• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫ୍ଲାଇଟ୍‌କୁ ଚଢ଼ିବା ପୂର୍ବରୁ ଯୁବତୀଙ୍କୁ ଅପମାନିତ କଲେ ବିମାନ କର୍ମଚାରୀ । ପୋଷାକରେ ଶାଳୀନତା ନାହଁ କହି ସର୍ବସମ୍ମୁଖରେ ପୋଷାକ ବଦଳାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଦୁଇ ଯୁବତୀ ଏପରି ଦାବି କରିବା ପରେ ବିମାନ କମ୍ପାନୀର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି । ଆମେରିକାର ଲସ୍ ଭେଗାସରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଯେଉଁଠାରେ ଆମେରିକୀୟ ଏୟାରଲାଇନ୍ସର କର୍ମଚାରୀମାନେ ଦୁଇ ଜଣ ଯୁବତୀଙ୍କୁ ବିମାନକୁ ପ୍ରବେଶ କରିବା ପୂର୍ବରୁ ପ୍ୟାଣ୍ଟ ବଦଳାଇବାକୁ ବାଧ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: କ୍ରିଉ ମେମ୍ବର ଉପରେ ରାଗି ଗଲେ ବିମାନ ଯାତ୍ରୀ, ଖୋଲିଦେଲେ ପୋଷାକ

ଆମେରିକୀୟ ହାସ୍ୟ ଅଭିନେତା କ୍ରିସି ମିଆର୍ (Chrissie Mayr) ଆମେରିକୀୟ ଏୟାରଲାଇନ୍ସ (American Airlines) ବିରୋଧରେ ଏପରି ଗୁରୁତର ଅଭିଯୋଗ ଆଣି ଟ୍ୱିଟ୍ କହିଛନ୍ତି । ସେ ତାଙ୍କ ବନ୍ଧୁଙ୍କ ସହିତ American Airlinesରେ ଯାତ୍ରା କରିବା ସମୟରେ ଏପରି ଅପମାନିତ ହୋଇଛନ୍ତି । କ୍ରିସି ମିଆର୍ ଟ୍ୱିଟ୍ କରି କହିଛନ୍ତି, 'ଜଣେ ଆମେରିକୀୟ ବିମାନ କର୍ମଚାରୀ ମୋତେ ଏବଂ ମୋ ବନ୍ଧୁ କିଆନୁ ଥମ୍ପସନ (Keanu Thompson) ଙ୍କୁ ବିମାନରେ ଯିବା ପୂର୍ବରୁ ପ୍ୟାଣ୍ଟ ବଦଳାଇବାକୁ ବାଧ୍ୟ କରିଥିଲେ । ଆମେ ପିନ୍ଧିଥିବା ପ୍ୟାଣ୍ଟ୍‌ ତାଙ୍କୁ ଅଶାଳୀନ ଲାଗିଥିଲା । ହେଲେ ପରେ ପିନ୍ଧିଥିବା ପ୍ୟାଣ୍ଟରେ ପୂର୍ବ ପୋଷାକ ଅପେକ୍ଷା ଅଧିକ ଶରୀର ଦେଖାଯାଉଥିଲା । ଯାତ୍ରୀଙ୍କ ସହ ଏଭଳି ଆଚରଣ ଆଦୌ ଶୋଭନୀୟ ନୁହେଁ ।

କ୍ରିସି ମେୟର(Chrissie Mayr) ଏବଂ କିଆନୁ ଥମ୍ପସନ(American Airlines) ମ୍ୟାକ୍ସି ସ୍କର୍ଟ ପିନ୍ଧି ବିମାନକୁ ଚଢ଼ିଥିଲେ । କିନ୍ତୁ ଆମେରିକୀୟ ଏୟାରଲାଇନ୍ସର ଜଣେ କର୍ମଚାରୀ ତାଙ୍କୁ ପୋଷାକ ବଦଳାଇବାକୁ ବାଧ୍ୟ କରିଥିଲେ । ଏହା ପରେ ଉଭୟଙ୍କୁ ସମସ୍ତଙ୍କ ସାମ୍ନାରେ ପୋଷାକ ବଦଳାଇବାକୁ ପଡିଲା ଏବଂ ତା’ପରେ ସେମାନଙ୍କୁ ସର୍ଟ ପିନ୍ଧିବାକୁ ପଡିଲା । କ୍ରିସି ଟ୍ୱିଟ୍ କରି ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଗୋଟିଏ ଫଟୋରେ ମ୍ୟାକ୍ସି ସ୍କର୍ଟ ପିନ୍ଧିଥିବାବେଳେ ଦ୍ୱିତୀୟ ଫଟୋରେ ସେ ସର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି ।