Advertisment

Russian Woman: ଭାରତୀୟଙ୍କୁ ଅଫର ଦେଲେ ରସିଆନ୍ ମହିଳା; କହିଲେ ୧୦୦ ଟଙ୍କା ଦିଅ, ଦେଖନ୍ତୁ ଭିଡିଓ

ସମୁଦ୍ରକୂଳରେ ଏକ କାଗଜ ଧରି ବୁଲିଲେ। ଯେଉଁଥିରେ ଲେଖାଅଛି ୧୦୦ ଟଙ୍କାକୁ ଗୋଟିଏ ସେଲଫି। ଅର୍ଥାତ ନିଜ ସହ ଫଟୋ ଉଠାଇବା ପାଇଁ ଜଣକୁ ୧୦୦ ଟଙ୍କା ଲେଖାଁ ମାଗୁଛନ୍ତି ମହିଳା ଜଣକ।

author-image
Sujit kumar Swain
ଅଦ୍ୟତନ ହୋଇଛି
Russian Woman Clever Hack

Russian Woman Clever Hack

ଭାରତୀୟଙ୍କୁ ଅଫର ଦେଲେ ରସିଆନ୍ ମହିଳା। ସମୁଦ୍ରକୂଳରେ ଏକ କାଗଜ ଧରି ବୁଲିଲେ। ଯେଉଁଥିରେ ଲେଖାଅଛି ୧୦୦ ଟଙ୍କା ଗୋଟିଏ ସେଲଫି। ଅର୍ଥାତ ନିଜ ସହ ଫଟୋ ଉଠାଇବା ପାଇଁ ଜଣକୁ ୧୦୦ ଟଙ୍କା ଲେଖାଁ ମାଗୁଛନ୍ତି ମହିଳା ଜଣକ। ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେଭାଇରାଲ ହେଉଛି। ତେବେ ମହିଳାଙ୍କ ଏପରି ଅଫର ପଛର କାରଣ ଶୁଣିଲେ ଆପଣ ନହସି ରହିପାରିବେନି । 

Advertisment

ମହିଳା ଜଣକ ହେଉଛନ୍ତି ଆଞ୍ଜେଲିନା। ସେ ରୁଷିଆ ନାଗରିକ ଭାରତ ବୁଲିବାକୁ ଆସିଛନ୍ତି। ତେବେ ସେ ଏଠାରେ ସେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଥିବା ଏକ ଇନଷ୍ଟାଗ୍ରାମ ରିଲ୍ ଭିଡ଼ିଓରେ କହିଛନ୍ତି । କିଛି ଲୋକ ତାଙ୍କ ସହ ସେଲଫି ନେବାକୁ ଅନୁରୋଧ କରୁଛନ୍ତି । ଆପଣ ମଧ୍ୟ ଅନେକ ସ୍ଥାନରେ ଦେଖିଥିବେ କିଛି ଭାରତୀୟ ମାନେ ବିଦେଶୀ ମାନଙ୍କ ସହ ଫଟୋ ଉଠାବାକୁ ଖୁବ ପସନ୍ଦ କରନ୍ତି । ଯାହା ଆଞ୍ଜେଲିନାହ୍କ ସହ ମଧ୍ୟ ହେଉଛି ।

ଅଧିକ ପଢ଼ନ୍ତୁ: ଦୁଇ ବିଦେଶୀଙ୍କୁ ବାଟବଣା କଲା ଗୁଗୁଲ୍‌ ମ୍ୟାପ୍‌, କାଠମାଣ୍ଡୁ ବଦଳରେ ପହଞ୍ଚିଲେ ୟୁପିରେ

Advertisment

ତେବେ ଏ ସମସ୍ୟାର ସେ ଏକ ଚମତ୍କାର ସମାଧାନ ବାହାର କରିଛନ୍ତି ରୁଷିଆନ ଯୁବତୀ । ତାଙ୍କ ସାଙ୍ଗରେ ସେଲଫି ଉଠାଇବା ପାଇଁ ସେ ଚାର୍ଜ କରୁଛନ୍ତି ୧୦୦ ଟଙ୍କା। ଆଉ ଦେଖିବାକୁ ମିଳୁଛି ଲୋକମାନେ ମଧ୍ୟ ତାଙ୍କ ସହ ଫଟୋ ଉଠାଇ ପଇସା ମଧ୍ୟ ଦେଉଛନ୍ତି । କିଏ ତାଙ୍କୁ ୧୦୦ ଟଙ୍କା ଦେଉଥିବା ବେଳେ କେହି କେହି ୨୦୦ ଟଙ୍କା ମଧ୍ୟ ଦେଉଛନ୍ତି । ଆଞ୍ଜେଲିନା ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହିତ ଏହା ଭାଇରାଲ ହେବାରେ ଲାଗିଛି।

ତେବେ ଲୋକଙ୍କ ଫଟୋ ଉଠାଇ ଆୟ ହୋଇଥିବା ଟଙ୍କାକୁ ସେ ଗର୍ବର ସହ ଦେଖାଇଛନ୍ତି । ଏହା ସହିତ ଭିଡିଓରେ କ୍ୟାପସନ ରଖିଛନ୍ତି ‘ଏହା ଏକ ଚମତ୍କାର ସଲ୍ୟୁଶନ। ଭାରତୀୟ ମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସେଲଫି ମିଳିଯିବ ଓ ଫରେନର ମାନଙ୍କୁ ସେଲଫି ବାବଦକୁ ପଇସା ମିଳିଯିବ। ଫଳରେ ସମସ୍ତେ ଖୁସି ରହିବେ।’

ଆଞ୍ଜେଲିନାଙ୍କ ଭିଡିଓକୁ ଅନେକ ବେଶ ପସନ୍ଦ କରିଛନ୍ତି। ପ୍ରାୟ ସମସ୍ତେ ମହିଳାଙ୍କ ବୁଦ୍ଧିମତାକୁ ପ୍ରଶଂସା କରୁଛନ୍ତି। ଭିଡିଓଟିକୁ ଇନଷ୍ଟାଗ୍ରାମରେ ୧ ଲକ୍ଷରୁ ଅଧିକ ଲୋକ ଲାଇକ କରିଥିବା ବେଳେ ୬ ହଜାରରୁ ଅଧିକ କମେଣ୍ଟ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଉଇ ଖାଇଗଲା ବ୍ୟାଙ୍କ ଲକର୍‌ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ

Woman Indian Selfies Russian
Advertisment
Advertisment