/odishatv-khabar/media/post_attachments/uploadimage/library/16_9/16_9_0/Elephant_1666799131.jpg)
Elephant
ବିଚ୍ ରାସ୍ତାରେ ଏଇ ବସ୍କୁ ଅଟକାଇଲା ହାତୀ । ଖାଲି ଅଟକାଉଛି ତାହା ନୁହେଁ ବରଂ ଡୋର ଭିତରେ ନିଜ ମୁଣ୍ଡକୁ ଭର୍ତ୍ତି କରୁଛି ଆଉ ବସ୍ ଭିତରକୁ ପଶିବାକୁ ଉଦ୍ୟମ କରୁଛି । ହେଲେ ବସ୍ ଭିତରେ ପଶିଲା ବେଳକୁ ଡ୍ରାଇଭର ସାଇଡ୍ କରି ବସ୍ ଚଳାଇ ନେଉଛନ୍ତି ଆଉ ହାତୀ ରାସ୍ତା ଉପରେ ଛିଡା ହୋଇ ରହୁଛି । ହାତୀ ବସ୍ ଭିତରକୁ ପଶୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ହାତୀର ଏଇ ଭିଡିଓ ଦେଖିବା ବେଳେ ଆପଣ ନିଶ୍ଚୟ ହସି ହସି ବେଦମ ହୋଇଯିବେ । କାରଣ ହାତୀ ଏମିତି କୌତୁହଳ କାମ କରୁଛି ଯିଏ ଦେଖିବ ସିଏ ହସିବ । ଆମେ ସମସ୍ତେ ଜାଣିଛନ୍ତି, ହାତୀ ଏତେ ବିଶାଳ ଯେ ସହଜରେ ଛୋଟିଆ ରାସ୍ତାରେ ପଶିପାରିବ ନାହିଁ । ହେଲେ ଭାଇରାଲ ଭିଡିଓରେ ବସ୍ ଭିତରକୁ ଛୋଟିଆ ରାସ୍ତା ଦେଇ ଯିବାକୁ ଉଦ୍ୟମ କରୁଛି ହାତୀ ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଖାଲି ରାସ୍ତାରେ ସାମ୍ନା ପଟୁ ଏକ ବସ୍ଟି ଆସୁଛି । ବସ୍ଟିକୁ ଦେଖି ହାତୀଟି ସେହି ବସ୍ ଆଡ଼କୁ ଚାଲି ଚାଲି ଯାଉଛି । ନିଜ ଷୁଣ୍ଢକୁ ହଲେଇ ହଲେଇ ବସ୍ଟିକୁ ଅଟକାଉଛି । ଆଉ ବିଶାଳକାୟ ହାତୀକୁ ଦେଖି ବସ୍ ଡ୍ରାଇଭର ଗାଡି ବି ଅଟକାଉଛନ୍ତି । ହେଲେ ହାତୀ ଯେତେବେଳେ ବସ୍କୁ ଚଢିବାକୁ ଉଦ୍ୟମ କରୁଛି ସେତେବେଳେ ବସ୍ ପଳାଉଛି ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଟ୍ୱିଟରରେ ଏଇ ଭିଡିଓ ପୋଷ୍ଟ ହେବା ପରେ ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକ ଏଇ ଭିଡିଓକୁ ଦେଖି ସାରିଲେଣି । ତେବେ ହାତୀର ବସ୍ ଚଢା ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କବ୍ର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଦିୱାଲୀର ମାହୋଲ ଚାଲୁଥିବାରୁ ସମସ୍ତେ ଘରକୁ ଯିବାକୁ ବ୍ୟସ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)