Advertisment

IPL 2025: ଆଇପିଏଲ ନେଇ ଘୋଷଣା କଲେ ରାଜୀବ ଶୁକ୍ଲା, ଚାମ୍ପିୟନ୍ସ ଟ୍ରଫି ପରେ ଆରମ୍ଭ ହେବ

ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ପରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ ବୋଲି ଶୁକ୍ଲା ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୧ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଏହା ମେ ୨୫ ପର୍ଯ୍ୟନ୍ତ ଜାରି ରହିବ।

https://otvkhabar.in/tag/rishabh-pant

ipl

Advertisment

ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ରବିବାର ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ପରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ ବୋଲି ଶୁକ୍ଲା ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୧ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଏହା ମେ ୨୫ ପର୍ଯ୍ୟନ୍ତ ଜାରି ରହିବ। ମେ ୨୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଦେବଜିତ ସାଇକିଆ ସମ୍ପାଦକ ନିଯୁକ୍ତ ହେବା ପରେ ଅନୁଷ୍ଠିତ ବିସିସିଆଇ ବୈଠକରେ ଆଇପିଏଲ ଆୟୋଜନ ଉପରେ ମୋହର ବାଜିଥିଲା।

Advertisment

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗିଲେ ରିଷଭ; IPL ଇତିହାସରେ ପାଲଟିଲେ ସବୁଠୁ ଦାମୀ ଖେଳାଳି

ଏହା ସହିତ ରବିବାରର ବୈଠକରେ ଓମେନ୍ସ ପ୍ରିମିୟର ଲିଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ଭେନ୍ୟୁ ଚୂଡାନ୍ତ ହେବ ବୋଲି କୁହାଯାଇଛି। ୨୦୨୪ ମସିହାରେ ଆଇପିଏଲର ପ୍ରଥମ ମ୍ୟାଚ ଆରସିବି ଓ ସିଏସକେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମେ ୨୬ ତାରିଖରେ ଫାଇନାଲ ଖେଳା ଯାଇଥିବା ବେଳେ କେକେଆର ଟ୍ରଫି ଜିତିଥିଲା। ପ୍ରଥମେ ଶୁକ୍ଳା ମାର୍ଚ୍ଚ ୨୩ ତାରିଖ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ସଂଶୋଧନ କରିଥିଲେ।

Advertisment

ଆଇପିଏଲ ମେଗା ଅକ୍ସନରେ ସମୁଦାୟ ୧୮୨ ଖେଳାଳି ବିକ୍ରି ହୋଇଥିବା ବେଳେ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ୧୦ ଫ୍ରାଞ୍ଚାଇଜ। ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ରହିଥିଲେ ଋଷଭ ପନ୍ଥ। ସେ ୨୭ କୋଟିରେ ବିକ୍ରି ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ କିଣିଛି। ପୂର୍ବରୁ ଦିଲ୍ଲୀ ଟିମ୍ ପାଇଁ ଖେଳୁଥିଲେ । ତାଙ୍କ ପଛକୁ ରହିଛନ୍ତି ଶ୍ରେୟସ ଆୟର। ପଞ୍ଜାବ ୨୬ କୋଟି ୭୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି। ପୂର୍ବରୁ ସେ କୋଲକାତା ଟିମ୍ ପାଇଁ ଖେଳୁଥିଲେ।

ଅଭାରତୀୟ ବୋଲର ଅଶର୍ଦୀପ ସିଂଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା ପଞ୍ଜାବ କିଙ୍ଗସ। ସେ ପୂର୍ବରୁ ମଧ୍ୟ ପଞ୍ଜାବ ଟିମ୍ ପାଇଁ ଖେଳୁଥିଲେ। ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ ଓ ଜୋସ ବଟଲରଙ୍କୁ ୧୫ କୋଟି ୭୫ ଲକ୍ଷ ଟଙ୍କାରେ କିଣିଥିଲା ଗୁଜରାଟ ଟାଇଟନ୍ସ।

Advertisment

ଅଧିକ ପଢ଼ନ୍ତୁ: ଦିନେ ଥିଲେ IPL ଷ୍ଟାର୍‌; ଏବେ ହେଲେ ଅଲୋଡ଼ା, କେହି ବି କିଣିଲେନି...

BCCI IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ