Advertisment

IPL Update: ଆଇପିଏଲରେ ତମାଖୁ ଓ ମଦ ବିଜ୍ଞାପନକୁ ବାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

IPL କର୍ତ୍ତୁପକ୍ଷଙ୍କୁ ଏନେଇ ମନ୍ତ୍ରାଳୟ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ପ୍ରତ୍ୟକ୍ଷ ବିଜ୍ଞାପନ ସହ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ଅଦ୍ୟତନ ହୋଇଛି
IPL

IPL

Advertisment

ଟବାକୋ, ଆଲକହଲ ବିଜ୍ଞାପନ ପ୍ରସାରଣ ନ କରିବାକୁ IPLକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। IPL କର୍ତ୍ତୁପକ୍ଷଙ୍କୁ ଏନେଇ ମନ୍ତ୍ରାଳୟ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ପ୍ରତ୍ୟକ୍ଷ ବିଜ୍ଞାପନ ସହ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏସବୁ ମାଦକ ଦ୍ରବ୍ୟର ପ୍ରଭାବ ରୋକିବା ଏବଂ ଜନସ୍ବାସ୍ଥ୍ୟକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ବିଭିନ୍ନ ଗୁଟଖା କମ୍ପାନୀ ଗୁଡିକର ବିଜ୍ଞାପନ ଉପରେ କଟକଣା ଲାଗିଥିଲା। ତେବେ ଏହି କମ୍ପାନୀ ଗୁଡିକ ସରୋଗେଟ ବା ପରୋକ୍ଷ ବିଜ୍ଞାପନର ରାସ୍ତା ଆପଣେଇ ଥିଲେ। ଏହି ଘଟଣା ପରେ ଚଳିତ ବର୍ଷ ମୁଖ୍ୟ ବିଜ୍ଞାପନ ସହିତ ସରୋଗେଟ ବିଜ୍ଞାପନ ଉପରେ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି IPL।

Advertisment

ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଥିଲେ। ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ଶେଷ ହୋଇଥିବା ବେଳେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି। ମାର୍ଚ୍ଚ ୨୧ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଏହା ମେ ୨୫ ପର୍ଯ୍ୟନ୍ତ ଜାରି ରହିବ। ମେ ୨୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଦେବଜିତ ସାଇକିଆ ସମ୍ପାଦକ ନିଯୁକ୍ତ ହେବା ପରେ ଅନୁଷ୍ଠିତ ବିସିସିଆଇ ବୈଠକରେ ଆଇପିଏଲ ଆୟୋଜନ ଉପରେ ମୋହର ବାଜିଥିଲା।

ଆଇପିଏଲ ମେଗା ଅକ୍ସନରେ ସମୁଦାୟ ୧୮୨ ଖେଳାଳି ବିକ୍ରି ହୋଇଥିବା ବେଳେ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ୧୦ ଫ୍ରାଞ୍ଚାଇଜ। ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ରହିଥିଲେ ଋଷଭ ପନ୍ଥ। ସେ ୨୭ କୋଟିରେ ବିକ୍ରି ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ତାଙ୍କୁ କିଣିଛି। ପୂର୍ବରୁ ଦିଲ୍ଲୀ ଟିମ୍ ପାଇଁ ଖେଳୁଥିଲେ । ତାଙ୍କ ପଛକୁ ରହିଛନ୍ତି ଶ୍ରେୟସ ଆୟର। ପଞ୍ଜାବ ୨୬ କୋଟି ୭୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି। ପୂର୍ବରୁ ସେ କୋଲକାତା ଟିମ୍ ପାଇଁ ଖେଳୁଥିଲେ।

Advertisment

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

BCCI IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ