ସୁପର ସଣ୍ଡେରେ ସୁପର ସୋ’। ପୁଣି ଏକ ରବିବାର ପୁଣି ଏକ ହାଇଭୋଲଟେଜ୍ ମ୍ୟାଚ । ଏଥର କିନ୍ତୁ ବାଜି ଫାଇନାଲ୍ ଫାଇଟ୍ ପାଇଁ ଟାଇଟଲ ହାସଲ ଲାଗି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ପାଇଁ ଜି ଜାନ୍ ଲଗାଇ ଲଢ଼େଇ କରିବେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ।
Also Read
ଅଧିକ ପଢ଼ନ୍ତୁ: ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମ୍ୟାଚ୍; ଲାଗିଛି ୫ହଜାର କୋଟିର ବେଟ୍ !
୨୫ ବର୍ଷ ପରେ ପ୍ରତିଶୋଧର ସୁଯୋଗ । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍ ଇଣ୍ଡିଆ । ମିନି ୱାର୍ଲ୍ଡ କପ୍ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର । ଦୁବାଇରେ ଦମ୍ ଦେଖାଇବାକୁ ତୟାର ରୋହିତ ବାହିନୀ । ପୁଣି ଏକ ରବିବାର, ପୁଣି ଏକ ହାଇଭୋଲଟେଜ୍ ମ୍ୟାଚ୍ । ଏଥର କିନ୍ତୁ ବାଜି ଫାଇନାଲ୍ ଫାଇଟ୍ର । ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିଆନ୍ସ ଟ୍ରଫି ଟାଇଟଲ୍ ପାଇଁ ଜି ଜାନ୍ ଲଗାଇ ଲଢ଼େଇ କରିବେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ।
ତେବେ ଚଳିତ ଚାମ୍ପିୟନ୍ସ ଟ୍ରଫିର ପ୍ରଦର୍ଶନ ଉପରେ ନଜର ପକାଇବା ତାହାଲେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପଲ୍ଲା ଭାରି ରହିଛି । କାରଣ ଫାଇନାଲ ପୂର୍ବରୁ ଉଭୟ ଦଳ ମଧ୍ୟରେ ହୋଇଥିବା ଲିଗ୍ ମ୍ୟାଚରେ କିୱି ଟିମ୍କୁ ମାତ ଦେଇଛି ଭାରତ । ଏକମାତ୍ର ଦଳ ଭାବେ ଲିଗ୍ ଷ୍ଟେଜ୍ରେ ସମସ୍ତ ମ୍ୟାଚ୍ରେ ବିଜୟ ଲାଭ କରିଛି । ତେଣୁ ଅପରାଜେୟ ଟିମ୍ର ଗରିମା ବହନ କରି ଫାଇନାଲରେ ପ୍ରବେଶ କରୁଥିବା ଟିମ୍ ଇଣ୍ଡିଆ ଦୃଢ ମନୋବଳ ସହ ମୈଦାନକୁ ଓହ୍ଲାଇବ ।
ସେପଟେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ପଞ୍ଚମ ଏବଂ ଲଗାତାର ତୃତୀୟ ଥର ପାଇଁ ଫାଇନାଲ ଖେଳିବ । ୨୦୦୦ ଚାମ୍ପିୟନ୍ସ ଟ୍ରଫିରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ୨୦୦୨ରେ ବର୍ଷା ବାଧାପ୍ରାପ୍ତ ଫାଇନାଲ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ହୋଇଥିଲେ ।
ସେହିପରି ୨୦୧୩ରେ ଆୟୋଜକ ଇଂଲଣ୍ଡକୁ ହରାଇ ଦ୍ବିତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଥିଲା ଟିମ୍ ଇଣ୍ଡିଆ । ହେଲେ ୨୦୧୭ ସଂସ୍କରଣରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା । ତେବେ ଏଥର ତୃତୀୟ ଥର ପାଇଁ ଟ୍ରଫି ହାତେଇ ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ଥର ବିଜେତା ହେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।