• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରତିଭାବାନ କ୍ରିକେଟରଙ୍କୁ ଏକ ବଡ଼ ମଞ୍ଚ ଦେଇଛି ଆଇପିଏଲ୍‌ । ଫଟାଫଟ କ୍ରିକେଟ୍‌ର ମହାସମରରେ ଅନେକ ଯୁବ କ୍ରିକେଟର ନିଜ ପ୍ରତିଭା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଇପିଏଲ୍‌ରେ ଏମିତି ଅନେକ ଖେଳାଳି ରହିଛନ୍ତି, ଯେଉଁମାନେ ଏଯାଏଁ ଭାରତ ପାଇଁ ଖେଳିନଥିଲେ ମଧ୍ୟ ଦେଶ-ବିଦେଶରେ ବେଶ୍‌ ପପୁଲାର୍‌ । କ୍ରିକେଟ୍‌ ଫିଲ୍ଡରେ ବଡ଼ ବଡ଼ ମହାରଥିଙ୍କୁ ପଛରେ ପକାଇ ଦେଇଛନ୍ତି କିଛି ଯୁବ ଖେଳାଳି । ଯାହାଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋଲକାତା ନାଇଟ ରାଇଡର୍ସର(Kolkata Knight Riders) ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । 

ଅଧିକ ପଢ଼ନ୍ତୁ: ଗୁଜରାଟ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇନେଲେ ରିଙ୍କୁ ସିଂ; ଶେଷ ଓଭର୍‌ରେ ମାରିଲେ ୫ଟି ଛକା

ରିଙ୍କୁଙ୍କ ପାଇଁ ଚଳିତ ଆଇପିଏଲ୍‌ ସଂସ୍କରଣ ବେଶ୍ ସ୍ମରଣୀୟ । ଗୁଜରାଟ ଟାଇଟନ୍ସ(GT) ବିପକ୍ଷର ସେହି ମ୍ୟାଚ୍‌ ୱିନିଂ ଇନିଂସ ତାଙ୍କୁ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ମ୍ୟାଚ୍‌ର ଶେଷ ଓଭର୍‌ରେ ୫ଟି ବଲ୍‌ରେ ୫ଟି ଛକା ମାରି ଇତିହାସ ରଚିଛନ୍ତି ରିଙ୍କୁ । କେବଳ ଅନ୍‌ଫିଲ୍ଡ ନୁହେଁ ଅଫ୍‌ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପରିବାରରୁ ଆସି ଆଜି ଏତେ ବଡ଼ ମଞ୍ଚରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ରିଙ୍କୁ ସିଂ । ଏପର୍ଯ୍ୟନ୍ତ ଭାରତ ପାଇଁ ମ୍ୟାଚ୍‌ ଖେଳିନଥିବା ବେଳେ ମଧ୍ୟ କେକେଆର୍‌ ଦଳର ସେ ପ୍ରମୁଖ ଖେଳାଳି ରହିଛନ୍ତି । ପ୍ରତିଟି ମ୍ୟାଚ୍‌ରେ ସେ ନିଜକୁ ପ୍ରତିଭାବାନ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ।

କେବଳ କ୍ରିକେଟ୍‌ ଫିଲ୍ଡ ନୁହେଁ ରିଙ୍କୁ ବ୍ୟକ୍ତିଗତ ଜୀବନରେ ବି ଜଣେ ହିରୋ । ଅଭାବ ଅନଟନ ମଧ୍ୟରେ ଜୀବନ ବିତାଇଥିବା ରିଙ୍କୁଙ୍କ କାହାଣୀ ବେଶ୍‌ ସଂଘର୍ଷମୟ । ଗରିବ ଘରୁ ଆସି ଏତେ ବଡ଼ ମଞ୍ଚରେ ପହଞ୍ଚିବା ଯେ କେତେ କଷ୍ଟ ବୋଧ ହୁଏ ସେ ହିଁ କହିପାରିବେ । ସେଥିପାଇଁ ସେ ଗରିବ ପିଲାଙ୍କ ପାଇଁ ଏକ ସ୍ପୋର୍ଟ୍ସ ହଷ୍ଟେଲ ଖୋଲିବାକୁ ଯାଉଛନ୍ତି । ଏହି ହଷ୍ଟେଲ୍‌ ପାଇଁ ସେ ୫୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ମେ’ ମାସ ଶେଷ ସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସୂଚନା ମିଳିଛି ।

ରିଙ୍କୁଙ୍କ ପିଲା ବେଳ କୋଚ୍‌ ମାସୁଦୁଜ୍‌ ଜାଫର୍‌ ଆମିନ୍‌ କହିଛନ୍ତି ଯେ, ‘ପିଲାବେଳୁ ରିଙ୍କୁଙ୍କ  ସ୍ୱପ୍ନ ଥିଲା ଯେ ସେ ଗରିବ ପିଲାଙ୍କ ପାଇଁ ସ୍ପୋର୍ଟ୍ସ ହଷ୍ଟେଲଟିଏ ତିଆରି କରିବେ । ଯେଉଁଠାରେ ପିଲାଙ୍କୁ ମାଗଣାରେ କ୍ରିକେଟ୍‌ ପ୍ରଶିକ୍ଷଣ ଦିଆଯିବ । ଆଜି ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି’ ।

ଉତ୍ତରପ୍ରଦେଶ ଅଲିଗଡ଼ରେ ଏହି ହଷ୍ଟେଲ୍‌ର କାମ ୩ ମାସ ଆଗରୁ ଆରମ୍ଭ ହୋଇଥିଲା । ଏହାମଧ୍ୟରେ ୧୪ଟି କୋଠରୀ ମଧ୍ୟ ରହିଛି । ଖେଲାଳିଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେଲା ଭଳି ବ୍ୟବସ୍ଥା ମଧ୍ୟ ରହିଛି । ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ହଷ୍ଟେଲଟି ନିର୍ମିତ ହୋଇଛି ।