• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପରଟା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ସକାଳର ବ୍ରେକ୍‌ ଫାଷ୍ଟ ହେଉ କି ରାତିର ଡିନର ପ୍ରାୟ ସମସ୍ତଙ୍କର ପସନ୍ଦ ପରଟା ହୋଇଥାଏ । ଏମିତିକି ବଡ଼ ବଡ଼ ହୋଟେଲରେ ମଧ୍ୟ ସକାଳର ବ୍ରେକ୍‌ ଫାଷ୍ଟରେ ଗେଷ୍ଟମାନଙ୍କୁ ପରଟା ସର୍ଭ କରାଯାଏ । ହେଲେ ଆମେ ବର୍ତ୍ତମାନ ଏମିତି ଏକ ପରଟା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭିଡିଓ ଦେଖିଲେ ଆପଣ ଭାବିବେ ଏମିତି କ’ଣ ପରଟା ତିଆରି କରାଯାଏ ?

ଅଧିକ ପଢ଼ନ୍ତୁ: ବର୍ଷା ପାଣିକୁ ସଞ୍ଚୟ କରିବା ନେଇ ମହିଳାଙ୍କ ଅଜବ ଉପାୟ; ଦେଖିଲେ ଆଶ୍ଚର୍ଯ୍ୟ ହେବେ

 
 
 
 
 
 
 
 
 
 
 
 
 
 
 

A post shared by Gurwinder Singh Maan (@gsfoodtravels)

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଭିଡିଓଟି ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓଟିରେ ଜଣେ ବ୍ୟକ୍ତି ତାଙ୍କ ଦୋକାନରେ ପରଟା ତିଆରି କରୁଛନ୍ତି । ଯାହାକୁ ଦେଖି ଅନେକ ଲୋକ ନିଜର ମତାମତ ଦେଇଛନ୍ତି ।

ଭାଇରାଲ ଭିଡିଓଟିରେ ଦେଖିବାକୁ ମିଳୁଛି ଦୋକାନୀ ଜଣକ ପରଟା ତିଆରି କରୁଛନ୍ତି । ତାୱାରେ ଏକ ବଡ଼ ପରଟା ତିଆରି କରିବା ସମୟରେ ଗୋଟିଏ ବଡ଼ ତେଲ ଟିଣରୁ ସିଧା ତେଲ ବାହାର କରି ପରଟା ଉପରେ ଢାଳୁଛନ୍ତି । ଫଳରେ ପରଟାଟି ଉପରେ ବହୁତ ତେଲ ଢାଳି ହୋଇଯାଉଛି । ପରେ ପରେ ବ୍ୟକ୍ତି ଜଣକ ପରଟାରୁ ଗରମ ତେଲକୁ ବାହାରକରି ଟିଣ ଭିତରକୁ ପୁଣି ଥରେ ପୂରାଇବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ମେହନତି ମଣିଷ ବୁଝିଲା ଭୋକର ଦୁଃଖ: ଆପଣାର ଭାବି ଭୋକିଲାକୁ ବଢାଇ ଦେଲେ ଖାଇବା ପ୍ଲେଟ

ସମ୍ପୂର୍ଣ୍ଣ ଭିଡିଓଟି ମାତ୍ର କିଛି ସେକେଣ୍ଡର ହୋଇଥିବାବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦର୍ଶକ ଭିଡିଓଟିରେ ନିଜର ମତାମତ ରଖିଛନ୍ତି । ସୁବନସାଇନି ନାମକ ଜଣେ ୟୁଜର୍ସଙ୍କ ମତରେ ଏହି ପରଟାକୁ ଖାଇଲେ ସିଧା ହସ୍ପିଟାଲ ଯିବାକୁ ପଡ଼ିବ ।

ସେହିପରି କ୍ରିଜ୍‌ ନାମକ ଆଉ ଜଣେ ୟୁଜର୍ସ ଏହି ପରଟା ଖାଇବାକୁ ହେଲେ ପ୍ରଥମେ ନିଜର ଲାଇଫ୍‌ ପଲିସି କରିନିଅନ୍ତୁ ବୋଲି କମେଣ୍ଟରେ ଲେଖିଥିବା ଦେଖିବାକୁ ମିଳିଛି । ଏହିପରି ମଜାଦାର ଅନେକ କମେଣ୍ଟ ୟୁଜର୍ସମାନେ ଭିଡିଓଟିରେ ଦେଇଛନ୍ତି ।