• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିକାଲି ସୋସିଆଲ ମିଡିଆରେ ସମସ୍ତେ ଆକ୍ଟିଭ୍‌ ରହୁଛନ୍ତି । ଇନ୍‌ଷ୍ଟାଗ୍ରାମରେ ରିଲ୍ସ ହେଉ କି ୟୁଟ୍ୟୁବ୍‌ର ଭିଡିଓ ସୁଟ୍‌ ପାଇଁ ସମସ୍ତେ କରୁଛନ୍ତି ସୁଟିଂ । ରିଲ୍ସ ବନାଇବା ଏବେର ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାସନ ପାଲଟିଗଲାଣି । ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନରେ ଆଜିର ଯୁବପିଢ଼ି ରିଲ୍ସ ବନାଉଥିବା ଦେଖିବାକୁ ମିଳୁଛନ୍ତି । ବସ୍‌ ହେଉ କି ଟ୍ରେନ୍‌ କିମ୍ୱା ଏରୋପ୍ଲେନ୍‌ ସବୁଠି ଦେଖିବାକୁ ମିଳୁଛି ରିଲ୍ସର କ୍ରେଜ୍‌ ।

ଅଧିକ ପଢ଼ନ୍ତୁ: ମହିଳା ଯାତ୍ରୀଙ୍କ ପ୍ରତି ଏ କି ଆଚରଣ ! ସମସ୍ତଙ୍କ ସାମ୍ନାରେ ପୋଷାକ ବଦଳାଇବାକୁ ବାଧ୍ୟ କଲେ ବିମାନ କର୍ମଚାରୀ

ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ବିମାନରେ ରିଲ୍ସ କରିଥିବାବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଭିଡିଓଟିରେ ଜଣେ ଯୁବତୀ ବିମାନ ଭିତରେ ଏକ ହିନ୍ଦୀ ଗୀତରେ ନାଚୁଛନ୍ତି । ତାଙ୍କର ଏହି ଡ୍ୟାନ୍ସକୁ କିଛି ଯାତ୍ରୀ ନିଜର ମୋବାଇଲ୍‌ରେ ରେକର୍ଡିଂ କରୁଛନ୍ତି । ଆଉ କିଛି ଯାତ୍ରୀ ଯୁବତୀଙ୍କ ଡ୍ୟାନ୍ସ ଶେଷ ନହେବା ଯାଏଁ ଛିଡ଼ାହୋଇ ରହୁଛନ୍ତି ।

ଇନ୍‌ଷ୍ଟାଗ୍ରାମରେ ଶିବ ଖାନ ନାମକ ଜଣେ ୟୁଜର୍ସ ଏହି ଭିଡିଓଟିକୁ ସେୟାର କରିଛନ୍ତି । ସେୟାର ହୋଇଥିବା ଏହି ଭିଡିଓଟିକୁ ୬ଲକ୍ଷ ୮୭ ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିଥିବାବେଳେ ବହୁ ଦର୍ଶକ ଦେଖିସାରିଛନ୍ତି । କିନ୍ତୁ ବିମାନରେ ଏପରି ଭିଡିଓ କରାଯିବା ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ ।