Advertisment

ଅର୍ଜୁନ ତେନ୍ଦୁଲକରଙ୍କୁ ଆୱାର୍ଡ ଦେଲେ ବାପା ସଚିନ

ମ୍ୟାଚ୍‌ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କଣ କହିଥିଲେ... ଜାଣନ୍ତୁ

ଅଦ୍ୟତନ ହୋଇଛି
Arjun Tendulkar Receives Player Of The Match From His Father

Arjun tendulkar receives player of the match from his father

Advertisment

ଆୱାର୍ଡ ମିଳିବା ହୁଏତ ବଡ଼ ହୋଇନପାରେ କିନ୍ତୁ ପିତାଙ୍କ ଠାରୁ ପୁଅ ପୁରସ୍କାର ଗ୍ରହଣ କରିବା ଏହା ନିଶ୍ଚିତ ଗର୍ବର ବିଷୟ। କ୍ରିକେଟ୍‌ ଲିଜେଣ୍ଡ ସଚିନଙ୍କ ଠାରୁ ସ୍ପେଶାଲ ଆୱାର୍ଡ ଗ୍ରହଣ କରିଛନ୍ତି ଅର୍ଜୁନ। ଆମେ କହୁଛୁ କ୍ରିକେଟ୍‌ର ଲିଜେଣ୍ଡ ସଚିନ ତେନ୍ଦୁଲକର ଓ ତାଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ କଥା। 

Advertisment

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅଛନ୍ତି  ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ସେ କୋଲକାତା ନାଇଟ୍‌ ରାଇଡର୍ସ ବିରୋଧରେ ପ୍ରଥମ ଡେବ୍ୟୁ ଖେଳିଥିଲେ। ଏହି ମ୍ୟାଚରେ ଜୁନିଅର ତେନ୍ଦୁଲକରଙ୍କ ପ୍ରଦର୍ଶନ ଦେଖି ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଏପ୍ରିଲ ୧୮ରେ ଅର୍ଜୁନ IPLରେ ପ୍ରଥମ ୱିକେଟ୍‌ ନେଇ ସନ ରାଜର୍ସ ହାଇଦ୍ରାବାଦକୁ ପରାଜୟର ଦ୍ୱାର ଦେଖାଇଥିଲେ।  ଅର୍ଜୁନ ଏହି ମ୍ୟାଚ୍‌ରେ ୨.୫ ବୋଲିଂ କରି ୧୮ ରନ୍‌ ଦେବାସହ ଗୋଟିଏ ୱିକେଟ୍‌ ନେଇଥିଲେ। 

ଅଧିକ ପଢ଼ନ୍ତୁ: ରିଙ୍କୁ ସିଂଙ୍କ ମହାନତା; ଗରିବ ଖେଳାଳିଙ୍କ ପାଇଁ ତୋଳିଲେ ୫୦ ଲକ୍ଷର ସ୍ପୋର୍ଟ୍ସ ହଷ୍ଟେଲ୍‌

Advertisment

ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟର ରେ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଅର୍ଜୁନ ପ୍ଲେୟାର ଅପ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କାର ଗ୍ରହଣ କରୁଛନ୍ତି। ତାହାବି ପୁଣି ଆଉ କାହାଠୁ ନୁହେଁ ବରଂ ସଚିନ ନିଜେ ଏହି ଆୱାର୍ଡ ତାଙ୍କ ପୁଅକୁ ଦେଉଛନ୍ତି।  ଆମ ପରିବାରରେ ଆଉ ଜଣେ ୱିକେଟ୍‌ ଭାବେ ଅଛନ୍ତି ବୋଲି ସଚିନ କହିଛନ୍ତି। ସେପଟେ MI ଟ୍ୱିଟ୍‌ କରି କହିଛି ଯେ ଆମ ପାଇଁ ଏ ଦିନଟି ପୁରା ଜବରଦସ୍ତ...ଅର୍ଜୁନ ପ୍ଲେୟାର ଅଫ ଦି ମ୍ୟାଚ୍‌ ଗ୍ରହଣ କରିଛନ୍ତି, ପୁଣି ତାଙ୍କ ବାପାଙ୍କ ଠାରୁ !   

ମ୍ୟାଚ୍‌ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କହିଥିଲେ ଯେ ମୋ ପାଇଁ IPLରେ ଏହା ପ୍ରଥମ ୱିକେଟ୍ ଥିଲା। ମୁଁ କେମିତି ପ୍ଲାନ କରି ତାହାକୁ ଅକ୍ତିଆର କରିପାରିବି, ଏହା ଲକ୍ଷ୍ୟ ଥିଲା। ମୁଁ ୱାଇଡ୍‌ ପକାଇବାକୁ ଗୁରୁତ୍ୱ ଦେଉଥିଲି, ଯେପରକି ବ୍ୟାଟସମାନ ଲଙ୍ଗ୍‌ ବାଉଣ୍ଡେରୀ  ମାରିବାକୁ ଚେଷ୍ଟା କରିବେ। ମୁଁ ବୋଲିଂ ଭଲପାଏ। ଟିମ୍‌ ପ୍ଲାନ୍‌ ହିସାବରେ ମୁଁ ସବୁବେଳେ ବୋଲିଂ କରିବାକୁ ପ୍ରସ୍ତୁତ। ମୁଁ ମୋର ବେଷ୍ଟ୍‌ ଦେବାକୁ ଚାହେଁ।

Advertisment

ଅଧିକ ପଢ଼ନ୍ତୁ: ମାହିଙ୍କ ବଡ଼ ହୃଦୟ, ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

Sachin Tendulkar Mumbai Indians Arjun Tendulkar IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ