Advertisment

CSK's Grand Victory in IPL 2025: ଆଇପିଏଲ ୨୦୨୫ରେ ସରିଲା ଧୋନୀଙ୍କ ଅଭିଯାନ, ସିଏସକେର ବୃହତ ବିଜୟ

ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନୀଙ୍କ ନେତୃତ୍ୱରେ ତା'ର ବିଦାୟ ମ୍ୟାଚରେ ୮୩ ରନରେ ବୃହତ ବିଜୟ ଅଜରାମସ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଦୀନାନର୍ଦ୍ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଚେନ୍ନାଇ ୨୩୦ ରନ ସ୍କୋର କରିଥିଲା। ଗୁଜରାଟକୁ ୧୪୭ ରନରେ ଅଲ୍ଆଉଟ୍ କରିବା ସହ କମାଣ୍ଡିଙ୍ଗ ଜିତ ହାସଲ କରିଥିଲା।

thala

thala

Advertisment

ଆଇପିଏଲ ୨୦୨୫କୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ଶେଷ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ। ଅନ୍ତିମ ମ୍ୟାଚରେ ଦଳ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ୮୩ ରନରେ ପରାସ୍ତ କରିବା ସହିତ ବୃହତ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ସିଏସକେ ଚଳିତ ସିଜନରେ ନିଜର ସର୍ବାଧିକ ଦଳଗତ ସ୍କୋର ୨୩୦ ରନ କରିଥିଲା। ଜବାବରେ ଗୁଜରାଟ ୧୮.୩ ଓଭରରେ ୧୪୭ ରନରେ ଅଲଆଉଟ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ଆୟୁଷ ମାହତ୍ରେ(୩୪) ଓ ଡେଭନ କନୱେ(୫୨) ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ମାତ୍ର ୩.୪ ଓଭରରେ ୪୪ ରନ ଯୋଡିବା ପରେ ମାହତ୍ରେ ୧୭ ବଲରୁ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ପରବର୍ତ୍ତୀ ବ୍ୟାଟର ଉର୍ଭିଲ ପଟେଲ ମଧ୍ୟ ସମାନ ଢଙ୍ଗରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଉର୍ଭିଲ ୧୯ ବଲରୁ ୩୭ ରନ କରିବା ସହ ୩୭ ରନ କରିଥିଲେ। ଅନ୍ୟ ପକ୍ଷରେ ଡେୱାଲ୍ଡ ବ୍ରେଭିସ ୨୩ ବଲରୁ ଦ୍ରୁତ ୫୭ ରନ କରିବାରୁ ଚେନ୍ନାଇ ୨୩୦ ରନରେ ପହଞ୍ଚିଥିଲା। ବ୍ରେଭିସଙ୍କ ଇନିଂସରେ ୪ ଚୌକା ଓ ୫ ଛକା ସାମିଲ ଥିଲା। ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨, ସାଇ କିଶୋର, ରଶିଦ ଖାନ ଓ ଶାହରୁଖ ଖାନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

୨୩୧ ରନର ପିଛା କରୁଥିବା ଟାଇଟନ୍ସର ଟପ ଅର୍ଡର ବିଫଳ ହୋଇଥିବା ବେଳେ ଏହାର ଇନିଂସ ତାସ ପତ୍ତା ପରି ଭୁଷୁଡି ପଡିଥିଲା ଦଳ ପକ୍ଷରୁ କେବଳ ସାଇ ସୁଦର୍ଶନ ସାମାନ୍ୟ ପ୍ରଭାବୀ ବ୍ୟାଟିଂ କରିଥିଲେ। ଟପ ସ୍କୋରର ରହିଥିବା ସାଇ ୨୮ ବଳ ଖେଳି ୪୧ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିମ୍ନକ୍ରମରେ ଅର୍ଶଦ ଖାନ ୨୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ଅଂଶୁଲ କମ୍ବୋଜ ଓ ନୁର ଅହମ୍ମଦ ୩ଟ ଲେଖାଏ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, ଖଲିଲ ଅହମଦ ଓ ମଥିଶା ପଥିରାନା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହା ସହ ଥାଲାଙ୍କୁ ବିଜୟ ସହିତ ଫେୟାରୱେଲ ଦେଇଥିଲା ସୁପର କିଙ୍ଗ୍ସ। ୧୪ ମ୍ୟାଚରୁ ଚେନ୍ନାଇ ୪ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଥିଲା।

Advertisment

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

MS Dhoni IPL CSK IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ