Advertisment

Kalinga Super Cup 2025: କଳିଙ୍ଗ ସୁପର କପ ୨୦୨୫, ଅମରିନ୍ଦର, କାର୍ଲୋସ ଓଡ଼ିଶା ଏଫସି ଅଧିନାୟକ

କଳିଙ୍ଗ ସୁପର କପ ୨୦୨୫ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ଫୁଟବଲ କ୍ଲବ (ଓଏଫସି) ପକ୍ଷରୁ ଭାରତୀୟ ଦଳର ଗୋଲକିପର ଅମରିନ୍ଦର ସିଂ ଓ ଡିଫେଣ୍ଡର କାର୍ଲୋସ ଡେଲଗାଡୋଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
sper cup

sper cup

କଳିଙ୍ଗ ସୁପର କପ ୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ଫୁଟବଲ କ୍ଲବ(ଓଏଫସି) ପକ୍ଷରୁ ଭାରତୀୟ ଦଳର ଗୋଲକିପର ଅମରିନ୍ଦର ସିଂ ଓ ଡିଫେଣ୍ଡର କାର୍ଲୋସ ଡେଲଗାଡୋଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଗତ ସଂସ୍କରଣର ରନର ଅପ ରହିଥିବା ଓଡ଼ିଶା ଏଫସି ଚଳିତ ବର୍ଷ ପଞ୍ଜାବ ଏଫସି ବିପକ୍ଷରୁ ଏହାର ଅଭିଯାନ ଆରମ୍ଭ କରିବ।

Advertisment

ଅଧିକ ପଢ଼ନ୍ତୁ: ଟ୍ରଫି ଜିତିବା ସତ୍ତ୍ବେ କୋଚଙ୍କୁ ବିଦା କରିବ ବିସିସିଆଇ, ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ଥିଲେ

ଓଡ଼ିଶା ଏହାର ପ୍ରଥମ ମ୍ୟାଚ ଏପ୍ରିଲ ୨୧ ତାରିଖରେ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ ଦଳ ଅଂଶଗ୍ରହଣ କରିବେ। ୧୩ଟି ଆଇଏସଏଲ ଦଳ ଓ ୩ଟି ଆଇ ଲିଗ ଦଳ ଅଂଶଗ୍ରହଣ କରିବେ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ନକଆଉଟ ଫର୍ମାଟରେ ଖେଳାଯିବ। ଓଡ଼ିଶାରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଗତ ସଂସ୍କରଣରେ ଅତିରିକ୍ତ ସମୟରେ ଇଷ୍ଟବେଙ୍ଗଲ ନିକଟରୁ ପରାଜିତ ହୋଇ ଓଏଫସି ରନର ଅପ ରହିଥିଲା। ଏହାର ପୂର୍ବ ସଂସ୍କରଣରେ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଘରୋଇ ଦର୍ଶକଙ୍କ ସମ୍ମୁଖରେ ସମାନ ସଫଳତା ଦୋହରାଇବାକୁ ଆଉଥରେ ପ୍ରୟାସ କରିବ ଓଏଫସି।

Advertisment

ଏହି ଟୁର୍ଣ୍ଣାମେଣ୍ଟ ବିଜୟୀ ହେବା ସହିତ ଦ୍ବିତୀୟ ଥର ପାଇଁ ଏସିଆନ ଏଏଫସି ଚାମ୍ପିୟନ୍ସ ଲିଗ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବ ଓଏଫସି । ଚଳିତ ବର୍ଷର ଇଣ୍ଡିଆନ ସୁପର ଲିଗରେ ଓଡ଼ିଶା ଏଫସି ଅଳ୍ପକେ ପ୍ଲେ ଅଫ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲା। ୨୪ ମ୍ୟାଚରୁ ୮ ବିଜୟ ୭ ପରାଜୟ ଓ ୯ ଡ୍ର ସହିତ ୩୩ ପଏଣ୍ଟ ଅର୍ଜନ କରି ସପ୍ତମ ସ୍ଥାନରେ ରହିଥିଲା ଓଏଫସି। ଏହି ଦଳରେ ଜଣେ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ଡିଫେଣ୍ଡର ଟଙ୍କଧର ବାଗ ଏକମାତ୍ର ଓଡ଼ିଆ ଖେଳାଳି ରହିଛନ୍ତି।

ଓଏଫସି ଦଳ-

ଗୋଲକିପର- ଅମରିନ୍ଦର ସିଂ, ଅନୁଜ କୁମାର, ମାନସ ଦୁବେ।

ମିଡଫିଲ୍ଡର- ରୋହିତ କୁମାର, ଲାଲହଥାଙ୍ଗା ଖାଲହ୍ବିର୍ଙ୍ଗ, ହ୍ୟୁଗୋ ବ୍ୟୁମୋସ, ରେନିଅର ଫର୍ଣ୍ଣାଣ୍ଡେସ, ମୋର୍ଟାଡା ଫଲ, ମୋଇରାଙ୍ଗଥେମ ଥୋଇବା ସିଂ, ଆଫାଓବା ସିଂ।

ଡିଫେଣ୍ଡର- ନରେନ୍ଦର ଗେହଲୋଟ, ଆମେ ରଣାୱଡେ, କାର୍ଲୋସ ଡେଲଗାଡୋ, ଜେରୀ, ସେଭିଅର ଗାମା, ହାଓବାମ ରିକି ମେଇଟେଇ, ଶୁଭମ ଭଟ୍ଟାଚାର୍ଯ୍ୟ, ନରେନ୍ଦ୍ର ନାଏକ, ଟଙ୍କଧର ବାଗ।

ଫରୱାର୍ଡ- ଡିଏଗୋ ମରିସିଓ, ରହିମ ଅଲୀ, ଆଇଜାକ ଭନଲାଲରୁଆଟଫେଲା, କେ ପି ରାହୁଲ, ଡୋରିଏଲଟନ ଗୋମସ ନାସିମେଣ୍ଟୋ।

ଅଧିକ ପଢ଼ନ୍ତୁ: ସଞ୍ଜୟ ବାଙ୍ଗରଙ୍କ ଝିଅଙ୍କ ବଡ଼ ଖୁଲାସା; କହିଲେ, କିଛି କ୍ରିକେଟର ମୋତେ ପଠାନ୍ତି ନଗ୍ନ ଫଟୋ

Kalinga Stadium Football
Advertisment
Advertisment