Advertisment

IPL 2025 Playoff Scenarios: ଆଇପିଏଲ ୨୦୨୫, ପ୍ଲେ ଅଫ ପ୍ରବେଶ ପାଇଁ କ’ଣ ରହିଛି ସିନାରିଓ

କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ ସମ୍ଭାବନା ପ୍ରବେଶ ମଧ୍ୟ କ୍ଷୀଣ ଲାଗୁଛି। ବର୍ତ୍ତମାନ ପ୍ଲେ ଅଫର ୪ଟି ସ୍ଲଟ ପାଇଁ ୮ ଦଳ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
IPl

IPl

Advertisment

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦୁଇଟି ଟିମ ଚେନ୍ନାଇ ସୁପର କିଙ୍ଗ୍ସରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ସୁଦ୍ଧା ବିଦାୟ ନେଇ ସାରିଛନ୍ତି। ଅନ୍ୟ ଦଳମାନଙ୍କ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ ସମ୍ଭାବନା ପ୍ରବେଶ ମଧ୍ୟ କ୍ଷୀଣ ଲାଗୁଛି। ବର୍ତ୍ତମାନ ପ୍ଲେ ଅଫର ୪ଟି ସ୍ଲଟ ପାଇଁ ୮ ଦଳ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ।

Advertisment

ମୁମ୍ବାଇ ଇଣ୍ଡିଆନ୍ସ- ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ମୁମ୍ବାଇ ୧୧ ମ୍ୟାଚରୁ ୭ ବିଜୟ ସହିତ ୧୪ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି। ବିଳମ୍ବରେ ବିଜୟ ଧାରାକୁ ଫେରିଥିବା ମୁମ୍ବାଇ ଏହାର ବାକି ୩ ମ୍ୟାଚରୁ ଗୋଟିଏ ବିଜୟ ହାସଲ କଲେ ପ୍ଳେ ଅଫରେ ପ୍ରବେଶ କରିବ। ଅତୀତରେ ମଧ୍ୟ ଏହାର ନଜିର ଏଭଳି ସ୍ଥିତିରୁ ମୁମ୍ବାଇର ପ୍ଲେ ଅଫ ପ୍ରବେଶର ସମ୍ଭାବନା ଅଧିକ ରହିଥାଏ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ଆରସିବି ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଆରସିବି ୧୦ ମ୍ୟାଚ ଖେଳି ୭ ବିଜୟ ହାସଲ କରିଛି। ମୁମ୍ବାଇ ପରେ ଦ୍ବିତୀୟ ଦଳ ଭାବେ ପ୍ଳେ ଅଫ ପ୍ରବେଶରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ୧୮ ବର୍ଷ ଧରି ଟ୍ରଫି ଶୂନ୍ୟ ରହିଥିବା ଆରସିବି ଏହାର ପ୍ରଥମ ଟାଇଟଲ ହାସଲ କରିବାକୁ ପ୍ରୟାସ କରିବ।

Advertisment

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

ପଞ୍ଜାବ କିଙ୍ଗ୍ସ- ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ୧୦ ମ୍ୟାଚ ଖେଳିଥିବା ପଞ୍ଜାବ ୬ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବର୍ଷାରେ ଧୋଇ ଯାଇଥିଲା। ପଞ୍ଜାବ ନିକଟରେ ୪ଟି ମ୍ୟାଚ ବଳକା ରହିଥିବା ବେଳେ ଏହାର ପ୍ଲେ ଅଫ ସମ୍ଭାବନା ବେଶ ଅଧିକ।

ଗୁଜରାଟ ଟାଇଟନ୍ସ- ପଞ୍ଜାବ ପରି ଗୁଜରାଟ ମଧ୍ୟ ୬ ବିଜୟ ହାସଲ କରିଛି। ତେବେ ଗୁଜରାଟ ୯ ମ୍ୟାଚ ଖେଳିଥିବା ବେଳେ ଏହା ହାତରେ ୫ ମ୍ୟାଚ ବାକି ରହିଛି। ଆଶିଷ ନେହରାଙ୍କ ପ୍ରଶିକ୍ଷଣରେ ଗୁଜରାଟ ଚମତ୍କାର ଫର୍ମରେ ରହିଛି।

Advertisment

ଦିଲ୍ଲୀ କ୍ୟାପିଟାଲ୍ସ- ଦିଲ୍ଲୀ ମଧ୍ୟ ୧୦ ମ୍ୟାଚ ଖେଳି ୬ବିଜୟ ହାସଲ କରିଛି। ପଏଣ୍ଟ ଟେବୁଲରେ ଦିଲ୍ଳୀ ପଞ୍ଚମ ସ୍ଥାନରେ ରହିଛି। ତେବେ ଆଉ ୪ ମ୍ୟାଚ ବାକି ରହିଥିବା ବେଳେ ଦଳ ପ୍ଲେ ଅଫରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ- ରିଷଭ ପନ୍ତଙ୍କ ଅଧୀନରେ ଖେଳୁଥିବା ଲକ୍ଷ୍ନୌ ୧୦ ମ୍ୟାଚ ଖେଳି ସମାନ ସଂଖ୍ୟକ ବିଜୟ ଓ ପରାଜୟ ହାସଲ କରିଛି। ଦିଲ୍ଲୀ, ପଞ୍ଜାବ ଓ ଗୁଜରାଟ ଭଳି ଦଳ ସହିତ ପ୍ଲେ ଅଫ ପ୍ରବେଶ ପାଇଁ ଲଢେଇ କରିବ ଲକ୍ଷ୍ନୌ।

କୋଲକାତା ନାଇଟ ରାଇଡର୍ସ- କେକେଆର ୧୦ ମ୍ୟାଚ ଖେଳି ସାରିଥିବା ବେଳେ ୪ ମ୍ୟାଚରେ ବିଜୟ ହାସଲ କରିଛି। ଏହାର ଗୋଟିଏ ମ୍ୟାଚ ବର୍ଷାରେ ଧୋଇ ଯାଇଥିବା ବେଳେ ପ୍ଲେ ଅଫ କ୍ବାଲିଫିକେସନରେ ଏହା ସମସ୍ୟା ସୃଷ୍ଟି କରିପାରେ।

ସନରାଇଜର୍ସ ହାଇଦ୍ରାବାଦ- ୯ ମ୍ୟାଚ ଖେଳିଥିବା ଗତ ସଂସ୍କରଣର ରନରଅପ ସନରାଇଜର୍ସ ହାଇଦ୍ରାବାଦ ୩ ବିଜୟ ହାସଲ କରିଛି। ୬ ପରାଜୟ ହାସଲ କରିଥିବା ହାଇଦ୍ରାବାଦ ୯ ନମ୍ବର ସ୍ଥାନରେ ରହିଛି।

ଅଧିକ ପଢନ୍ତୁ:ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

IPL IPL 2025 IPL Playoffs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ