kohli
ଭାରତର ଅନ୍ୟତମ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି। ନିଜ କ୍ରୀଡା ନୈପୁଣ୍ୟ ବଳରେ ସମଗ୍ର ବିଶ୍ବରେ ତାଙ୍କର ରହିଛନ୍ତି କୋଟି କୋଟି ଫ୍ୟାନ। ଏପରିକି ଭାରତରେ ସୋସିଆଲ ମିଡିଆରେ ସର୍ବାଧିକ ଫ୍ୟାନ ରହିଥିବା ସେଲିବ୍ରିଟିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ଶୁକ୍ରବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆରେଷ୍ଟ କୋହଲି ହ୍ୟାସ ଟ୍ୟାଗ ଟ୍ରେଣ୍ଡ କରିଥିଲା। ନିକଟରେ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିୟନ ହୋଇଥିଲା। ମାତ୍ର କମ୍ପାନୀର ଭିକ୍ଟ୍ରି ପରେଡ ସମୟରେ ଘଟି ଯାଇଥିଲା ଅଘଟଣ। ଦଳା ଚକଟା କାରଣରୁ ୧୧ ଜଣ ନୀରିହ କ୍ରିକେଟ ଫ୍ୟାନ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ।
ଏହି ଘଟଣାକୁ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଏହି ଘଟଣାକୁ ନେଇ ପୋଳିସ ପକ୍ଷରୁ ଏତଲା ଦାୟର କରାଯାଇଥିଲା। କ୍ୟୁବନ ପାର୍କ ପୋଲିସ ପକ୍ଷରୁ କେସ୍ ରୁଜୁ କରାଯାଇଥିବା ନେଇ ସେଣ୍ଟ୍ରାଲ ଡିସିପି ଶେଖର ଏଚ୍ ଟେକନ୍ନାବର ଏହି ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫, ୧୨୫(୧୨), ୧୪୨, ୧୨୧ ଓ ୧୯୦ରେ ଏହି ଅପରାଧିକ ମାମଲା ରୁଜୁ କରାଯାଇଛି ।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁ ଟ୍ରାଜେଡି, ୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା RCB
ମିଳିଥିବା ସୂଚନା ଅନୁସାରେ, ଏହି ଉତ୍ସବ ରବିବାର ଦିନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଛୁଟି ଦିନରେ ଭିଡ଼ କମ୍ ରହିବ ବୋଲି କୁହାଯାଇଥିଲା । ରବିବାର ଦିନ କରାଗଲେ, ପୋଲିସକୁ ଆୟୋଜନ କରିବାରେ ସମୟ ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସରକାର ଏହାକୁ ବିଜୟ ପରଦିନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ପରିଣାମ ଭୟଙ୍କର ଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ସକ୍ଷମ ହୋଇପାରିନଥିଲା ।
କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ବିଜୟ ଉତ୍ସବ ପାଇଁ ନିର୍ଦ୍ଦେଶ ମିଳିଥିଲେ ମଧ୍ୟ ଦୁର୍ଘଟଣା ପରେ ସରକାର ଏହି ଘଟଣାରୁ ନିଜକୁ ଦୂରେଇ ଦେଇଛନ୍ତି। ସରକାରଙ୍କ ପକ୍ଷରୁ କ୍ରିକେଟ ଆସୋସିଏସନ ଓ ଆରସିବି ଫ୍ରାଞ୍ଚାଇଜକୁ ସମ୍ପୂର୍ଣ୍ଣ ଭାବେ ଦୋଷ ଦିଆଯାଇଛି। ଏପରିକି ଶନିବାର ସକାଳେ ବିମାନ ବନ୍ଦରରୁ ଆରସିବି ମ୍ୟାନେଜମେଣ୍ଟର ଟପ ଅଫିସିଆଲ ନିଖିଲ ସୋସାଲେ ଓ ଡିଏନଏ ଏଣ୍ଟରଟେନମେଣ୍ଟର ୩ ଜଣଙ୍କୁ ଗିରଫ କରିଥିଲା। ଏପରିକି ପୋଲିସ କମିଶନର ବି. ଦୟାନନ୍ଦଙ୍କୁ ସସପେଣ୍ଡ ମଧ୍ୟ କରାଯାଇଥିଲା।
ତେବେ ଶୁକ୍ରବାର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ବିରାଟ କୋହଲିଙ୍କୁ ଅନଲାଇନ ହେଟର ସମ୍ମୁଖୀନ ହେବାକୁ ପଡିଥିଲା। ଆରେଷ୍ଟ କୋହଲି ହ୍ୟାସ ଟ୍ୟାଗରେ ୫୦ ହଜାରରୁ ଅଧିକ ଟୁଇଟ ଦେଖିବାକୁ ମିଳିଥିଲା। ଅନେକ ୟୁଜର ଏହି ଘଟଣା ପାଇଁ ସିଧାସଳଖ ଭାବେ ବିରାଟଙ୍କୁ ଦାୟୀ କରିଥିଲେ। ଜଣେ ୟୁଜର ଲେଖିଥିଲେ, ବିରାଟ ଆଇପିଏଲ ଟ୍ରଫି ଜିତି କାନ୍ଦି ପକାଇଥିଲେ ମାତ୍ର ୧୧ ଜଣ ନୀରିହ ଫ୍ୟାନ ପ୍ରାଣ ହରାଇବା ପରେ ମଧ୍ୟ ସେ ନୀରବ। ଏହା କଣ ତାଙ୍କର ମାନବତା ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ ଜଣେ ୟୁଜର ଲେଖିଥିଲେ ମୁଁ ବିରାଟ କୋହଲିଙ୍କ ଜଣେ ଡାଇ ହାର୍ଡ ଫ୍ୟାନ ମାତ୍ର ଏହି ଘଟଣା ପରେ ସେ ନିଜର ସବୁ ସମ୍ମାନ ହରାଇଛନ୍ତି। ତେବେ ଏହା ମଧ୍ୟରେ କିଛି ୟୁଜର କୋହଲିଙ୍କୁ ସମର୍ଥନ କରି ପୋଷ୍ଟ କରିଥିଲେ। ସରକାର ଓ ପୋଲିସ ଭିଡ ନିୟନ୍ତ୍ରଣରେ ବିଫଳ ହେଲେ। ଏଥିରେ କୋହଲିଙ୍କୁ ଗିରଫ ଦାବି ଉଠିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଲେଖିଥିଲେ ଜଣେ ୟୁଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kohli_1749207300.jpg)