Advertisment

Mumbai Indians First Win: ଡେବ୍ୟୁରେ ଚମକିଲେ ଅଶ୍ୱିନୀ କୁମାର, ୫ ଥର ଚାମ୍ପିୟନ ମୁମ୍ବାଇର ପଏଣ୍ଟ ଖାତା ଖୋଲିଲା

ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରିବା ସହିତ ଚଳିତ ସିଜନରେ ନିଜର ପ୍ରଥମ ବିଜୟ ହାସଲ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ ମାତ୍ର ୧୧୬ ରନରେ ଅଲଆଉଟ ହୋଇଥିଲା। ଜବାବରେ ମୁମ୍ବାଇ ୧୨.୫ ଓଭରରେ ୨ ୱିକେଟ ହରାଇ ୧୨୧ ରନ ହାସଲ କରି ବିଜୟୀ ହୋଇଥିଲା।

ଅଦ୍ୟତନ ହୋଇଛି
mumbai

mumbai

Advertisment

ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରିବା ସହିତ ଚଳିତ ସିଜନରେ ନିଜର ପ୍ରଥମ ବିଜୟ ହାସଲ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ ମାତ୍ର ୧୧୬ ରନରେ ଅଲଆଉଟ ହୋଇଥିଲା। ଜବାବରେ ମୁମ୍ବାଇ ୧୨.୫ ଓଭରରେ ୨ ୱିକେଟ ହରାଇ ୧୨୧ ରନ ହାସଲ କରି ବିଜୟୀ ହୋଇଥିଲା।

Advertisment

ପ୍ରଥମ ବିଜୟ ସନ୍ଧାନରେ ରହିଥିବା ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଏହାର ପ୍ରଥମ ମ୍ୟାଚ ଖେଳୁଥିଲା। ଦଳ ଏହି ମ୍ୟାଚ ପାଇଁ ଦୁଇଟି ପରିବର୍ତ୍ତନ କରିଥିଲା। ପ୍ରଥମ ମ୍ୟାଚର ହିରୋ ବିଘ୍ନେଷ ପୁଥୁର ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପଦାର୍ପଣ କରିଥିଲେ ଅଶ୍ୱିନୀ କୁମାର। ଟସ ଜିତି ହାର୍ଦ୍ଦିକ ପାଣ୍ଡ୍ୟା କୋଲକାତାକୁ ବ୍ୟାଟିଂ ଡାକରା ଦେଇଥିଲେ। କେକେଆର ପକ୍ଷରୁ ଓପନ କରିଥିବା କ୍ବିଣ୍ଟନ ଡିକକ୧ ଓ ସୁନୀଲ ନାରିନ ଖାତା ଖୋଲିବା ଆଗରୁ ପ୍ୟାଭିଲିୟନ ଫେରିଥିଲେ। ମୁମ୍ବାଇର ଲୋକାଲ ବୟ ଆଜିଙ୍କ୍ୟ ରାହାଣେ ଓ ଅଙ୍ଗକ୍ରିଷ ରଘୁବଂଶୀଙ୍କ ମଧ୍ୟରେ ୨୩ ରନ ଯୋଡିଥିଲେ। ରାହାଣେ ୧୧ ରନ କରିଥିବା ବେଳେ ଅଙ୍ଗକ୍ରିଷ ସର୍ବାଧିକ ୨୬ ରନ କରିଥିଲେ।

ଅଧିକ ପଢ଼ନ୍ତୁ: ଟି-୨୦ରେ ଟିମ୍ ଇଣ୍ଡିଆର ନୂଆ ଫିନିଶର୍ ହେବେ କି ଆଶୁତୋଷ ଶର୍ମା ?

ତେବେ ଡେବ୍ୟୁଟାଣ୍ଟ ଅଶ୍ୱିନୀ କୁମାର ପ୍ରଥମ ବଲରେ ରାହାଣେଙ୍କୁ ଆଉଟ କରିଥିଲେ। ରାହାଣେ ଆଉଟ ହେବା ସହିତ କେକେଆର ୨୫ ରନରେ ୩ ଉଇକେଟ ହରାଇଥିଲା। ପରେ ଅଙ୍ଗକ୍ରିଷ ରଘୁବଂଶୀ ଓ ଭେଙ୍କଟେଶ ଆୟର ଆଉଟ ହେବା ବେଳକୁ ୪୫ ରନରେ କେକେଆରର ଅଧା ବ୍ୟାଟିଂ ଲାଇନଅପ ଡଗଆଉଟରେ ବସି ସାରିଥିଲା। ଅଙ୍ଗକ୍ରିଷ ୧୬ ବଲରୁ ୩ ଚୌକା ଓ ୧ ଛକା ସହିତ ୨୬ ରନ କରିଥିଲେ। ଅଙ୍ଗକ୍ରିଷ ଆଉଟ ହେବା ପରେ ମନୀଷ ପାଣ୍ଡେଙ୍କୁ ସବଷ୍ଟିଚ୍ୟୁଟ କରିଥିଲା କେକେଆର। ତେବେ ପାଣ୍ଡେ ମାତ୍ର ୧୯ ରନ କରି ଆଉଟ ହୋଇଥିଲେ। ଶେଷ ଭାଗରେ ଅଲରାଉଣ୍ଡର ରମଣଦୀପ ସିଂ ୧୨ ବଲରୁ ୨୨ ରନ କରିବାରୁ କେକେଆର ୧୧୬ ରନରେ ଅଲଆଉଟ ହୋଇଥିଲା। ପଦାର୍ପଣ କରିଥିବା ଅଶ୍ବନୀ କୁମାର ୪ ୱିକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ୨, ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ବିଘ୍ନେଷ ପୁଥୁର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଜବାବରେ ରାୟାନ ରିକେଲଟନଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ବିଜୟୀ ହୋଇଥିଲେ। ରିକେଲଟନ ୪୧ ବଲ ଖେଳି ଅପରାଜିତ ୬୨ ରନ କରିଥିଲେ। ରିକେଲଟନଙ୍କ ଏହି ଇନିଂସରେ ୪ ଚୌକା ଓ ୫ ଛକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୩ ଓ ୱିଲ ଜ୍ୟାକ୍ସ ୧୬ ରନ କରିଥିଲେ। ଶେଷ ଭାଗରେ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ୨୭ ରନ କରି ନେଇଥିଲେ। ସୂର୍ଯ୍ୟକୁମାର ୯ ବଲରୁ ୩ ଚୌକା ଓ ୨ ଛକା ମାରିଥିଲେ। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ୱିକେଟ ନେଇଥିଲେ। ୪ ୱିକେଟ ନେଇଥିବା ଅଶ୍ବନୀ କୁମାରଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

Mumbai Indians IPL KKR IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ