• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

IPLରେ ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର । ବାପା ଯେଉଁ ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ପୁଅ ସେହି ଷ୍ଟାଡିୟମରୁ ଆରମ୍ଭ କରିଛନ୍ତି ଆଇପିଏଲ କ୍ୟାରିୟର । ମହାନ ଭାରତୀୟ କ୍ରିକେଟର ତଥା ଆଇପିଏଲର ସବୁଠୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର IPLରେ ଡେବ୍ୟୁ କରିଛନ୍ତି । ଆଇପିଏଲ ୨୦୨୩ ଟୁର୍ଣ୍ଣାମେଣ୍ଟର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଅର୍ଜୁନ ।

ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା । ଟି୨୦ କ୍ୟାରିୟରରେ ଅର୍ଜୁନ ପୂର୍ବରୁ ୯ଟି ମ୍ୟାଚ୍ ଖେଳିସାରିଛନ୍ତି ଓ ସେଥିରୁ ୧୨ଟି ୱିକେଟ୍‌ ନିଜ ନାମରେ କରିଛନ୍ତି ।

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ସେତେଟା ଭଲ ରହିନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଠାରୁ ପରାସ୍ତ ହେବା ପରେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ।

ଅନ୍ୟପକ୍ଷରେ କୋଲକାତା ପ୍ରଥମ ମ୍ୟାଚ୍ ରେ ପରାଜୟ ପରେ କ୍ରମାଗତ ଦୁଇଟି ବିଜୟ ହାସଲ କରିଥିଲା । ତେବେ ରବିବାର ଖେଳିଥିବା ଶେଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା । ଫଳରେ ଏହି ମ୍ୟାଚରେ ଉଭୟ ଟିମ ବିଜୟ ଆଶାରେ ରହିଛନ୍ତି ।