• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍‌ ପସନ୍ଦ ବି କରନ୍ତି । ମଜାଦାର ଭିଡିଓ ଦେଖି ଲୋକେ ଏଣ୍ଟରଟେନ୍ ବି ହୁଅନ୍ତି । ସୋସିଆଲ ମିଡିଆରେ ଭଲ ଭିଡିଓ ପ୍ରସ୍ତୁତ କରି ଅପ୍‌ଲୋଡ୍‌ କରିବା, ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି । ତେବେ ଯେତେ ଆର୍ଟିଫିସିଆଲ ଭିଡିଓ ବଜାରକୁ ଆସିଲେ ବି ଓରିଜିନାଲ ଭିଡଓ ଆଗରେ ସବୁ ଫିକା ।

ଠିକ୍‌ ଏମିତି କିଛି ଭିଡିଓ ଏବେ ଆମ ସାମ୍ନାକୁ ଆସିଛି । ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହା ଯେତିକି ପ୍ରାକ୍ଟିକାଲ ସେତିକି ଫିଲ୍ମି ମଧ୍ୟ । ଆପଣ ଯଦି ହଠାତ୍ ଏହି ଭିଡିଓ ଦେଖିବେ ଭାବିବେ ଏହି ସିନ୍‌ କୌଣସି ପିଲ୍ମର । କାରଣ ଏହା ସେତିକି ମଜାଦାର ହୋଇଛି ।

ଅଧିକ ପଢ଼ନ୍ତୁ: ହାତୀ କହୁଛି ‘ମୋତେ ବି ବସ୍‌ରେ ନିଅ, ମୁ ଯିବି’ ! ଦେଖନ୍ତୁ ମଜାଦାର ଭାଇରାଲ ଭିଡିଓ...

ଭାଇରାଲ ଭିଡିଓ ରେ ଜଣେ ବ୍ୟକ୍ତି ଦ୍ରୁତ ବେଗରେ ବାଇକ୍‌ ଚଲାଇ ଆସୁଛି । ଆଉ ହଠାତ୍‌ ଏକ କାର ସହ ଧକ୍କା ହେଉଛି । ଆଉ ଧକ୍କା ହେବା ପରେ ବାଇକ୍‌ଟି ତଳେ ପଡ଼ିଯାଉଛି । କିନ୍ତୁ ବାଇକ୍‌ ଚାଳକ ଛିଟିକି ଯାଇ କାର ଉପରେ ପଡ଼ୁଛନ୍ତି । ଆଉ ସଙ୍ଗେ ସଙ୍ଗେ ସେହି କାର ପରେ ଫିଲ୍ମ ଷ୍ଟାଇଲ୍‌ରେ ଫଟୋ ପୋଜ୍‌ ଦେବା ମଧ୍ୟ ଆରମ୍ଭ କଲେ । ଯାହାକୁ ଦେଖିଲେ ଆପଣ ବି ହସିବେ । ଆଉ ଖୁବ୍‌ ଏଣ୍ଟରଟେନ୍‌ ହେବେ । ଜଣେ ବ୍ୟକ୍ତିର ଆକ୍ସିଡେଣ୍ଟ ହେଲା ବୋଲି ଯେତିକି ଦୁଃଖ ଲାଗିବା କଥା ତାଠାରୁ କାହିଁ କେତେ ଗୁଣା ଅଧିକ ମଜା ଲାଗିବ ଏହି ଭିଡିଓ ଦେଖିଲେ ।

ଏହି ଭିଡିଓଟିକୁ ସୁନୀଲ ପାୱାର୍ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଏକ ମଜାଳିଆ ଅନ୍ଦାଜରେ କ୍ୟାପ୍ସନ୍ ଲେଖିଛନ୍ତି, ‘ରାଶିଫଳରେ ଲେଖାଥିଲା ଏଣିକି ଯାତ୍ରା ବାଇକ୍‌ରୁ ସିଧା କାର୍‌କୁ ପ୍ରମୋସନ୍‌ ହୋଇପାରେ ।’ ତେବେ ଏଇ ଭିଡିଓଟି ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now