• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜିବି ମନେପଡ଼ୁଛି ଧୋନିଙ୍କ କାନ୍ଦ । ମନକୁ କଷ୍ଟ ଦେଉଛି ଗପ୍ଟିଲଙ୍କ ସେହି ରନ୍ ଆଉଟ୍ । ଭୁଲି ହେଉ ନାହିଁ ୨୦୧୯ ବିଶ୍ୱକପର ସେହି ପରାଜୟ । ନ୍ୟୁଜିଲାଣ୍ଡର ସେହି ଗଭୀର କ୍ଷତ ଆମକୁ ବହୁତ ବାଧିଛି । ସେଦିନ ଥିଲା ୨୦୧୯ ବିଶ୍ୱକପ ସେମିଫାଇନାଲର ଦିନ । ବିରାଟ କୋହଲିଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର ବିରୋଧରେ ଓହ୍ଲାଇ ଥିଲା ଟିମ୍ ଇଣ୍ଡିଆ

ଅଧିକ ପଢ଼ନ୍ତୁ: ସୁପର ସଣ୍ଡେରେ ସୁପର ସୋ’, ଟ୍ରଫି ପାଇଁ ମୁହାଁମୁହିଁ ଭାରତ-ନ୍ୟୁଜିଲାଣ୍ଡ

୨୪୦ ରନର ପିଛା କରୁଥିବା ବେଳେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ହେଲେ ଶେଷ ଯାଏଁ ଲଢି ଚାଲିଥିଲେ ଏମଏସ୍ ଧୋନୀ ଓ ଜାଡେଜା । ଭାରତୀୟ ଫ୍ୟାନଙ୍କ ଆଶା ଉଜ୍ଜିବୀତ ଥିଲା । ହେଲେ ଧୋନୀଙ୍କୁ ମାର୍ଟିନ ଗପ୍ଟିଲ କରିଥିବା ସେହି ଡାଇରେକ୍ଚ ରନଆଉଟ୍, ଟିମ୍ ଇଣ୍ଡିଆର ବିଶ୍ୱ ବିଜେତା ହେବାର ସବୁ ଆଶାକୁ ମାଟିରେ ମିଶାଇ ଦେଇଥିଲା । ଆଉଟ୍ ହେବା ପରେ ଧୋନୀ କାନ୍ଦି କାନ୍ଦି ପ୍ୟାଭିଲିଅନ ଫେରିଥିଲେ । ଯାହା ଫ୍ୟାନଙ୍କ ହୃଦୟକୁ ଆହୁରି ଭାଙ୍ଗି ଦେଇଥିଲା। ସେଦିନ କ୍ରିକେଟରଙ୍କ ଠାରୁ ଫ୍ୟାନଙ୍କ ଆଖି ଲୁହରେ ଭିଜିଥିଲା ।

ହେଲେ ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ । ଆଜି ବ୍ଲାକ୍‌ କ୍ୟାପ୍ସଙ୍କ ଉପରେ ରାଜ୍‌ କରିବେ ମେନ୍ ଇନ୍‌ ବ୍ଲୁ । ଆଉ ଏଥିପାଇଁ ଫୁଲ୍‌ ତୟାର ରୋହିତ ଆଣ୍ଡ କୋ । ଆଜି ସୁପର ସଣ୍ଡେରେ ଦେଖିବାକୁ ମିଳିବ ଏକ ହାଇଭୋଲଟେଜ୍ ମ୍ୟାଚ । ଚମକିବେ ହିଟ୍‌ମ୍ୟାନ୍‌ ଓ ଗର୍ଜିବ କିଙ୍ଗ୍‌ କୋହଲିଙ୍କ ବ୍ୟାଟ୍ । ଆଉ ଭାରତୀୟ ସ୍ପିନ୍‌ ଆଟାକରେ ଧରାଶାୟୀ ହେବ ନ୍ୟୁଜିଲ୍ୟାଣ୍ଡ । ଫ୍ୟାନଙ୍କ ପୁରା ବିଶ୍ୱାସ ଦୁବାଇ ମାଟିରେ ଏଥର ଚ୍ୟାମ୍ପିୟନ୍ସ ନିଶ୍ଚିତ ଉଠାଇବେ ଟିମ୍ ଇଣ୍ଡିଆ।

ଗତ ରବିବାର ଦିନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ଲିଗ୍‌ ମ୍ୟାଚରେ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତୀୟ ଦଳ ୨୪୯ ରନ୍ କରିଥିଲା । ଯାହାର ପିଛା କରିବାକୁ ଯାଇ ୪୫.୩ ଓଭରରେ ୨୦୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ଟିମ୍ କିଓ୍ବି । ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ବୋଲର । ବିଶେଷ କରି ବରୁଣ ଚକ୍ରବର୍ତ୍ତୀ ୫ଟି, କୁଲ୍‌ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ତେବେ ଆଜି ବି ସମାନ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେଣୁ ଆଶା କରାଯାଉଛି ଆଜି ମଧ୍ୟ ଦମଦାର ପ୍ରଦର୍ଶନ କରି ଚ୍ୟାମ୍ପିୟନ୍ସ ଟ୍ରଫିକୁ ନିଜ ନାମରେ କରିବ ଟିମ୍ ଇଣ୍ଡିଆ ।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍; ଲାଗିଛି ୫ହଜାର କୋଟିର ବେଟ୍ !

OTV is now on Whatsapp

Join and get latest news update delivered to you via whatsapp

Join Now