Advertisment

Yuzvendra Chahal Divorce: ଡିଭୋର୍ସର କାରଣ କହିଲେ ଧନଶ୍ରୀ-ଚହଲ

ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି।

ଅଦ୍ୟତନ ହୋଇଛି
chahal

chahal

Advertisment

ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି। ଉଭୟ ପ୍ରାୟ ଦେଢ ବର୍ଷ ହେଲା ପରସ୍ପର ଠାରୁ ଅଲଗା ରହୁଛନ୍ତି। କୋର୍ଟରେ ଶୁଣାଣି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଚାରପତି କାଉନସେଲିଂର ପ୍ରସ୍ତାବ ଦେଇଥିଲେ। ୪୫ ମିନିଟର କାଉନସେଲିଂ ଶେଷ ହେବା ପରେ ଉଭୟ ଅଲଗା ରହିବାକୁ ଚାହୁଁଥିବା କହିଥିଲେ। ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଏହା ଅନ୍ତିମ ଶୁଣାଣି ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ଅଧିକ ପଢନ୍ତୁ:ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ନିକଟରେ ଉଭୟଙ୍କ ବିଚ୍ଛେଦରେ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କାର ଆଲିମୋନି ମିଳୁଥିବାର ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ଏହାକୁ ନେଇ କେହି ପ୍ରତିକ୍ରିୟା ଦେଇ ନାହାନ୍ତି। ସେହିପରି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ କୌଣସି ବୟାନ ଦେବାକୁ ମନା କରି ଦେଇଛନ୍ତି ଧନଶ୍ରୀଙ୍କ ଓକିଲ ଅଦିତି ମୋହନ। ଡିଭୋର୍ସର କାରଣ ସମ୍ପର୍କରେ ଉଭୟ ପକ୍ଷ ନୀରବତା ଅବଲମ୍ବନ କରିଥିବା ବେଳେ କମ୍ପାଟେବଲ ନ ଥିବା କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି।

ତେବେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଉଭୟଙ୍କ ଷ୍ଟାଟସ ଚର୍ଚ୍ଚାକୁ ବୃଦ୍ଧି କରିଛି। ଚହଲ ଲେଖିଥିଲେ ଭଗବାନ ମୋତେ ସର୍ବଦା ରକ୍ଷା କରି ଆସିଛନ୍ତି। ଏମିତି ଅନେକ ସମୟରେ ଭଗବାନ ମୋତେ ରକ୍ଷା କରିଛନ୍ତି ଯାହା ଉପରେ ମୋର କୌଣସି ଧାରଣା ମଧ୍ୟ ନାହିଁ। ଏସବୁ ପାଇଁ ମୁଁ ଭଗବାନଙ୍କ ନିକଟରେ ସର୍ବଦା କୃତଜ୍ଞ। ଏହା ପୂର୍ବରୁ ଚହଲ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଇ ଏକ ଷ୍ଟୋରୀ ଲଗାଇଥିଲେ। ଫ୍ୟାନ ମାନଙ୍କ ସମର୍ଥନ ବିନା କ୍ୟାରିୟରରେ ସେ ଏତେ ବାଟ ଆସି ପାରି ନଥାନ୍ତେ। ମୋ ନିକଟରେ ଆହୁରି ଅନେକ ଓଭର ବାକି ରହିଛି। ଦେଶ ପାଇଁ, ମୋ ଦଳ ପାଇଁ ଓ ସମର୍ଥକ ମାନଙ୍କ ପାଇଁ ଆହୁରି ଅନେକ ଓଭର ବୋଲିଂ କରିବାର ଅଛି। ଜଣେ କ୍ରୀଡାବିତ ଭାବେ ମୁଁ ସର୍ବଦା ଗର୍ବିତ। ତେବେ କ୍ରୀଡାବିତ ହେବା ସହିତ ମୁଁ ଜଣେ ପୁଅ, ଭାଇ ଓ ବନ୍ଧୁ। ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ନିମନ୍ତେ ସମସ୍ତେ ଆଗ୍ରହୀ ଏହାକୁ ମୁଁ ସମ୍ମାନ ମଧ୍ୟ ଜଣାଉଛି। ତେବେ ନିକଟରେ କିଛି ସୋସିଆଲ ମିଡିଆ ପୋଷ୍ଟ ଆସିଛି। ଏହା ମଧ୍ୟରୁ କିଛି ସତ୍ୟ ମଧ୍ୟ ହୋଇପାରେ।

Advertisment

ସମାନ ଭାବରେ ଧନଶ୍ରୀ ମଧ୍ୟ ଏକ ଷ୍ଟୋରୀ ଲଗାଇଥିଲେ। କିପରି ଭଗବାନ ତାଙ୍କର ଚିନ୍ତାକୁ ଆଶୀର୍ବାଦରେ ପରିଣତ କରିଛନ୍ତି ତାହା ଲେଖିଥିଲେ। ଉଭୟଙ୍କ ଷ୍ଟୋରୀରେ ଡିଭୋର୍ସ ବିଷୟରେ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ ଏହା ପରସ୍ପର ପାଇଁ ଥିବା ଆଲୋଚନା ହେଉଛି। ୨୦୨୦ରେ ଏହି ଷ୍ଟାର ଦମ୍ପତି ବିବାହ କରିଥିବା ବେଳେ ୨୦୨୩ରେ ପ୍ରଥମ ଥର ଡିଭୋର୍ସ ଖବର ସାମ୍ନାକୁ ଆସିଥିଲା। ୨୦୨୩ରେ ଧନଶ୍ରୀ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଚହଲ ହଟାଇ ଦେଇଥିଲେ। ପରେ ଶେୟସ ଆୟରଙ୍କ ସହିତ ଧନଶ୍ରୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା। ନିକଟରେ ଉଭୟ ଚହଲ ଓ ଧନଶ୍ରୀ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ। ଉଭୟ ପରସ୍ପର ସହିତ ରହିଥିବା ଫଟୋ ଗୁଡିକ ମଧ୍ୟ ଡିଲିଟ କରିଥିଲେ। ଏହା ସହିତ ବିଗତ ଦେଢ ବର୍ଷ ହେବ ଉଭୟ ବର୍ତ୍ତମାନ ଅଲଗା ରହୁଛନ୍ତି।

ଅଧିକ ପଢନ୍ତୁ:ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ପରେ, ନିଜ ପତ୍ନୀଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ଚହଲ

Advertisment
Yuzi Chahal Divorce Yuzvendra Chahal Dhanashree Verma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ