Advertisment

DP କିମ୍ବା ଫ୍ରୋଫାଇଲ୍‌ ନାଁ ବଦଳାଇଲେ ବ୍ଲୁ ଟିକ୍‌କୁ ହଟାଇଦେବ ଟ୍ୱିଟର୍‌

ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍‌ ରହିବ।

author-image
Chandan Shishu
ଅଦ୍ୟତନ ହୋଇଛି
Twitter Blue to Relaunch Today

Twitter Blue subscription relaunches today

ଟ୍ୱିଟର୍‌ର ସର୍ବେସର୍ବା ଏଲନ୍‌ ମସ୍କ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ପ୍ରୟୋଗ କରୁଛନ୍ତି। ଏବେ ୟୁଜର୍ସଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍‌ ଲଞ୍ଚ୍‌ କରିବାକୁ ଯାଉଛି ଟ୍ୱିଟର। ବ୍ଲୁ ଟିକ୍‌ ମାର୍କ ମିଳବା ପରେ ୟୁଜରଙ୍କୁ ମିଳିବ ଅନେକ ଅପସନ୍‌। ବ୍ଲୁ ସବସ୍କ୍ରିପସନ୍ ମିଳିବା ପରେ ଜଣେ ଯୁଜର ଚାହିଁଲେ ଟ୍ୱିଟରରେ କଣ୍ଟେଣ୍ଟ୍‌ ଏଡିଟ୍‌ କରିପାରିବେ ବୋଲି ଆମେ ଜାଣିଥିଲେ। କିନ୍ତୁ ଏହାସହ ଅନ୍ୟ ସୁବିଧା ବି ଉପଲବ୍ଧ ରହିବ। ହେଲେ ଆପଲ୍‌ IoS ବ୍ୟବହାରକାରୀଙ୍କ ପାଇଁ ଏହି ସର୍ଭିସ ମହଙ୍ଗା ରହିବ। 

Advertisment

ତେବେ ଟ୍ୱିଟର ୱେବ୍‌ ପାଇଁ ମାସକୁ ୮ ଡଲାର ଓ  IoS ପାଇଁ ୧୧ ଦଲାର ଦେବାକୁ ପଡ଼ିବ।  କମ୍ପାନୀର ନୂଆ ପଲିସି ଅନୁଯାୟୀ, ଏବେଠୁ ଟ୍ୱିଟର ୟୁଜରଙ୍କ ଆକାଉଣ୍ଟକୁ ଭେରିଫାଏ କରାଯିବ। ଭେରିଫାଏ ହୋଇଥିବା ମୋବାଇଲ ନମ୍ବରକୁ ଏହି ସୁବିଧା ମିଳିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୟୁଜର୍ସ ନିଜ ପ୍ରୋଫାଇଲ ଫଟୋ କିମ୍ବା ତାଙ୍କ ନାଁ ବଦଳାଉଛନ୍ତି, ତେବେ ତାଙ୍କର ବ୍ଲୁ ଟିକ୍‌ ଆଉ ରହିବନି। ପୁଣି ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍‌ ରହିବ।

ଅଧିକ ପଢ଼ନ୍ତୁ: କର୍ମଚାରୀଙ୍କ ପାଇଁ ଅଫିସ୍‌ ରୁମ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ ଏଲନ୍‌..ଜାଣନ୍ତୁ କାରଣ..

Advertisment

ଏହାସହ ୟୁଜର୍ସଙ୍କୁ ଟ୍ୱିଟର କଣ୍ଟେଣ୍ଟ୍‌କୁ ଏଡିଟ୍‌ କରିବା ପାଇଁ ଅପସନ୍‌ ମିଳିବ। କିନ୍ତୁ ଏଥିରେ ସମୟ ବ୍ୟବଧାନ ୩୦ ମିନିଟ୍‌ ରହିବ। ଅର୍ଥାତ୍‌ ଅପଲୋଡ୍‌ କରିବାର ୩୦ ମିନିଟ୍‌ ଭିତରେ ହିଁ କଣ୍ଟେଣ୍ଟ୍‌କୁ ଏଡିଟ୍‌ କରିପାରିବେ। ଏହାସହ HD ଭିଡିଓ ଅପଲୋଡ୍‌ କରିପାରିବେ। ଏହା ସହ ଲମ୍ବା ଟ୍ୱିଟ୍‌ କରିପାରିବେ। ତେବେ ସବ୍‌ସ୍କ୍ରିପସନ୍‌ ନେଇଥିବା ୟୁଜରଙ୍କୁ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖାଯିବ। 

Twitter Elon Musk
Advertisment
Advertisment