/odishatv-khabar/media/post_attachments/uploadimage/library/16_9/16_9_0/Suicide_1752506712.jpg)
Suicide
ଆଉ ନାହାନ୍ତି ସାନ ରେଚଲ ଗାନ୍ଧୀ । ରବିବାର ପୁଡୁଚେରୀରେ ଆତ୍ମହତ୍ୟା କରିଛନ୍ତି । ଲୋକପ୍ରିୟ ମଡେଲ ତଥା ସୋଶାଲ ମିଡିଆ ଇନଫ୍ଲୁଏନ୍ସର ହେଉଛନ୍ତି ରେଚଲ । ମୃତ୍ୟୁ ବେଳକୁ ତାଙ୍କୁ ୨୬ବର୍ଷ ହୋଇଥିଲା । ଗତବର୍ଷ ସେ ବିବାହ କରିଥିଲେ । ମନୋରଞ୍ଜନ ଶିଳ୍ପରେ ରହିଥିବା ରଙ୍ଗବୈଶମ୍ୟ ବିରୋଧରେ ମତ ରଖି ଚର୍ଚ୍ଚ।ରେ ଥିଲେ । ହଠାତ୍ ତାଙ୍କର ଆତ୍ମହତ୍ୟା ସମସ୍ତଙ୍କୁ ଚିକିତ କରିଛି।
ସେ ଆତ୍ମହତ୍ୟା କରିବା ପାଇଁ କିଛି ମେଡିସିନ ଏକାସଙ୍ଗେ ଖାଇଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୋଟିଏ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥାରେ ସୁଧାର ନ ଆସିବାରୁ ସାନ ରେଚଲଙ୍କୁ ଜବାହର ଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ଏଜୁକେସନ ଓ ରିସର୍ଚ୍ଚରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
କୁହାଯାଉଛି ଆର୍ଥିକ ଓ ବ୍ୟକ୍ତିଗତ ଚାପ ଯୋଗୁ ରେଚଲ ଏପରି ପଦକ୍ଷେପ ନେଇଛନ୍ତି। ସେ ଅନେକ ଗୁଡିଏ ଫ୍ୟାସନ ସୋ ଆୟୋଜିତ କରି ଦେବାଳିଆ ହୋଇଯାଇଥିଲେ । ତାଙ୍କୁ ଆହୁରି ଟଙ୍କାର ଆବଶ୍ୟକ ଥିଲା । ସେ ନିଜର ସୁନା ଅଳଙ୍କାର ବିକ୍ରି କରି କିଛି ଟଙ୍କା ଯୋଗାଡ଼ କରିଥିଲେ। ବାପାଙ୍କୁ ବି ସହାୟତା ମାଗିଥିଲେ । କିନ୍ତୁ ରେଚଲଙ୍କ ବାପା କୌଣସି ସହଯୋଗ କରିନଥିଲେ ।
ମୃତଦେହ ନିକଟରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି । ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରିବାକୁ ରେଚଲ ଲେଖିଛନ୍ତି । ପ୍ରଶାସନ ପକ୍ଷରୁ ଜଣେ ତହସିଲଦାର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବୈବାହିକ ଜୀବନକୁ ନେଇ ସାନ ରେଚଲ ଖୁସି ଥିଲେ କି ନାହିଁ? ଆତ୍ମହତ୍ୟା ସହ ବାହାଘରର କିଛି ଲିଙ୍କ ରହିଛି କି ନାହିଁ, ସେସବୁର ତଦନ୍ତ କରାଯାଉଛି ।
୨୦୨୦-୨୧ରେ ରେଚଲ ମିସ୍ ପୁଡୁଚେରୀ ହୋଇଥିଲେ । ୨୦୧୯ରେ ସେ ମିସ ଡାର୍କ କୁଇନ ତାମିଲନାଡୁ ଜିତିଥିଲେ । ମଡେଲିଂ ଜଗତର ସେ ଜଣାଶୁଣା ଚେହେରା ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)