/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739179420.jpg)
Woman Dies While Dancing
କଥାରେ ଅଛି ମହି ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଅର୍ଥାତ୍ ପୃଥିବୀ ପୃଷ୍ଠରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏହି ମୃତ୍ୟୁ କାହାକୁ,କେବେ ଏବଂ କେମିତି ଗ୍ରାସ କରେ କେହିବି ଜାଣିନଥା'ନ୍ତି । ବେଳେ ବେଳେ ଏହି ମୃତ୍ୟୁ ଏମିତି ସମୟରେ ଆସିଥାଏ । ଯାହା କେବେ କେହି ଚିନ୍ତା କରିନଥା'ନ୍ତି । କିଛି ଏମିତି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ।
ଏମିତି କିଛି ଘଟିଛି ଯାହା ଜାଣିବା ପରେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ହସ ଖୁସିର ମାହୋଲକୁ ଫିକା କରିଦେଇଛି ଦୁଃଖର କଳା ବାଦଲ । ବାଜୁଥିଲା ସାହାନାଇ ଚାଲିଥିଲା 'ହଳଦୀ ଉତ୍ସବ' । ଆଉ ଏହି ଖୁସିକୁ ଦୁଇ ଗୁଣିତ କରିଥିଲା ନାଚର ଆସର । ଏହି ଉତ୍ସବରେ ନାଚୁଥିବା ସମୟରେ ଚାଲିଯାଇଛି ଜଣେ ଯୁବତୀଙ୍କ ଜୀବନ । ଏହା ପରେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି ।
ବିବାହ ଉତ୍ସବରେ ନାଚିବା ସମୟରେ ହୃଦଘାତରେ ଟଳିପଡିଛନ୍ତି ଜଣେ ୨୩ ବର୍ଷୀୟା ଯୁବତୀ । ଇନ୍ଦୋରରେ ରହୁଥିବା ପରିଣିତା ଜୈନ ଭଉଣୀ ବାହାଘରରେ ଯୋଗଦେବା ପାଇଁ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାକୁ ଯାଇଥିଲେ । ଭଉଣୀ ବାହାଘରରେ ଖୁସି ହୋଇ ନାଚିବା ସମୟରେ ହୃଦଘାତରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଛି । ୨୩ ବର୍ଷୀୟା ଯୁବତୀ ଜଣକ ନାଚି ନାଚି ଟଳିପଡିଥିଲେ ।
ଏହାପରେ ବିବାହ ଉତ୍ସବରେ ଉପସ୍ଥିତ ଥିବା ୨୦୦ଜଣ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ ମେଡିକାଲ ନିଆଯିବା ପୂର୍ବରୁ ସେଠାରେ ଉପସ୍ଥିତ କିଛି ଡାକ୍ତର ତାଙ୍କୁ CPR (କାର୍ଡିଓପଲମୋନାରୀ ରିସସିଟେସନ୍) ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
This is the biggest reality to life
The biggest truth ..You never know when it's your last breath here..
Learn to be humble and lovable in life ..
Nothing can stop the inevitable known as DEATH ..
So stop having fake egos bcoz of money , power or anything ..
All will remain… pic.twitter.com/NjgQG12G2o— AstroCounselKK 🇮🇳 (@AstroCounselKK) February 10, 2025
ଅଧିକ ପଢନ୍ତୁ: ଭାଇରାଲ ହେଉଛି ଉଦିତ ନାରାୟଣଙ୍କ ପୁରୁଣା କିସିଂ ଭିଡିଓ
ମୃତ୍ୟୁବରଣ କରିଥିବା ଯୁବତୀଙ୍କର ଜଣେ ସାନ ଭାଇ ମଧ୍ୟ ୧୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ଏକ ବଲିଉଡ ଗୀତରେ ଖୁସିରେ ନାଚୁଛନ୍ତି । ଆଉ ହଠାତ୍ ମଞ୍ଚ ଉପରେ ଟଳି ପଡୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)