Advertisment

Mahendra Singh Dhoni IPL Record: ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ସହ ସମକକ୍ଷ

କ୍ରମାଗତ ୫ ମ୍ୟଚର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଟ୍ରାକକୁ ଫେରିଥିବା ବେଳେ ୧୧ ବର୍ଷ ତଳର ଆଇପିଏଲ ରେକର୍ଡ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ଇତିହାସର ବୟସ୍କ ଖେଳାଳି ଭାବରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
dhoni

dhoni

Advertisment

କ୍ରମାଗତ ୫ ମ୍ୟଚର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଟ୍ରାକକୁ ଫେରିଥିବା ବେଳେ ୧୧ ବର୍ଷ ତଳର ଆଇପିଏଲ ରେକର୍ଡ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ଇତିହାସର ବୟସ୍କ ଖେଳାଳି ଭାବରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି। ଋତୁରାଜ ଗାଏକ୍ବାଡ ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିଥିବା ବେଳେ ଧୋନୀଙ୍କୁ କ୍ୟାପଟେନ୍ସିର ସୁଯୋଗ ମିଳିଥିଲା। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଧୋନୀ ସମ୍ମୁଖ ଭାଗରୁ ଆକ୍ରମଣ କରିବା ସହିତ ଅଧିନାୟକ ଇନିଂସ ଖେଳିଥିଲେ। ମାତ୍ର ୧୧ ବଲରୁ ଧୋନୀ ଅପରାଜିତ ୨୬ ରନ କରିଥିବା ବେଳେ ପ୍ଲେୟର ଅଫ ଦ ମ୍ୟାଚ ହୋଇଥିଲେ।

Advertisment

ଏହା ସହିତ ୪୩ ବର୍ଷ ୨୮୦ ଦିନରେ ପ୍ଲେୟର ଅଫ ଦ ମ୍ୟାଚ ହେବା ସହିତ ଧୋନୀ ୧୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଏହି ରେକର୍ଡ ପ୍ରବୀଣ ତାମ୍ବେଙ୍କ ନାମରେ ଥିଲା। ୨୦୧୪ରେ ୪୨ ବର୍ଷ ୨୦୮ ଦିନରେ ପ୍ରବୀଣ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପ୍ଲେୟର ଅଫ ଦ ମ୍ୟାଚ ହୋଇଥିଲେ। ସମାନ ବର୍ଷରେ ପ୍ରବୀଣ ଆରସିବି ବିପକ୍ଷରେ ୪୨ ବର୍ଷ ୧୯୮ ଦିନରେ ପ୍ଲେୟର ଅଫ ଦ ମ୍ୟାଚ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୨୦ ଓଭରରେ ୭ ଉଇକେଟ ହରାଇ ୧୬୬ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ସର୍ବାଧିକ ୬୩ ରନ କରିଥିଲେ। ୪୯ ବଲର ଏହି ଧୀମା ଇନିଂସରେ ସେ ୪ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ମାର୍ଶ ୩୦, ଆୟୂଷ ବଦୋନୀ ୨୨ ଓ ଅବଦୁଲ ସମଦ ୨୦ ରନ ସ୍କୋର କରିଥିଲେ। ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ମଥିଶା ପଥିରାନା ଦୁଇଟି ଲେଖାଏ ୱିକେଟ ନେଇଥିଲେ।

ପ୍ରଥମ ମ୍ୟାଚ ଖେଳୁଥିବା ଶେକ ରଶିଦ ଓ ରଚିନ ରବୀନ୍ଦ୍ର ୪.୫ ଓଭରରେ ୫୨ ରନ କରିଥିଲେ। ରଶିଦ ୬ ଚୌକା ସହିତ ୨୭ ଓ ରାଚିନ ୫ ଚୌକା ସହ ୩୭ ରନ କରିଥିଲେ। ରାହୁଲ ତ୍ରିପାଠୀ (୯), ରବୀନ୍ଦ୍ର ଜାଡେଜା (୭) ଓ ବିଜୟ ଶଙ୍କର (୯)ସହଜରେ ଆଉଟ ହେବାରୁ ଚେନ୍ନାଇ ସଙ୍କଟରେ ପଡିଥିଲା। ଏହାପରେ ଶିବମ ଦୁବେ ଓ ଧୋନୀ ଷଷ୍ଠ ଉଇକେଟରେ ଅବିଭାଜିତ ୫୭ ରନ ଯୋଡ଼ି ଦଳକୁ ଫିନିଶ ଲାଇନ ପାର କରାଇଥିଏଆ। ଧୋନୀ ୪ ଚୌକା ଓ ୧ ଛକା ସହିତ ୨୬ ରନ କରି ଅପରାଜିତ ରହିଥିଲେ। ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ଦୁଇଟି ଉଇକେଟ ନେଇଥିବା ବେଳେ ଆଭେଶ ଖାନ ଓ ଏଡେନ ମାର୍କରମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Advertisment

ଏହି ମ୍ୟାଚରେ ପ୍ଲେୟର ଅଫ ଦ ମ୍ୟାଚ ହୋଇଥିବା ଧୋନ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ବିରାଟ କୋହଲି ଆଇପିଏଲରେ ୧୮ ଥର ପ୍ଲେୟର ଅଫ ଦ ମ୍ୟାଚ ହୋଇଥିବା ବେଳେ ଧୋନୀ ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ସହ ଦୀର୍ଘ ୨୧୭୫ ଦିନ ତଥା ୬ ବର୍ଷ ପରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ହୋଇଛନ୍ତି। ଆଇପିଏଲ ଇତିହାସରେ ସବୁଠୁ ଅଧିକ ଥର ପ୍ଲେୟର ଅଫ ଦ ମ୍ୟାଚ ରେକର୍ଡ ଏବି ଡିଭିଲିୟର୍ସଙ୍କ ନାମରେ ରହିଛି। ସେ ୨୫ ଥର ପ୍ଲେୟର ଅଫ ଦ ମ୍ୟାଚ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

IPL IPL 2025 Virat Kohli MS Dhoni
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ