Mukesh Ambani Made Record: ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ କଲା ଜିଓ ହଟଷ୍ଟାର

ଭାରତର ଏକପାଖିଆ ବିଜୟ ପରେ ଭାରତୀୟ କ୍ରିକେଟ ଫ୍ୟାନ୍ ବେଶ୍ ଖୁସି ହୋଇଥିଲେ । କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବିଜୟ ପୂର୍ବରୁ ବାଜି ମାରିନେଇଥିଲେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ଯେଉଁ ଟିମ୍ ମ୍ୟାଚ୍ ଜିତିଥିଲେ ମଧ୍ୟ ମୁକେଶ ଅମ୍ବାନୀଙ୍କୁ ମିଳିଥା'ନ୍ତା ପ୍ରଚୁର ଲାଭ । କାରଣ ଏହି ମ୍ୟାଚ୍‌ରେ ମୁକେଶ ଅମ୍ବାନୀଙ୍କ ଜିଓ ହଟଷ୍ଟାର ମଧ୍ୟ ରେକର୍ଡ କରିଥିଲା ।

ଜିତିଲା ଭାରତ ଅସଲ ମଜା ନେଲେ ଅମ୍ବାନୀ ।

୨୩ ଫେବ୍ରୁଆରୀରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ଭାରତ ରେକର୍ଡ କରିଥିଲା । ଅତି ସହଜରେ ପାକିସ୍ତାନ ଦେଇଥିବା ୨୪୨ ରନର ଲକ୍ଷ୍ୟକୁ ହାସଲ କରିନେଇଥିଲା ଭାରତ । ଏହି ମ୍ୟାଚ୍‌ରେ ବିଜୟ ସହିତ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରଠାରୁ ପାକିସ୍ତାନ ବିପକ୍ଷରେ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଅପରାଜିତ ରେକର୍ଡ ବଜାୟ ରଖିଛି ।

ଏହି ମ୍ୟାଚ ଜିତି ୬-୦ ବିଜୟ ସହ ରେକର୍ଡ କରିଛି ଭାରତୀୟ କ୍ରିକେଟ ଦଳ । ଅପରପକ୍ଷେ ଏହି ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବିରାଟ କୋହଲି । ସେ ଏହି ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆ କ୍ରିକେଟ୍‌ରେ କୋହଲି ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ତେବେ କ୍ରିକେଟ୍‌ ଦୃଷ୍ଟିକୋଣରୁ ଦେଖିଲେ ଏହି ମ୍ୟାଚ ଅନେକ ରେକର୍ଡ ସୃଷ୍ଟି କରିଥିଲା ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

ଏଭଳି ଏକପାଖିଆ ବିଜୟ ପରେ କ୍ରିକେଟ ଫ୍ୟାନ୍ ମଧ୍ୟ ବେଶ୍ ଖୁସି ହୋଇଥିଲେ । କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବିଜୟ ପୂର୍ବରୁ ବାଜି ମାରିନେଇଥିଲେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ । ଯେଉଁ ଟିମ୍ ମ୍ୟାଚ୍ ଜିତିଥିଲେ ମଧ୍ୟ ମୁକେଶ ଅମ୍ବାନୀଙ୍କୁ ମିଳିଥା'ନ୍ତା ପ୍ରଚୁର ଲାଭ । କାରଣ ଏହି ମ୍ୟାଚ୍‌ରେ ମୁକେଶ ଅମ୍ବାନୀଙ୍କ ଜିଓ ହଟଷ୍ଟାର ମଧ୍ୟ ରେକର୍ଡ କରିଥିଲା । ମୁକେଶ ଅମ୍ବାନୀ ଜିଓ ସହ ହଟଷ୍ଟାରକୁ ମିଶ୍ରଣ କରିବା ପାଇଁ ନିଷ୍ପତି ନେଇଥିଲେ । ଜିଓ ହଟଷ୍ଟାର ପାଖରେ ଚାମ୍ପିୟନ୍ସ ଟ୍ରଫିର ପ୍ରସାରଣ କରିବା ପାଇଁ ରାଇଟ୍ସ ରହିଥିଲା । 

ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ରହିଥାଏ । ସେଥିପାଇଁ କୋଟି କୋଟି କ୍ରିକେଟ ଫ୍ୟାନ୍ ଜିଓ ହଟଷ୍ଟାରରେ ଏହି ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ଦେଖିଥିଲେ ।

ରିପୋର୍ଟ ଅନୁଯାୟୀ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ ଦର୍ଶକ ମୁକେଶ ଅମ୍ବାନୀଙ୍କର ଏହି ପ୍ଲାଟଫର୍ମ ମାଧ୍ୟମରେ ମ୍ୟାଚ୍ ଦେଖିଥିଲେ । ଅପରପକ୍ଷେ ଟିଭିରେ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର sports 18 ପାଖରେ ରହିଥିଲା । ଏହିପରି ଭାବେ ଚାମ୍ପିୟନ୍ସ ଟ୍ରଫିର ଭାରତ ପାକିସ୍ତାନ ମ୍ୟାଚ୍ ମାଧ୍ୟମରେ ଭଲ ରୋଜଗାର କରିବା ସହିତ ନିଜର ପକେଟ ଭରିଥିଲେ ମୁକେଶ ଅମ୍ବାନୀ । 

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?