/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671353112.jpg)
Internet sensation Namita Melka returns Odisha after recording theme song for Hockey world cup
ହକି ବିଶ୍ୱକପ୍ ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା। କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ନମିତା ବିଶ୍ୱକପ୍ ହକିର ଉଦଘାଟନୀ ସମାରୋହରେ ଗୀତ ଗାଇବେ ପ୍ରଖ୍ୟାତ ବଲିଉଡ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ପକ୍ଷରୁ ଅଫର ପାଇବା ପରେ ନମିତା ମୁମ୍ବାଇ ଯାଇ ଗୀତ ରେକର୍ଡ କରି ଭୁବନେଶ୍ୱର ଫେରିଛନ୍ତି। ଏକ ଆଦିବାସୀ ଅଧ୍ୟୁସିତ ଅଂଚଳରୁ ମୁମ୍ବାଇ ଯାତ୍ରା ଏବଂ ବଲିଉଡ୍ ସଂଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ରେକର୍ଡ଼ିଂ ପରେ ଖୁସି ବ୍ୟକ୍ତ କରିଛନ୍ତି ନମିତା।
ବାପା ଏବଂ ସମ୍ପର୍କୀୟ ଭାଇଙ୍କ ସହ ମୁମ୍ବାଇ ଯାଇ ଓଡିଶା ଫେରିଛନ୍ତି ଜାନୁୟାରୀ ୧୧ରେ ହେବାକୁ ଥିବା ହକି ବିଶ୍କପ ଉଦଘାଟନୀ ଉତ୍ସବରେ ନମିତାଙ୍କ ଗୀତ ଶୁଣିବାକୁ ମିଳିବ।
ଏନେଇ ନମିତା କହିଛନ୍ତି ଯେ ମୁଁ ଏନେଇ ବହୁତ ଖୁସି। ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ମୋତେ ଏହି ଅଫର୍ ଦିଲ୍ଲିପ ତିର୍କୀ ସାର୍ ଦେଇଥିବା ମୁଁ ଶୁଣିଛି। ସେଥିପାଇଁ ଦିଲ୍ଲିପ ସାର୍ଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏଭଳି ମଞ୍ଚରେ ଗୀତ ଗାଇବି ବୋଲି ସ୍ୱପ୍ନରେ ବି ଭାବିନଥିଲି। ଏହି ଗୀତଟି ଦର୍ଶକ ଓ ଲକ୍ଷ ଲକ୍ଷ ଶ୍ରୋତାଙ୍କ ସରପ୍ରାଇଜ୍ ଅଛି। ସେଥିପାଇଁ ମୁଁ କଣ ଗୀତ ଗାଇଲି ତାହା ମୁଁ କହିପାରୁନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)