙ୍କର ସେହି ଅନ୍ଦାଜ। ଆଉ ଯେଉଁଥିରେ ସେ ବେଷ୍ଟ୍‌ ତାକୁ ଦର୍ଶାଯାଇଛି।

author-image
Prasanjit Ray
ଅଦ୍ୟତନ ହୋଇଛି
Odia Boy Pintu In Promo Video Of ODI World Cup 2023

Odia Boy Pintu In Promo Video Of ODI World Cup 2023

ଓଡ଼ିଆ...କ’ଣ ନକଲେଣି ! ରାଜନୀତିରୁ କ୍ରୀଡ଼ା, ବିଜ୍ଞାନରୁ ସାହିତ୍ୟ ସବୁଥିରେ ଆଗରେ ଏବେ ଓଡ଼ିଆ। ସାରା ଦେଶରେ ଓଡ଼ିଆମାନେ ନିଜ ପରିଚୟ ସାବ୍ୟସ୍ତ କରିବା ପରେ ଏବେ ବିଶ୍ୱରେ ବି ଚମକୁଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା, ସହରରେ ବୋଧେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ଭଗବାନ ଅର୍ଥାତ୍‌ ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଆଉ ଏବେ ସେ ବିଶ୍ୱ ଦରବାରରୋ

Advertisment

ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରମୋରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ। ଏଠି ବି ତାଙ୍କର ସେହି ଅନ୍ଦାଜ। ଆଉ ଯେଉଁଥିରେ ସେ ବେଷ୍ଟ୍‌ ତାକୁ ଦର୍ଶାଯାଇଛି। ଛାତିରେ ଓ ପିଠିରେ ବିରାଟଙ୍କ ଟାଟୁ ଯାହା ବ୍ଲାକ୍‌ ସ୍ୟାଡ। ଡିଜାଇନରେ ବେଶ୍ ଚମକୁଛି। ପିଠିରେ ଥିବା 18 ନମ୍ବର, ଡାହାଣ ପଟ ଛାତିରେ ଥିବା ବିରାଟଙ୍କ ଫେସ୍ ଆଉ ଏଥିରେ ଛୁଙ୍କ ଭଳି କାମ କରିଛି ବାଦ୍‌ଶାହ ଶାହରୁଖଙ୍କ ଭଏସ୍...ମେମୋରି ଯାହା ସବୁବେଳେ ସତେଜ, ସବୁବେଳେ ତୁମ ସହ ରହେ...ଏମିତି କିଛି କଥା ଶାହରୁଖଙ୍କ ମୁହଁରେ ବାହାରିବା ପରେ ପିଣ୍ଟୁଙ୍କ ଦେହରେ ଥିବା ବିରାଟଙ୍କ ଟାଟୁ ଅଧିକ ପ୍ରଭାବଶାଳୀ ହୋଇଛି।

ବ୍ରହ୍ମପୁର ସହରରୁ ଆରମ୍ଭ ହୋଇଥିଲା ପିଣ୍ଟୁଙ୍କ ଯାତ୍ରା। ପିଠି, ହାତ, ଛାତି, ପେଟ...ଦେହ ସାରା ବିରାଟଙ୍କ ଟାଟୁ କରିଛନ୍ତି ପିଣ୍ଟୁ। କୋହଲିଙ୍କ ପାଇଁ ଦିୱାନା ଥିବା ପିଣ୍ଟୁଙ୍କ ସ୍ୱପ୍ନ ଏହା ପୂର୍ବରୁ ପୂରଣ ହୋଇଛି। ବିଶାଖାପାଟଣା ମ୍ୟାଚ୍‌ରେ ବିରାଟ ଖୋଦ୍ ତାଙ୍କୁ ଆଲିଙ୍ଗନ କରିଛନ୍ତି। ପିଣ୍ଟୁ ମଧ୍ୟ ମନଭରି ସେଦିନ ବିରାଟଙ୍କ ସହ କଥା ବି ହୋଇଥିଲେ। ସେହି ସମୟର ଫଟୋ ଓ ଭିଡିଓ ବି ଭାଇରାଲ୍ ହୋଇଥିଲା। ବିରାଟଙ୍କ ପ୍ରାୟ ପ୍ରତିଟି ମ୍ୟାଚ୍‌କୁ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନକୁ ଯାଆନ୍ତି ପିଣ୍ଟୁ। କଷ୍ଟ ମଷ୍ଟେ ଏଥିପାଇଁ ସେ ଟଙ୍କା ଯୋଗାଡ଼ କରନ୍ତିା

Advertisment

ICCର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ ବି ରହିଛନ୍ତି। ବିଭିନ୍ନ ଦେଶର ଖେଳାଳି, ଟିମ୍‌କୁ ନେଇ ଏହି ୨ ମିନିଟ୍ ୧୨ ସେକେଣ୍ଡର ବିଶ୍ୱକପ୍ କ୍ରିକେଟର ଝଲକ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେଉଛି ବିଶ୍ୱକପ୍ କ୍ରିକେଟ। ୬ ତାରିଖରେ ପାକିସ୍ତାନକୁ ଭେଟିବ ଭାରତ। ଆଉ ତା’ପୂର୍ବରୁ ଦିଲ୍ ବୋଲେ କ୍ରିକେଟ୍, ଏ ମନ ଗର୍ବରେ କହେ ମୁଁ ଓଡ଼ିଆ... 

Virat Kohli World Cup
Advertisment
Advertisment