/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732535781.jpg)
IPL 2025 Auction
ଚାଲିଛି ଆଇପିଏଲ୍ ଖେଳାଳି ନିଲାମ । ମେଗା ଅକ୍ସନରେ ବିକ୍ରି ହେଉଛନ୍ତି ଖେଳାଳି । ତେବେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଲାମୀ ପ୍ରକ୍ରିୟାର ଆଜି ଶେଷ ଦିନ । ଗତକାଲି ମେଗା ନିଲାମୀରେ ବିକ୍ରି ହେଇଥିଲେ ଏକାଧିକ ଖେଳାଳି । ତେବେ ଗତକାଲି ରିଷଭ ପନ୍ତ ସବୁଠୁ ଦାମୀ ଖେଳାଳି ହେବାର ରେକର୍ଡ ହାସଲ କରିଥିଲେ । ଆଉ ୨୭ କୋଟି ଟଙ୍କାରେ ପନ୍ତଙ୍କୁ ନିଜ ଦଳରେ ସାମିଲ କରିଛି ଲକ୍ଷ୍ନୌ । ଏମିତି ଅନେକ ଷ୍ଟାର ଖେଳାଳିଙ୍କୁ ଅକ୍ସନରେ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି । ତେଣୁ ଆଜି ମଧ୍ୟ ନିଲାମୀ ପ୍ରକ୍ରିୟା ଜାରି ରହିଛି, ଜାଣନ୍ତୁ କେଉଁ ଖେଳାଳିଙ୍କୁ କେହି କିଣିଲେ ନାହିଁ....
ଏମାନଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଓ ଷ୍ଟାର ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ରହିଛନ୍ତି। ୨୦୨୪ରେ ଆହତ ସମସ୍ୟା ଯୋଗୁ ୱିଲିୟମସନ ଗୁଜରାଟ ଟାଇଟନ୍ସ ପାଇଁ ଖେଳି ନଥିଲେ । ସେହିପରି ଫିଲିପ୍ସ ସନ ରାଇଜର୍ସ ହାଇଦ୍ରାବାଦ ପଟେ ଥିଲେ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ଏଥର ଉଭୟ ବେସ ପ୍ରାଇସ ୨ କୋଟି ଟଙ୍କା ସହ ଅକ୍ସନକୁ ଆସିଥିଲେ। କିନ୍ତୁ ଉଭୟଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନାହାନ୍ତି ।
ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗିଲେ ରିଷଭ; IPL ଇତିହାସରେ ପାଲଟିଲେ ସବୁଠୁ ଦାମୀ ଖେଳାଳି
ସେହିପରି ଭାରତର ଯୁବ ବ୍ୟାଟର ପୃଥ୍ୱୀ ଶ’ଙ୍କ ବେସ ପ୍ରାଇସ ୭୫ ଲକ୍ଷ ଥିଲେ ମଧ୍ୟ ତାଙ୍କୁ କେହି ବି ନେବାକୁ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସରେ ରହିଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ପାଇଁ କେହି ବିଡ ଲଗାଇ ନାହାନ୍ତି। ୨୦୨୪ରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦମଦାର ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେ ଏଥର ଅନସୋଲ୍ଡ ରହିଛନ୍ତି । ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ କେହି କିଣି ନାହାନ୍ତି ।
ଏପଟେ ପ୍ରଥମ ଦିନରେ ୩ ଖେଳାଳି ଆଇପିଏଲ୍ ଇତିହାସର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ । ଏହି ତିନି ଖେଳାଳି ହେଉଛନ୍ତି ୱିକେଟ୍ କିପର ଋଷଭ ପନ୍ତ, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ଭେଙ୍କଟେଶ ଆୟର । ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ୨୭ କୋଟି ଟଙ୍କାରେ କିଣିଛି । ଏଥି ସହ ସେ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି ।
ପନ୍ତଙ୍କ ବ୍ୟତୀତ ଶ୍ରେୟସ୍ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ କିଣିଛି । ଯାହାଫଳରେ ଶ୍ରେୟସ୍ ବର୍ତ୍ତମାନ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି । ସେହିପରି ଆଇପିଏଲ ନିଲାମର ପ୍ରଥମ ଦିନରେ ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଭେଙ୍କଟେଶ ଗତ ସିଜିନ୍ ପର୍ଯ୍ୟନ୍ତ କୋଲକାତା ପାଇଁ ଖେଳୁଥିଲେ । କିନ୍ତୁ କେକେଆର ତାଙ୍କୁ ରିଟେନ୍ କରିନଥିଲା । ଏଭଳି ସ୍ଥିତିରେ ଆଇପିଏଲ ନିଲାମରେ ଭେଙ୍କଟେଶଙ୍କୁ କିଣିବା ପାଇଁ କେକେଆର ପୂରା ଶକ୍ତି ଲଗାଇ ଦେଇଥିଲା ।
ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି...
ଋଷଭ ପନ୍ତ – ୨୭ କୋଟି (LSG,2025)
ଶ୍ରେୟସ ଆୟର – ୨୬.୭୫ (PBKS, 2025)
ମିଚେଲ୍ ଷ୍ଟାର୍କ – ୨୪.୭୫ କୋଟି (KKR, 2024)
ଭେଙ୍କଟେଶ ଆୟର – ୨୩.୭୫ କୋଟି (KKR, 2025)
ପ୍ୟାଟ୍ କମିନ୍ସ – ୨୦.୫୦ କୋଟି (SRH, 2024)
ସ୍ୟାମ୍ କରନ – ୧୮.୫୦ କୋଟି (PBKS, 2023)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)