Advertisment

Indigenous Player in IPL: ଆଇପିଏଲର ଏକମାତ୍ର ଆଦିବାସୀ ଖେଳାଳି, ଜାଣନ୍ତୁ କିଏ

ଝାଡଖଣ୍ଡରୁ ଆସୁଥିବା ଏହି ୱିକେଟ କିପର ବ୍ୟାଟର ଜଣଙ୍କ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି। ଝାଡଖଣ୍ଡର ୩ ଜଣ ୱିକେଟ କିପର ଆଇପିଏଲ ଅକ୍ସନରେ ବିକ୍ରି ହୋଇଛନ୍ତି। ଇଶାନ କିଶନ, କୁମାର କୁଶାଗ୍ର ଓ ରବିନ ମିଞ୍ଜ ବିକ୍ରି ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ରିଟେନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଏହା ସହିତ ଆଇପିଏଲ ଇତିହାସର ପ୍ରଥମ ଆଦିବାସୀ ଖେଳାଳି ହେବାର ରେକର୍ଡ କରିବାକୁ ଯାଉଛନ୍ତି ରବିନ ମିଞ୍ଜ।

ଅଦ୍ୟତନ ହୋଇଛି
robin

robin

Advertisment

ବିଶ୍ବର ସବୁଠୁ ଧନଶାଳୀ କ୍ରିକେଟ ଲିଗ ଆଇପିଏଲ ଆରମ୍ଭ ହୋଇ ଯାଇଛି। ଏହି ଲିଗରେ ପ୍ରଦର୍ଶନ ଜରିଆରେ ଅନେକ ଖେଳାଳ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୱିକେଟ କିପର ବ୍ୟାଟରଙ୍କ ମଧ୍ୟରେ ଇଶାନ କିଶନ, ସଞ୍ଜୁ ସାମସନ, ଲୋକେଶ ରାହୁଲ ଓ ଧ୍ରୁବ ଜୁରେଲଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିଛି। ଏହା ମଧ୍ୟରେ ଇତିହାସ ରଚିବାକୁ ଯାଉଛନ୍ତି ଆଉ ଜଣେ ୱିକେଟ କିପର ବ୍ୟାଟର। ଏହି ଖେଳାଳି ଜଣଙ୍କ ହେଉଛନ୍ତି ରବିନ ମିଞ୍ଜ।

Advertisment

ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା

ଝାଡଖଣ୍ଡରୁ ଆସୁଥିବା ଏହି ୱିକେଟ କିପର ବ୍ୟାଟର ଜଣଙ୍କ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି। ଝାଡଖଣ୍ଡର ୩ ଜଣ ୱିକେଟ କିପର ଆଇପିଏଲ ଅକ୍ସନରେ ବିକ୍ରି ହୋଇଛନ୍ତି। ଇଶାନ କିଶନ, କୁମାର କୁଶାଗ୍ର ଓ ରବିନ ମିଞ୍ଜ ବିକ୍ରି ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ରିଟେନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଏହା ସହିତ ଆଇପିଏଲ ଇତିହାସର ପ୍ରଥମ ଆଦିବାସୀ ଖେଳାଳି ହେବାର ରେକର୍ଡ କରିବାକୁ ଯାଉଛନ୍ତି ରବିନ ମିଞ୍ଜ। ରବିନ ଗତ ସିଜନରେ ଆଇପିଏଲ ପଦାର୍ପଣ କରିଥିବା ପ୍ରଥମ ଆଦିବାସୀ ପାଲଟି ଥାନ୍ତେ।

Advertisment

୨୦୨୪ ସଂସ୍କରଣର ଆଇପିଏଲରେ ରବିନଙ୍କୁ କିଣିବା ପାଇଁ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତ ଦେଖିବାକୁ ମିଳିଥିଲା। ଶେଷରେ ୩ କୋଟି ୬୦ ଲକ୍ଷ ଟଙ୍କାରେ ରବିନଙ୍କୁ କିଣି ଥିଲ ଟାଇଟନ୍ସ। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଆଇପିଏଲ ଖେଳାଯିବାର ଠିକ ପୂର୍ବରୁ ଆହତ ହୋଇଥିଲେ ରବିନ। ଏକ ବାଇକ ଦୁର୍ଘଟଣା ଘଟିଥିବା ବେଳେ ରବିନ ଆଇପିଏଲର ଗୋଟିଏ ବି ମ୍ୟାଚ ଖେଳି ପାରି ନ ଥିଲେ। ତେବେ ବିଧିର ବିଧାନ ବିଚିତ୍ର। ପୁଣି ଥରେ ଚଳିତ ବର୍ଷର ଆଇପିଏଲ ମେଗା ଅକ୍ସନରେ ସାମିଲ ହୋଇଥିଲେ ରବିନ ମିଞ୍ଜ। ଆଉ ଏଥର ତାଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ।

ଚଳିତ ବର୍ଷ ରବିନ ଖେଳିବାର ସମ୍ଭାବନା ଢେର ଅଧିକ। ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରାୟାନ ରେକେଲଟନ ଓ ରବିନ ଦୁଇ ଜଣ ୱିକେଟ କ୍ୟାପର ବ୍ୟାଟର ରହିଛନ୍ତି। ପ୍ରଥମ ମ୍ୟାଚରେ ଖେଳି ନ ଥିଲେ ମଧ୍ୟ ରବିନଙ୍କ ଖେଳିବା ସମ୍ଭାବନା ଅଧିକ ରହିଛି। ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳିଙ୍କୁ ନେଟ୍ସରେ ସାମ୍ନା କରିବା ତାଙ୍କ ପାଇଁ ଭବିଷ୍ୟତରେ ବେଶ ସହାୟକ ହେବ ବୋଲି କହିଛନ୍ତି ରବିନ।

Advertisment

ଅଧିକ ପଢ଼ନ୍ତୁ: ୨୦୨୬ରେ ଅବସର ନେବେ କି କ୍ୟାପଟେନ କୁଲ୍ ? ବଡ଼ ଘୋଷଣା କଲେ ଧୋନୀ

IPL IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ