Advertisment

Reels Mania: ମାଆ ପଡ଼ିଛନ୍ତି ମେଡିକାଲ ବେଡ୍‌ରେ, ସାଇଡ୍‌ରେ ନାଚି ନାଚି ଝିଅ କରୁଛି ରିଲ୍ସ ! Viral Video

ଖାଇଲେ ବସିଲେ ଶୋଇଲେ ଉଠିଲେ, ସବୁ ସମୟରେ... ଯୁବ ପିଢ଼ିରୁ ଆରମ୍ଭ କରି ବଡ଼ମାନେ ମଧ୍ୟ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Reels Video

ରିଲ୍ସ କରିଛି ବାୟା

ରିଲ୍ସ । ପିଲାଠ ବୁଢ଼ା ଯାଏଁ, ଏବେ ସମସ୍ତେ ରିଲ୍ସ ବାୟା । ଖାଇବା ବେଳେ ଶୋଇବା ବେଳେ, ସକାଳୁ ଉଠିଲେ ବସିଲେ.. ପ୍ରତ୍ୟେକ ସମୟରେ ହାତରେ ମୋବାଇଲ ଆଉ ସେଥିରେ ରିଲ୍ସ ସ୍କ୍ରଲିଂ । ଏହା ଏବେ ପ୍ରତ୍ୟେକ ଲୋକଙ୍କ କ୍ଷେତ୍ରରେ ସାଧାରଣ କଥା ହେଲାଣି । ଏମିତିକି ବାଥ୍‌ରୁମ୍‌ରେ ବସିଲେ ବି ହାତରେ ମୋବାଇଲ ଥାଏ, ଆଉ ସେଥିରେ ରିଲ୍ସ ଚାଲିଥାଏ ।  ରିଲ୍ସ ଦେଖିବାର ଚାହିଦା ଦିନକୁ ଦିନ ଯେତେ ବଢ଼ୁଛି, ରିଲ୍ସ କରିବା ପାଇଁ ପିଲାଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ସେତିକି ବଢ଼ୁଛି । ଖାଇଲେ ବସିଲେ ଶୋଇଲେ ଉଠିଲେ, ସବୁ ସମୟରେ... ଯୁବ ପିଢ଼ିରୁ ଆରମ୍ଭ କରି ବଡ଼ମାନେ ମଧ୍ୟ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।

Advertisment

ତେବେ ଏହାରି ଭିତରେ ଆମ ସାମ୍ନାକୁ ଆସିଛି, ସେମିତି ଏକ କାହାଣୀ । ଯାହାକୁ ଜାଣିଲେ ଆପଣ ବି କହିବେ, ଇଏ ରିଲ୍ସ ବାୟା । ମାଆ ପଡ଼ିଛି ମେଡିକାଲ ବେଡ୍‌ରେ ଝିଅ କରୁଛି ରିଲ୍ସ ।

ଏହା ସହ ପଢ଼ନ୍ତୁ: ମଦ୍ୟପଙ୍କ ରିଲ୍ସ ନିଶା; ଭଡ଼ାରେ ଆଣି ରେଲୱେ ଟ୍ରାକ୍‌ରେ ଚଲାଇଲେ Thar

Advertisment

ମେଡିକାଲ ବେଡ୍‌ରେ ଶୋଇଛନ୍ତି ରୋଗୀଣା ମାଆ। ଆଉ ସେଇଠି, ମାଆଙ୍କ ବେଡ୍ ପାଖରେ ନାଚି ନାଚି ରିଲ୍ସ କରୁଛନ୍ତି ଝିଅ। ନା ମନରେ ଦୁଃଖ ଅଛି, ନା ସ୍ଥାନ କାଳ ପାତ୍ରର ଜ୍ଞାନ ଅଛି। ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା। ସ୍ୱାଭାବିକ ଭାବରେ ଅଧିକାଂଶ ସୋସିଆଲ୍ ମିଡିଆ ୟୁଜର ଏହାକୁ ଦେଖି ତୀବ୍ର ସମାଲୋଚନା କରୁଛନ୍ତି। ଭିଡିଓ କରିବାକୁ କାହାକୁ ମନା ନାହିଁ, ସେ ସ୍ୱାଧୀନତା ସମସ୍ତଙ୍କର ଅଛି, କିନ୍ତୁ ସ୍ଥାନ କାଳ ପାତ୍ର ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଉଛନ୍ତି। କିଛି କିଛି ଲୋକ ଯୁବତୀଙ୍କ ଏହି ଭିଡିଓ ଦେଖି ତାଙ୍କୁ ଗାଳିମନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ରିମଲ ଟ୍ୱିଙ୍କ୍‌ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓଟି ସେୟାର କରାଯିବା ପରେ ଏହା ଭାଇରାଲ ହୋଇଯାଇଛି। ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଏହା ଏକ ମେଡିକାଲ କେବିନ୍।  ଅସୁସ୍ଥ ମାଆ ଶୋଇଛନ୍ତି। ଏପଟେ କିନ୍ତୁ ଯୁବତୀ ଜଣକ ନିଜ ମୋବାଇଲରେ ରିଲ୍ସ ସୁଟିଂ ପାଇଁ ନୃତ୍ୟ କରୁଛନ୍ତି। ଏଥିପାଇଁ ଯୁବତୀ ଜଣକ ପ୍ରବଳ ଟ୍ରୋଲ୍ ହୋଇଛନ୍ତି ।

ଏହା ସହ ପଢ଼ନ୍ତୁ: ମଝି ରାସ୍ତାରେ ଫାଟିଲା ଆମ୍ୱୁଲାନ୍ସ ଅକ୍ସିଜେନ୍ ସିଲିଣ୍ଡର; ବର୍ତ୍ତିଗଲେ ଗର୍ଭବତୀ

Viral Video Reels Video
Advertisment
Advertisment