• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏଲନ୍‌ଙ୍କ ଅଜବ ନୀତି । ଅଫିସ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ । ସାନ୍‌ ଫ୍ରାସିସ୍‌କୋରେ ଥିବା ଟ୍ୱିଟର ହେଡ୍‌ ଅଫିସ୍‌ର ଅଧିକାଂଶ ଫ୍ଲୋରକୁ ବେଡ୍‌ରୁମ୍‌ ଭଳି ସଜାଇଛନ୍ତି ଏଲନ୍ । ଗୋଟିଏ ପଟେ ଏଲନ୍‌ଙ୍କ, କ୍ରୁରତା ଓ କର୍ମଚାରୀଙ୍କ ପ୍ରତି ନିର୍ଯାତନା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଅଫିସ୍‌କୁ ବେଡ୍‌ରୁମ୍‌ ଭଳି ସୁନ୍ଦର ଭାବେ ସଜାଇବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏଲନ୍‌ଙ୍କ ଏଭଳି କରିବା ପଛରେ ଅନେକ କାରଣ ମଧ୍ୟ ରହିଛି । ସେକଥା ଆମେ ପରେ ଆଲୋଚନା କରିବା । କିନ୍ତୁ ଏବେ କେମିତି ସଜାଯାଇଛି ଅଫିସ୍ ରୁମ୍‌, ସେନେଇ ଜାଣନ୍ତୁ ।

ଫୋବର୍ସ ରିପୋର୍ଟ ଅନୁସାରେ, ଟ୍ୱିଟର ର ନୂଆ ମୁଖ୍ୟ ଏଲନ ମସ୍କ ଟ୍ୱିଟର ମୁଖ୍ୟ କାର୍ଯ୍ୟାଳୟର କିଛି ରୁମ୍‌କୁ ବେଡ୍‌ରୁମ ଭଳି ସଜାଇଛନ୍ତି । ଏଥିରେ ଘର ଭଳି ସୁନ୍ଦର ଡୋର ସ୍କ୍ରିନ୍, ଖଟ, ସ୍ମାର୍ଟ ଟିଭି ଆଦି ରହିଛି । କନ୍‌ଫରେନ୍ସ ରୁମ୍‌ ଗୁଡ଼ିକୁ ମଧ୍ୟ ସୁନ୍ଦର ଭାବେ ସଜାଯାଇଛି । ଖାଲି ସେତିକ ନୁହେଁ, ଅଫିସ ଫ୍ଲୋରରେ ରଙ୍ଗିନ୍ କାର୍ପେଟ୍‌ ମଧ୍ୟ ବିଛାଯାଇଛି । ଫ୍ଲୋରକୁ କମଳା ରଙ୍ଗରେ ରଙ୍ଗିନ କରାଯାଇଛି । ସୁନ୍ଦର କାଠ ଟେବୁଲ ମଧ୍ୟ ପଡ଼ିଛି । ଏହା ପାଖକୁ ଗୋଟିଏ କୁଇନ୍ ବେଡ୍‌ ସହ ଟେବୁଲ ଲ୍ୟାମ୍ପ ମଧ୍ୟ ରହିଛି । ଅନ୍ୟପଟେ ଦୁଇଟି ଆରାମଦାୟକ ଚେୟାର ମଧ୍ୟ ରହିଛି ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍ ଓ ଟେସ୍‌ଲାର ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ!

 

ତେବେ ଏହିଭଳି ସବୁ ସାଜସଜା ଦେଖି ଲୋକଙ୍କ ମନରେ ନାନା ପ୍ରଶ୍ନ । କେହି କହିବାକୁ ଲାଗିଲେ ଯେ, ବଦଳିଗଲେ ଏଲନ୍ । ସେ ଏବେ କର୍ମଚାରୀଙ୍କ ପ୍ରତି ଆଉ କଠୋର ହେବେନି । ସେ କର୍ମଚାରୀଙ୍କ ପାଇଁ ଅଫିସ୍‌ରେ ବିଭିନ୍ନ ସୁବିଧା କରାଇଦେଇଛନ୍ତି । ତେବେ ବାସ୍ତବ ଚିତ୍ର ଓଲଟା । ଅଫିସ୍‌କୁ ବେଡ୍‌ରୁମ୍ ଭଳି ସଜାଇବାର ଅର୍ଥ ହେଉଛି କର୍ମଚାରୀମାନେ ଏଇଠି ଦିନ ରାତି କାମ କରିବେ ଏବଂ ସେଇଠି ହିଁ ଶୋଇବେ । 

ମାତ୍ର ଅଳ୍ପ ଦିନର ମାଲିକାନା ଭିତରେ, ଏଲନ୍‌ ଟ୍ୱିଟରର ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି । ଏବେ ଅନ୍ୟ ବଳକା କର୍ମଚାରୀଙ୍କୁ ମଧ୍ୟ ୱାର୍ଣ୍ଣିଂ ଦେଇଛନ୍ତି । କଠିନ ପରିଶ୍ରମ କରିବାର ଅଛି ଯଦି ରୁହ ନଚେତ୍‌ ଛାଡ଼ି ଚାଲିଯାଅ । ଅଫିସ୍‌ରେ ବେଡ୍‌ରୁମ୍ ସୁବିଧା ମଧ୍ୟ ସେହିମାନଙ୍କୁ ମିଳିବ, ଯେଉଁମାନେ ଅଧିକରୁ ଅଧିକ କାମ କରିବେ। ଯେଉଁମାନେ ଦିନ ରାତି ପରିଶ୍ରମ କରିବେ । ତେବେ ଅଫିସ୍‌ରେ ପ୍ରତ୍ୟେକ ଫ୍ଲୋରରେ ୮ଟି ଲେଖାଏ ବେଡ୍‌ରୁମ୍‌ ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି ।