Advertisment

ଶେଷରେ ତେନ୍ଦୁଲକର୍‌ ହାତେଇଲେ ଆଇପିଏଲ୍‌ କ୍ୟାରିଅର୍‌ର ପ୍ରଥମ ୱିକେଟ୍‌

ଆଇପିଏଲ୍‌ରେ କମାଲ କରିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ନିଜର ପ୍ରଥମ ୱିକେଟ୍‌ ନେଇ ଟିମ୍‌କୁ ବୃହତ ବିଜୟ ଦେଇଛନ୍ତି । ଏନେଇ କ୍ରିକେଟ୍‌ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।

author-image
Manoranjan Behera
ଅଦ୍ୟତନ ହୋଇଛି
Arjun Tendulkar Takes First Ever IPL Wicket

Arjun Tendulkar

ଆଇପିଏଲର ୨ଟି ସିଜିନ ମୁମ୍ବାଇ ଇଣ୍ତିଆନ୍ସ ପକ୍ଷରୁ କିଣାଯାଇଥିଲେ ମଧ୍ୟ ପ୍ଲେଇଙ୍ଗ ଇଲେଭେନ୍‌ରେ ନିଜ ସ୍ଥାନ ପକ୍କା କରିପାରିନଥିଲେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ୱାଙ୍ଖଡ଼େ ଷ୍ଟାଡିୟମରେ ପ୍ରଥମଥର ପାଇଁ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇଥିଲେ ଅର୍ଜୁନ । ସୂର୍ଯ୍ୟ କୁମାରଙ୍କ କ୍ୟାପ୍ଟେନ୍ସିରେ ଅର୍ଜୁନଙ୍କୁ ଦଳରେ ଜଣେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ଓଭର୍‌ରେ ଦମଦାର ବୋଲିଂ କରି ଉଭୟ ଟିମ୍‌ ଓ ଫ୍ୟାନ୍ସଙ୍କ ମନ କିଣି ପାରିଥିଲେ ଅର୍ଜୁନ । ଏଥିପାଇଁ ଫ୍ୟାନ୍ସଙ୍କ ସମେତ ଅନେକ କ୍ରିକେଟ୍‌ରଙ୍କ ନିକଟରୁ ଛୁଟିଛି ପ୍ରଶଂସାର ସୁଅ ।

Advertisment

ଗତକାଲି ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ତାଙ୍କ ଉପରେ ଆଉ ଥରେ ଭରସା ଦେଖାଇଥିଲା । ପୁଣିଥରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ଅର୍ଜୁନ । ମ୍ୟାଚ୍‌ର ଶେଷ ଓଭର୍‌ରେ ଭୁବନେଶ୍ୱର କୁମାରଙ୍କୁ ଆଉଟ୍‌ କରି ଅର୍ଜୁନ୍‌ ନିଜ ଆଇପିଏଲ୍‌ କ୍ୟାରିୟର୍‌ର ପ୍ରଥମ ୱିକେଟ୍‌ ନେଇଥିଲେ । ଏନେଇ ଉଭୟ ଟିମ୍‌ ଓ ବାପା ତେନ୍ଦୁଲକର ମଧ୍ୟ ତାଙ୍କର ବେଶ୍‌ ପ୍ରଶଂସା କରିଛନ୍ତି । ମ୍ୟାଚ୍‌କୁ ୧୪ ରନ୍‌ରେ ଜିତିଥିଲା ମୁମ୍ବାଇ ଇଣ୍ତିଆନ୍ସ । ଏହା ମୁମ୍ବାଇର ଲଗାତାର ତୃତୀୟ ବିଜୟ ।

Advertisment

ମୁମ୍ବାଇ ଇଣ୍ତିଆନ୍ସର ଏହି ବିଜୟ ପରେ ସଚିନ୍‌ ଟ୍ୱିଟ୍‌ ମାଧ୍ୟମରେ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥିରେ ସେ ଅର୍ଜୁନ୍‌ଙ୍କୁ ମଧ୍ୟ ତାରିଫ୍‌ କରିଛନ୍ତି । ସେ ଟ୍ୱିଟ୍‌ରେ କ୍ୟାମେରନ୍ ଗ୍ରୀନ୍, ଇଶାନ୍ କିଶାନ୍ ଏବଂ ତିଲକ ଭର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, 'ମୁମ୍ବାଇ ଇଣ୍ଡିଆନ୍ସର ପୁଣି ଥରେ ସୁନ୍ଦର ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଉଭୟ ବ୍ୟାଟ୍ ଏବଂ ବଲରେ କ୍ୟାମେରନ୍ ଗ୍ରୀନ୍ କମାଲ ଦେଖାଇଛନ୍ତି । ଇଶାନ୍ ଏବଂ ତିଲକଙ୍କ ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଆଇପିଏଲ ଦିନକୁ ଦିନ ଅଧିକ ଆକର୍ଷଣୀୟ ହେଉଛି । ଶେଷରେ ତେନ୍ଦୁଲକରଙ୍କ ନାଁରେ ଏକ ଆଇପିଏଲ ୱିକେଟ୍ ଅଛି ' ।

ଅଧିକ ପଢ଼ନ୍ତୁ: ମାହିଙ୍କ ବଡ଼ ହୃଦୟ, ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

ହାସ୍ୟାତ୍ମକ ଢ଼ଙ୍ଗରେ ସେ ପୁଅ ଅର୍ଜୁନ୍‌ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି । ସଚିନ ନିଜ ଆଇପିଏଲ୍‌ କ୍ୟାରିୟରରେ ଗୋଟିଏ ବି ୱିକେଟ୍‌ ନେଇନଥିବାରୁ ପୁଅ ଅର୍ଜୁନ ନେଇଥିବା ୱିକେଟ୍‌କୁ ସେ ନିଜ ୱିକେଟ୍‌ ବୋଲି କହି ଅର୍ଜୁନ୍‌ଙ୍କୁ ପ୍ରଶଂସା କରିଛନ୍ତି । ଗତକାଲିର ରୋମାଞ୍ଚକର ମ୍ୟାଚ୍‌ର ଶେଷ ଓଭର୍‌ରେ ୨୦ ରନ୍‌ର ଆବଶ୍ୟକତା ଥିବା ବେଳେ ଅଧିନାୟକ ରୋହିତ ଶର୍ମା ଅର୍ଜୁନଙ୍କୁ ବୋଲିଂ ଭାର ଦେଇଥିଲେ । ଟିମ୍‌ର ଭରସାକୁ ସତ ପ୍ରମାଣିତ କରି ଦେଖାଇଲେ ଅର୍ଜୁନ୍‌ । ଶେଷ ଓଭର୍‌ରେ ଗୋଟିଏ ୱିକେଟ୍‌ ସହ ଟିମ୍‌କୁ ୧୪ ରନ୍‌ରେ ବିଜୟ ଦେଇଥିଲେ ଅର୍ଜୁନ୍‌ ତେନ୍ଦୁଲକର ।

ଅର୍ଜୁନ୍‌ଙ୍କ ଆଇପିଏଲ୍‌ରେ ପ୍ରଥମ ୱିକେଟ୍‌ ପରେ ଅନେକ ଭାରତୀୟ ପୂର୍ବତନ କ୍ରିକେଟର୍‌ ମଧ୍ୟ ଟ୍ୱିଟ୍‌ରେ ଶୁଭେଚ୍ଛା ଜଣାଇଛନ୍ତି । ମହମ୍ମଦ କୈଫ୍‌, ଇରଫାନ୍‌ ପଠାନ୍‌, ବିରେନ୍ଦ୍ର ସେହୱାଗ୍‌ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ସେହୱାଗ୍‌ ଲେଖିଛନ୍ତି ଯେ, ସଚିନ୍‌ ଏବେ ଅର୍ଜୁନ୍‌ଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ । ଅର୍ଜୁନ୍‌ ନିଜର ପରିଶ୍ରମର ଫଳ ପାଇଛନ୍ତି ।


— Irfan Pathan (@IrfanPathan) April 18, 2023

Sachin Tendulkar Mumbai Indians Arjun Tendulkar IPL 2023
Advertisment
Advertisment